୭ମାସରେ ଚାକିରି ଛାଡ଼ିଛନ୍ତି ୫୮ ସିଇଓ-ଏମ୍‌ଡି

ନୂଆଦିଲ୍ଲୀ,୨୩-୮: ଇଣ୍ଡିଆ ଇଙ୍କ୍‌ର କର୍ନର ଅଫିସ୍‌ରୁ ଚଳିତ ବର୍ଷର ୭ ମାସ ମଧ୍ୟରେ ୫୮ ଜଣ ସିଇଓ-ଏମ୍‌ଡି ଚାକିରି ଛାଡ଼ିଛନ୍ତି। ପ୍ରାଇମ ଡାଟାବେସ୍‌ ପକ୍ଷରୁ ଏନ୍‌ଏସ୍‌ଇଇନ୍‌ଫୋବେସ୍‌ ଡଟ୍‌ କମ୍‌ର ତର୍ଜମା କରାଯିବା ପରେ ଏହି ତଥ୍ୟ ଜଣାପଡିଛି। ୨୦୦୯ରେ ଏହି ସଂଖ୍ୟା ୨୨ ଏବଂ ୨୦୦୬ରେ ଏହା ମାତ୍ର ୨୭ ଥିଲା। ତଥ୍ୟରୁ ଜଣାପଡିଛି ଯେ, ଅଧିକାଂଶ ସିଇଓ ତଥା ଏମ୍‌ଡି ବିଭିନ୍ନ କାରଣ ଓ ପରିସ୍ଥିତି ଯୋଗୁ ଚାକିରି ଛାଡ଼ିଥିବା ଜଣାପଡିଛି। ପ୍ରତିବର୍ଷ ସେମାନଙ୍କ ଇସ୍ତଫା ଦେବା ସଂଖ୍ୟା ଭିନ୍ନ ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଅନେକ କ୍ଷେତ୍ରରେ ଚାପ ବୃଦ୍ଧି, ସର୍ବୋଚ୍ଚ ସ୍ତରରେ କାର୍ଯ୍ୟଦକ୍ଷତା କମିବା ବରଦାସ୍ତ ନ କରିବା, ପ୍ରଦର୍ଶନ ସୁଧାରିବାର ଚାପ ଓ କୌଣସି ପ୍ରକାର ଜାଲିଆତି କାରଣରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଯୋଗୁ ଚଳିତବର୍ଷ ଅଧିକ ସଂଖ୍ୟାରେ ସିଇଓ ଓ ଏମ୍‌ଡି ବାହାରି ଯାଇଛନ୍ତି।
ସିଇଓଙ୍କ ଉପରେ ଚାପ
ମ୍ୟାରିକୋ ଅଧ୍ୟକ୍ଷ ହର୍ଷ ମାରିଓ୍ବାଲା କହିଛନ୍ତି ଯେ, ବ୍ୟବସାୟିକ ପରିବେଶ ଆହ୍ବାନପୂର୍ଣ୍ଣ ହୋଇଗଲାଣି। ଅଭିବୃଦ୍ଧି ଧିମା ହେବା, ଲକ୍ଷ୍ୟ ହାସଲ କରିବା ଅଥବା ବାଧା କାରଣରୁ ଆଜି ସିଇଓଙ୍କ କାମ ଅନେକ ଚ୍ୟାଲେଞ୍ଜଯୁକ୍ତ ହୋଇଯାଇଛି। ପ୍ରାଇମ ଡାଟାବେସ୍‌ ଗ୍ରୁପ୍‌ ଏମ୍‌ଡି ପ୍ରଣବ ହଲ୍‌ଦିଆ କହିଛନ୍ତି ଯେ, ସିଇଓ ଓ ଏମ୍‌ଡି ଭୂମିକାରେ ଅଧିକ ଦାୟିତ୍ୱ କାରଣରୁ ଆଜି ଦରମା ବେଶ ବଢ଼ିଛି। କିନ୍ତୁ ଏଥିସହିତ ଅଧିକ ବିପଦ ମଧ୍ୟ ଯୋଡି ହୋଇଯାଇଛି। ଏହି କାରଣରୁ କମ୍ପାନୀର ଶୀର୍ଷ ପଦରେ ତିଷ୍ଠି ରହିବା ଅସମ୍ଭବ ହେଲାଣି। ସେ କହିଛନ୍ତି ଯେ, ସିଇଓଙ୍କ ଉପରେ ଆଜି ଅନେକ ଚାପ ରହିଛି। ତାଙ୍କୁ ବୋର୍ଡ, ନିବେଶକ ଓ ଶେୟାରଧାରୀଙ୍କ ଚାପର ସାମ୍ନା କରିବାକୁ ପଡିଥାଏ। ପ୍ରଦର୍ଶନ କରି ନ ପାରିଲେ ତାଙ୍କୁ ନିଜ ପଦ ଛାଡ଼ିବାକୁ ହେବ।
୨୦୧୮ରେ ସର୍ବାଧିକ ସିଇଓଙ୍କ ଇସ୍ତଫା
