Posted inଜାତୀୟ

୭୬ ଭାରତୀୟ, ୪୧ ପାକିସ୍ତାନ ନାଗରିକଙ୍କୁ ଆଣି ଦିଲ୍ଲୀରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ୍‌

ନୂଆଦିଲ୍ଲୀ, ୯।୮: ୭୬ ଭାରତୀୟ, ୪୧ ପାକିସ୍ତାନ ନାଗରିକଙ୍କୁ ଆଣି ଦିଲ୍ଲୀ ପହଞ୍ଚିଛି ସମଝୌତା ଏକ୍ସପ୍ରେସ୍‌। ଗୁରୁବାର ପାକିସ୍ତାନ ଟ୍ରେନକୁ ଅଟାରି ରେଳ ଷ୍ଟେଶନରେ ଛାଡି ପାକିସ୍ତାନ ଡ୍ରାଇଭର ଏବଂ କର୍ମଚାରୀ ପାକିସ୍ତାନ ପଳାଇଥିଲେ। ବିଳମ୍ବିତ ରାତି ୧.୩୦ରେ ଭାରତୀୟ ଡ୍ରାଇଭର୍‌ ଏବଂ ଗାଇଡ୍‌ଙ୍କ ତତ୍ତ୍ୱବଧାନରେ ଟ୍ରେନଟିକୁ ଦିଲ୍ଲୀ ଅଣାଯାଇଥିଲା। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ଏବଂ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଏହାକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧିପାଇଛି। ପାକିସ୍ତାନ ଭାରତ ସହ କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିଛି। ତେବେ କର୍ତାରପୁର କରିଡର କାର୍ଯ୍ୟ ଜାରି ରହିବ ବୋଲି ପାକିସ୍ତାନ କହିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ ଟ୍ରେନ ସେବାକୁ ଇସ୍ଲାମାବାଦ ବାତିଲ କରିଦେଇଥିବା ଏହାର ରେଳମନ୍ତ୍ରୀ ଶେଖ ରଶିଦ ଗୁରୁବାର ଘୋଷଣା କରିଥିବାବେଳେ ଭାରତ ଏହାକୁ ଖଣ୍ଡନ କରିଛି। ଏନେଇ ଇସଲମାବାଦ ପକ୍ଷରୁ କୌଣସି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବା ଭାରତୀୟ କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଜଣ ସ୍ତ୍ରୀଙ୍କ ଖର୍ଚ୍ଚ ବହନ କରିବାକୁ ୫୦ ମହିଳାଙ୍କୁ ଠକିଲେ

ଭୋପାଳ,୧୭।୧୦: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଚାକିରି କରାଇଦେବା ନାଁରେ ୫୦ ମହିଳାଙ୍କୁ ଠକିଥିବା ଜଣେ ବ୍ୟକ୍ତିଙ୍କ ଗୁମର ଖୋଲିଛନ୍ତି ମଧ୍ୟ ପ୍ରଦେଶ ସ୍ପେଶାଲ ଟାକ୍ସ...

ନିର୍ବାଚନ ପରିଚାଳକରୁ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧ା୯: ପାଞ୍ଚ ଦଶନ୍ଧି ଧରି ପ୍ରଣବ ମୁଖାର୍ଜୀ ରାଜନୀତିରେ ସକ୍ରିୟ ରହିବା ସହ ଜଣେ ନିର୍ବାଚନ ପରିଚାଳକଠାରୁ ଆରମ୍ଭ କରି ଦେଶର ୧୩ତମ ରାଷ୍ଟ୍ରପତି...

ରୋଡ୍‌ଶୋ ବେଳେ ମୁହାଁମୁହିଁ ହେଲେ ଅଖିଳେଶ-ପ୍ରିୟଙ୍କା

ଲକ୍ଷ୍ନୌ,୪।୨: ଉତ୍ତରପ୍ରଦେଶର ବୁଲନ୍ଦଶହର ରୋଡ୍‌ଶୋ ବେଳେ ପରସ୍ପରକୁ ଭେଟିଥିଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ପ୍ରିୟଙ୍କା...

ସର୍ବଦଳୀୟ ବୈଠକରେ କୃଷି ଆଇନ, ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧି

ନୂଆଦିଲ୍ଲୀ,୧୮ ।୭: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏାର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ରବିବାର ସରକାରଙ୍କ ଦ୍ୱାରା...

ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ: ହଜାରେରୁ ଅଧିକ ବୈଜ୍ଞାନିକ-ବୁଦ୍ଧିଜୀବୀ କଲେ ସ୍ବାକ୍ଷର

ନୂଆଦିଲ୍ଲୀ,୯।୧୨: ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଦେଶର ହଜାରେରୁ ଅଧିକ ବୈଜ୍ଞାନିକ-ବୁଦ୍ଧିଜୀବୀ ସ୍ବାକ୍ଷର କରିଛନ୍ତି। ଏହା ଦ୍ୱାରା ଦେଶର ସମ୍ବିଧାନର ମୂଳ ସ୍ବରୂପ ହଜି...

ଉପନିର୍ବାଚନ ପୂର୍ବରୁ ବାକ୍‌ଯୁଦ୍ଧ: କମଳନାଥଙ୍କୁ କଳଙ୍କନାଥ କହିଲେ ଇମର୍ତି ଦେବୀ

ଭୋପାଳ, ୧୯।୧୦: ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ଦିନ ପାଖେଇ ଆସୁଛି। ଏପରି ସ୍ଥଳେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ବଢ଼ିବାରେ ଲାଗିଛି।...

ମହାତ୍ମାଙ୍କ ୭୩ତମ ପୁଣ୍ୟତିଥି: ଦେଶ ଦେଲା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ପୁଣ୍ୟତିଥିରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ...

ଦେଶଦ୍ରୋହ ଆଇନ, କେନ୍ଦ୍ର ସରକାରଙ୍କୁ ଜବାବ ଲାଗି ୨୪ ଘଣ୍ଟା ଦେଲେ ଶୀର୍ଷକୋର୍ଟ…

ନୂଆଦିଲ୍ଲୀ, ୧୦।୫ : ଦେଶଦ୍ରୋହ ଆଇନର ଆଇନଗତ ବୈଧତା ଉପରେ ଶୁଣାଣି ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ସରକାରଙ୍କ ତରଫରୁ ସୋଲିସିଟର ଜେନେରାଲ କହିଛନ୍ତି...

Advertisement
Archives

Model This Week