୫ ବର୍ଷରେ ୫% ଦାରିଦ୍ର୍ୟ ହ୍ରାସ ଲକ୍ଷ୍ୟ

ଭୁବନେଶ୍ୱର, ୨୬ା୬(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ବିଧାନସଭାରେ ଅଭିଭାଷଣ ଦେଇ ଏକ ନୂତନ, ସଶକ୍ତ ଓଡ଼ିଶା ଗଠନର ଆହ୍ବାନ ଦେଇଛନ୍ତି। ଏଥିସହିତ ରାଜ୍ୟ ସରକାର ଗତ ମେ ୩ ତାରିଖରେ ବାତ୍ୟା ଫନୀର କିଭଳି ମୁକାବିଲା କଲେ, ସ୍ବଚ୍ଛ ଦୁର୍ନୀତିମୁକ୍ତ, ଲୋକାଭିମୁଖୀ ପ୍ରଶାସନ ପାଇଁ କିଭଳି ପ୍ରଶଂସା ସାଉଁଟୁଛନ୍ତି ସେ ସବୁକୁ ବଖାଣିଥିଲେ। ମହିଳା ସଶକ୍ତୀକରଣଠାରୁ ଆରମ୍ଭ କରି ମିଶନ ଶକ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ସାମାଜିକ ସୁରକ୍ଷା, ଯୁବତୀ ଯୁବକଙ୍କ ନିଯୁକ୍ତି, ଗମନାଗମନ, ପାନୀୟଜଳ, ବିଦ୍ୟୁତ୍‌ ଯୋଗାଣ, କୃଷି, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ସରକାର କିଭଳି ଆଗକୁ ମାଡ଼ି ଚାଲିଛନ୍ତି ତାହାର ଗୋଲାପି ଚିତ୍ର ଆଙ୍କିଛନ୍ତି। ଏଥିସହିତ ଆଗାମୀ ୫ ବର୍ଷରେ ସରକାର କରିବାକୁ ଯାଉଥିବା ବିକାଶର ରଙ୍ଗିନ ସ୍ବପ୍ନ ଦେଖାଇଛନ୍ତି।
ମଙ୍ଗଳବାର ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳ ଗୃହରେ ଅଭିଭାଷଣ ରଖିଥିଲେ। ଏହା ପୂର୍ବରୁ ପରଲୋକଗତ ଲୋକ ସଭା ସଦସ୍ୟ ଲଡ଼ୁକିଶୋର ସ୍ବାଇଁ, ପୂର୍ବତନ ମନ୍ତ୍ରୀ ହରିହର କରଣ, ପୂର୍ବତନ ସଦସ୍ୟ ପ୍ରିୟନାଥ ଦେବ, ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରଓ୍ବାଲ, ପୂର୍ବତନ ସଦସ୍ୟ ଗଙ୍ଗାଧର ପ୍ରଧାନ, ଦ୍ୱିତୀକୃଷ୍ଣ ପଣ୍ଡା, ଚନ୍ଦ୍ରସେଣା ନାୟକ ଓ ପରିକ୍ଷିତ କର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଅଗ୍ରାଧିକାର ଭିତ୍ତିରେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ରାଜ୍ୟର ସମସ୍ତ କୃଷକ ଓ ଭୂମିହୀନ କୃଷି ଶ୍ରମିକଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏଥିସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯିବ। ଆସନ୍ତା ୫ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୫% କମାଇବାକୁ ଲକ୍ଷ୍ୟ ରଖାଯାଇଛି। ମେକ୍‌ ଇନ୍‌ ଓଡ଼ିଶା ଅଭିଯାନରେ ୬ଟି ପ୍ରମୁଖ କ୍ଷେତ୍ରରେ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ଉଦ୍ୟମ ଜାରି ରଖିଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ର ଜରିଆରେ ୧.୫ ଲକ୍ଷ ଅତି କୁଶଳୀ ବୃତ୍ତିଧାରୀ ସୃଷ୍ଟି କରାଯିବ। ସ୍କିଲ୍‌ଡ ଇନ୍‌ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ କରି ଆସନ୍ତା ୫ ବର୍ଷ ମଧ୍ୟରେ ୧୫ ଲକ୍ଷ କୁଶଳୀ ଯୁବତୀ ଯୁବକ ସୃଷ୍ଟି କରାଯିବ। ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ରାଜ୍ୟ ସରକାର ଅଣୁ ଓ କ୍ଷୁଦ୍ର ଉଦ୍ୟୋଗୀ କଲ୍ୟାଣ ବୋର୍ଡ ସ୍ଥାପନ କରିବେ। ପୂଜକ, ନାପିତ, ରଜକଙ୍କ ପରି ପାରମ୍ପରିକ ଜୀବିକାରେ ଥିବା ଲୋକମାନଙ୍କ ପାଇଁ ଏକ କଲ୍ୟାଣ ବୋର୍ଡ ଗଠନ କରି ସାମାଜିକ ସୁରକ୍ଷା ଯୋଗାଇ ଦେବେ। ହକିର ବିକାଶ ପାଇଁ ସୁନ୍ଦରଗଡ଼ ଜିଲାର ସମସ୍ତ ୧୭ଗୋଟି ବ୍ଲକରେ ଖେଳପଡ଼ିଆରେ ଉନ୍ନତମାନର ଆଷ୍ଟ୍ରୋଟର୍ଫ ବିଛାଯିବ। ରାଜ୍ୟର ୧୧୪ଟି ସ୍ଥାନରେ ବହୁମୁଖୀ ଅତ୍ୟାଧୁନିକ ସହରାଞ୍ଚଳ ଛାତ୍ରାବାସ ନିର୍ମାଣ ହେବ। ଆଗାମୀ ୫ ବର୍ଷ ମଧ୍ୟରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ପଞ୍ଜୀକୃତ କରି ବିଭିନ୍ନ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ଟଙ୍କିକିଆ ଚାଉଳ ଯୋଜନା ଜାରି ରଖିବା ସହିତ ଅଧିକ ‘ଆହାର କେନ୍ଦ୍ର’ ଖୋଲିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଆସନ୍ତା ୩ ବର୍ଷ ମଧ୍ୟରେ ୫ଟି ନୂତନ ସରକାରୀ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଶେଷ କରିବା ସହିତ ଖାଲି ପଦବୀ ପୂରଣ କରାଯିବ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଞ୍ଚକାହାଣିଆ ନିକଟରେ ବାଇକକୁ ପିଟିଲା ଟ୍ରକ୍‌, ୨ଜଣଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୫।୧: ଢେଙ୍କାନାଳ ସହର ନିକଟସ୍ଥ ୫୫ନଂ ଜାତୀୟ ରାଜପଥର ପାଞ୍ଚକାହାଣିଆ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କା...

ଟ୍ରକ ଧକ୍କାରେ ଅଟୋ ଚାଳକ ମୃତ

ବାଲିଅନ୍ତା,୨ା୧(ଡି.ଏନ୍‌.ଏ): ନୂଆବର୍ଷ ଲାଗି ଚାରିଆଡ଼େ ଉତ୍ସବର ମାହୋଲ ଚାଲିଥିବାବେଳେ ବାଲିଅନ୍ତା ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲିଅନ୍ତା- ଭିଙ୍ଗାରପୁର ରାସ୍ତାର ବେଣୁପୁର...

ଆଦର୍ଶ ସାଜିଛି ଅଙ୍ଗନଓ୍ବାଡି

ଢେଙ୍କାନାଳ ଅଫିସ, ୭।୫ ପରିଷ୍କାର ପରିଚ୍ଛନ୍ନ ବାତାବରଣ। ନୂଆ ରଙ୍ଗରେ ଝଲସୁଛି କୋଠା। ଅଙ୍କା ଯାଇଛି ଭଳିକି ଭଳି ରଙ୍ଗବେରଙ୍ଗ ଚିତ୍ର। ବାହାର ପରିବେଶଠୁ ଆହୁରି...

ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ କରୋନା ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୮୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ...

ଦେଢ଼ମାସରେ ୧୧ଶହ କୋଟି ଜିଏସ୍‌ଟି ଠକେଇ

ଭୁବନେଶ୍ୱର,୧୭୧୮।୧୨(ବ୍ୟୁରୋ): ନା କିଣା ହୋଇଛି ସାମଗ୍ରୀ, ନା ବିକ୍ରି। କେବଳ କାଗଜକଲମରେ କୋଟିକୋଟି ଟଙ୍କାର କାରବାର ଦର୍ଶାଯାଉଛି। ଏଭଳି ଜାଲିଆତି କରି ସରକାରଙ୍କୁ ଶହ ଶହ...

‘ବନ୍ଦେ ଉତ୍କଳ ଜନନୀ’ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଆହ୍ବାନ

ବାଲେଶ୍ୱର ଅଫିସ, ୩୦।୫- କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ କରୋନା ବିରୋଧରେ ସଂଗ୍ରାମ ଉଦ୍ଦେଶ୍ୟରେ ୩୦ ତାରିଖ ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ...

ଭୁବନେଶ୍ୱରରେ ବଢ଼ିଚାଲିଛି ମୋଟର ଯାନ: କାର୍ଯ୍ୟକାରୀ ହେବ ଲୋ କାର୍ବନ ମୋବିଲିଟି ପ୍ଲାନ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅନୁଯାୟୀ ୨୦୧୯ରେ ପଞ୍ଜୀକୃତ ଗାଡ଼ି ସଂଖ୍ୟା ହେଉଛି ୧୪ ଲକ୍ଷ, ଯାହା ସହରର ଜନସଂଖ୍ୟା(ପ୍ରାୟ ୧୦ ଲକ୍ଷ)ଠାରୁ...

ଇଣ୍ଟିଗ୍ରେଟେଡ୍‌ ବିଏଡ୍‌, ଏମ୍‌ଏଡ୍‌ ପାସ୍‌ ପ୍ରମାଣପତ୍ରକୁ ଅଣଦେଖା: ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ବାଲେଶ୍ୱର ଅଫିସ,୨୪।୭: ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌, ଏମ୍‌ଏଡ୍‌ ଯୋଗ୍ୟତା ହାସଲ କରିଥିବା ୧୫୦ ଛାତ୍ରୀଛାତ୍ର ଓଟିଇଟି, ସିଟିଇଟି, ଓଏସ୍‌ଏସ୍‌ଟିଇଟି, ଆଦର୍ଶ...

Advertisement


Archives

Model This Week