ଗତ ୧୪ ବର୍ଷରେ ସର୍ବାଧିକ ସିଇଓ ଗତବର୍ଷ ଇସ୍ତଫା ଦେଇଥିଲେ। ସେତେବେଳେ ବର୍ଷର ପ୍ରଥମ ୭ ମାସରେ ୫୯ ସିଇଓ ଓ ଏମ୍‌ଡି ପଦ ଛାଡ଼ିଥିଲେ। ସମ୍ପୂର୍ଣ୍ଣ ବର୍ଷରେ ଏହି ସଂଖ୍ୟା ୧୦୮ରେ ପହଞ୍ଚତ୍ଥିଲା। ପ୍ରାଇମ ଡାଟାବେସ୍‌ ଅନୁଯାୟୀ, ଏହା ଗ୍ଲୋବାଲ ଟ୍ରେଣ୍ଡ ସହିତ ତାଳ ଦେଇ ହେଉଥିଲା। ୨୦୧୮ରେ ବିଶ୍ୱରେ ସିଇଓ ଓ ଏମ୍‌ଡିଙ୍କ ଇସ୍ତଫା ସଂଖ୍ୟା ୧୯ ବର୍ଷର ଶୀର୍ଷରେ ପହଞ୍ଚତ୍ୟାଇଥିଲା। ପ୍ରାଇସ୍‌ଓ୍ବାଟର ହାଉସ୍‌କୁପର୍ସର ଷ୍ଟ୍ରାଟେଜି ଆଣ୍ଡ ସିଇଓ ସକ୍ସେସ୍‌ ଷ୍ଟଡିରୁ ଏହି ସଂଖ୍ୟା ମିଳିଥିଲା। ସାରା ବିଶ୍ୱରେ ୨୫୦୦ ତାଲିକାଭୁକ୍ତ କମ୍ପାନୀ ମଧ୍ୟରୁ ୧୭.୫%କୁ ଷ୍ଟଡିରେ ସାମିଲ କରାଯାଇଥିଲା। ସେମାନଙ୍କ ସିଇଓ ବଦଳ ହାର ୩.୬% ରହିଥିଲା। ଏହି ଷ୍ଟଡି ଅନୁଯାୟୀ ନୈତିକତା ସମ୍ପର୍କିତ ମାମଲାରେ ଗତବର୍ଷ ସର୍ବାଧିକ ସିଇଓଙ୍କୁ ବିଦା କରାଯାଇଛି। ବ୍ରାଜିଲ, ଭାରତ ଓ ରୁଷ୍‌ରେ ୨୦୧୮ରେ ସିଇଓ ଟର୍ନଓଭର ୨୧.୬ ପ୍ରତିଶତରେ ପହଞ୍ଚତ୍ ଯାଇଥିଲା, ଯାହା ହାରାହାରି ଠାରୁ ଅଧିକ।
ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ସହ ନିଜକୁ ଯୋଡୁଛନ୍ତି ସିଇଓ
ପ୍ରକ୍ସି ଆଡ୍‌ଭାଇଜରୀ ଫାର୍ମ ଇନ୍‌ଷ୍ଟିଚ୍ୟୁଶନାଲ ଇନ୍‌ଭେଷ୍ଟର ଆଡଭାଇଜରୀ ସର୍ଭିସେସ୍‌ର ଏମ୍‌ଡି ଅମିତ ଟଣ୍ଡନଙ୍କ କହିବାନୁଯାୟୀ, ସିଇଓଙ୍କ କାର୍ଯ୍ୟକାଳ ଛୋଟ ହୋଇ ଯାଉଛି। ସେ ଏହାର ଦୁଇଟି କାରଣ ଦର୍ଶାଇଛନ୍ତି। ପ୍ରଥମତଃ, ସିଇଓଙ୍କ ଠାରୁ ଅଂଶଧନକାରୀମାନେ ଅଧିକ ଲାଭ ଆଶା କରୁଛନ୍ତି। ଦ୍ୱିତୀୟତଃ ସିଇଓ ଚାଲେଞ୍ଜିଙ୍ଗ ରୋଲ୍‌ ଖୋଜୁଛନ୍ତି। ସେମାନେ ନିଜର ବ୍ୟବସାୟ ଆରମ୍ଭ କରୁଛନ୍ତି ଅଥବା ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ସହ ନିଜକୁ ଯୋଡୁଛନ୍ତି। ଟଣ୍ଡନ କହିଛନ୍ତି ଯେ, ଯେଉଁ ଫ୍ୟାମିଲି ବ୍ୟବସାୟରେ ପ୍ରଫେସନାଲ ମ୍ୟାନେଜମେଣ୍ଟ ରହିଛି, ସେମାନେ ପରିବାରର କୌଣସି ସଦସ୍ୟଙ୍କ ତୁଳନାରେ ପେସାଦାର ମ୍ୟାନେଜମେଣ୍ଟଠାରୁ ଅଧିକ କାମ ଆଶା କରୁଛନ୍ତି। ପରିବାରର କୌଣସି ସଦସ୍ୟ ଶୀର୍ଷ ପଦରେ ରହି ଖରାପ ପ୍ରଦର୍ଶନ କଲେ ତାଙ୍କୁ ହଟାଯିବାର ପରମ୍ପରା ଦେଖିବାକୁ ମିଳେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri