୫-ଟି ସଚିବଙ୍କ ଗସ୍ତ ପରେ ତତ୍ପର ପ୍ରଶାସନ: ବିଏମ୍‌ସି ଭାଙ୍ଗିଲା ନିଜ ବେଆଇନ ନିର୍ମାଣ

ପୁରୁଣା ଭୁବନେଶ୍ୱର,୭।୧୨(ଡି.ଏନ.ଏ.): ୫-ଟି ସଚିବଙ୍କ ଗୁରୁବାର ଅଚାନକ ଗସ୍ତ ନେଇ ଏକାମ୍ର କ୍ଷେତ୍ରରେ ବିଭିନ୍ନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବିଏମ୍‌ସିର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ମିଳିତ ଉଚ୍ଛେଦ ଟିମ୍‌ ସହାୟତାରେ ନିଜେ ବିଏମ୍‌ସି ନିର୍ମାଣ କରିଥିବା ବେଆଇନ ନିର୍ମାଣ ମାଟିରେ ମିଶାଇଲା। ଗୌତମନଗର ମୌଜାର ପ୍ଲଟ ନଂ. ୨୨୨୪ ଓ ୨୨୨୫ ଉପରେ ବେଆଇନ ଭାବେ ଗଢି ତୋଳିଥିବା ବିଏମ୍‌ସି ଅର୍ଦ୍ଧନିର୍ମିତ ଘରଗୁଡିକୁ ଡ୍ରୋଜର ସାହାଯ୍ୟରେ ଶୁକ୍ରବାର ଭଙ୍ଗାଯାଇଛି। ୧୯୭୦ ଦେବୋତ୍ତର କମିଶନର ଚିଠି ନଂ. ୧୧୯୪୩ ଜରିଆରେ ତତ୍‌କାଳୀନ ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭୁବନେଶ୍ୱର ନୋଟିଫାଏଡ ଏରିଆ କାଉନସିଲ ଓ ମହାସୁଆର ନିଯୋଗ ସମିତିଙ୍କୁ ଫୁଲ ବଗିଚା କରିବା ଉଦ୍ଦେଶ୍ୟରେ ଏହି ଜମି ଦେବା ନେଇ ଜଣାଇଥିଲେ। ମାତ୍ର କେଉଁ ପରିସ୍ଥିତିରେ ଏହି ସମ୍ପତ୍ତି ଫୁଲ ବଗିଚା ନ କରାଯାଇ ନଗରପାଳିକା ଭୁବନେଶ୍ୱରଙ୍କ ନାମରେ ପରବର୍ତ୍ତୀ ସମୟରେ ରେକର୍ଡ ଭୁକ୍ତ ହୋଇଥିଲା ଏ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏହି ନିର୍ମାଣ ବିରୋଧରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବା ଯୋଗୁ ପୂଜାପଣ୍ଡା ନିଯୋଗ ପକ୍ଷରୁ ଅଦାଲତରେ ମାମଲା କରାଯାଇ ସ୍ଥଗିତାଦେଶ ଜାରି କରାଯାଇଥିଲା। ସାଧାରଣ ଟିକସ ଦାତାଙ୍କ ଲକ୍ଷାଧିକ ଟଙ୍କା ବ୍ୟୟ କରି ବିଏମ୍‌ସି ଏଭଳି ବେଆଇନ ନିର୍ମାଣ କରିବା ଓ ପରବର୍ତ୍ତୀ ପର୍ଯ୍ୟାୟରେ ଭାଙ୍ଗିବା ଯୋଗୁ ସାଧାରଣରେ ନିନ୍ଦିତ ହୋଇଛି। ମୋଟ ୪୧୫ ଡିସିମିଲ ସମ୍ପତ୍ତି ଉଦ୍ଧାର ହେବା ପରେ ଏହା ସର୍ବସାଧାରଣ ହିତରେ ବ୍ୟବହାର ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

କର୍ପୋରେଟ ଦଖଲରୁ ଶ୍ରୀଲିଙ୍ଗରାଜଙ୍କ ରକ୍ଷିତ ଜମି ଉଦ୍ଧାର ନେଇ ମାପଚୁପ
ଶୁକ୍ରବାର ଅପରାହ୍ନରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ କେତେଜଣ କର୍ମଚାରୀ ଓ ଅମିନଙ୍କ ସହାୟତାରେ ସାମନ୍ତରାପୁରସ୍ଥିତ ଜଣେ ବ୍ୟକ୍ତି ତଥା କର୍ପୋରେଟ ହାଉସ ଦଖଲରେ ରହିଥିବା ବହୁମୂଲ୍ୟ ଦେବୋତ୍ତର ସମ୍ପତ୍ତି ଉଦ୍ଧାର ନେଇ ମାପଚୁପ ଆରମ୍ଭ ହୋଇଛି। ଜାତୀୟ ରାଜପଥ ସଂଲଗ୍ନ ଭୁବନେଶ୍ୱର ମୌଜାର ପ୍ଲଟ ନଂ. ୨୧୭୬ ଉପରେ ଟ୍ରାନ୍ସଫରମର ବସାଇବା, ହୋର୍ଡିଂ ଲଗାଇବା ଓ କଙ୍କ୍ରିଟ କରି ବ୍ୟକ୍ତିଗତ ଦଖଲରେ ୬୮ ଡିସିମିଲ ଜମି ଦଖଲ ହୋଇଥିବା ଅଭିଯୋଗ କରାଯାଇଥିଲା। କିଛି ମାସ ପୂର୍ବେ ଏହି ପ୍ଲଟ ସନ୍ନିକଟ ଜମି ଉପରେ ନିର୍ଦ୍ଦିଷ୍ଟ ସେବାୟତ ନିଯୋଗ ପକ୍ଷରୁ ନିର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସକୁ ବନ୍ଦ କରିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା। ଏହି ନିକଟରେ ୧୦ ଏକରରୁ ଊର୍ଦ୍ଧ୍ୱ ଶ୍ରୀଲିଙ୍ଗରାଜଙ୍କ ଅନାବାଦୀ ଜମିଗୁଡ଼ିକୁ ବିଭିନ୍ନ ପ୍ରତିପତ୍ତିଶାଳୀ ବ୍ୟକ୍ତି ଦଖଲ କରି ବ୍ୟବସାୟିକ କାର୍ଯ୍ୟରେ ଲଗାଇଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ପ୍ଲଟ ନଂ. ୨୧୭୪, ୨୧୭୫ ସମେତ କେତେକ ଜମିର ମାଲିକାନା ସ୍ବତ୍ୱ ବଦଳା ଯାଇଥିବାରୁ ଦେବୋତ୍ତର ବିଭାଗ ପକ୍ଷରୁ ପୁନର୍ବାର ଏଗୁଡିକୁ ନିଜ ଅଧୀନକୁ ଫେରାଇ ଆଣିବା ନେଇ ଏହି ମାପଚୁପ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି।
ଲିଙ୍ଗରାଜ ଥାନା ସ୍ଥାନାନ୍ତର ନେଇ ଅସନ୍ତୋଷ
ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସହ ଜଡିତ ଜମିଗୁଡ଼ିକ ଜବରଦଖଲକାରୀଙ୍କ ଦଖଲରୁ ଫେରାଇ ଆଣିବା ଦାବି ଜୋର ଧରିଛି। ଠାକୁରଙ୍କ ଲାଖ ବିନ୍ଧା ପଡିଆ ଓ ଶ୍ରୀପଞ୍ଚମୀ ପଡିଆରୁ ଜବରଦଖଲ ଉଚ୍ଛେଦ କରିବା ନେଇ ବହୁଦିନରୁ ଅଭିଯୋଗ ହେଉଛି। ଏକଦା ୮୦୦ ଡିସିମିଲରୁ ଊର୍ଦ୍ଧ୍ୱ ଜମି ଶ୍ରୀପଞ୍ଚମୀ ପଡିଆ ଭାବେ ବ୍ୟବହୃତ ହେଉଥିବାବେଳେ ଏବେ ମାତ୍ର ୮୦ ଡିସିମିଲରୁ କମ୍‌ ରହିଛି। ପୋଲିସ ବିଭାଗର କେତେଜଣ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମେତ ଜିଲା ପ୍ରଶାସନର କର୍ମକର୍ତ୍ତା ଲିଙ୍ଗରାଜ ଥାନା ସ୍ଥାନାନ୍ତର ନେଇ ଶ୍ରୀପଞ୍ଚମୀ ପଡିଆ ନିରୀକ୍ଷଣ କରିବା ନେଇ ସେବାୟତ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଏହି ଶ୍ରୀପଞ୍ଚମୀ ପଡିଆ ଜବରଦଖଲ ଉଚ୍ଛେଦ କରାଯାଇ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ପାଇଁ ବ୍ୟବହାର କରାଯିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୁହନ୍ତି, ଶ୍ରୀଜୀଉଙ୍କ ରୀତିନୀତି ସହ ଜଡିତ କୌଣସି ସମ୍ପତ୍ତି ଅନ୍ୟ ବ୍ୟବହାର ନିମନ୍ତେ ଦିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟ ସଂସ୍କୃତିର ମକର ମିଳନ

ଟିଟିଲାଗଡ଼, ୧୫।୧ (ଡି.ଏନ.ଏ) ସାହିତ୍ୟ ସଂସ୍କୃତି ଟିଟିଲାଗଡ ପକ୍ଷରୁ ସ୍ଥାନୀୟ ପ୍ରଭାବତୀ ପବ୍ଲିିକ ସ୍କୁଲ ପରିସରରେ ସଭାପତି ଡ. ଛାୟାକାନ୍ତ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ୟାସକବି...

ହଳଦିଆ ଘାଟରେ ବୁଡିଲା ଡଙ୍ଗା

ବାଲେଶ୍ୱର ଅଫିସ, ୯ା୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ହଳଦିଆ ଗ୍ରାମ ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀର ହଳଦିଆ ଘାଟରେ ରବିବାର ସନ୍ଧ୍ୟା ପ୍ରାୟ ୭ଟା ୪୦...

ଉଚ୍ଛେଦ ପରେ ପୁଣି ହେଉଛି ଜବରଦଖଲ

ଭୁବନେଶ୍ୱର, ୧୯।୪(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରର ବହୁ ସରକାରୀ ଜମି ଜବରଦଖଲରେ ରହିଛି। ଜମି ମାଫିଆଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସରକାରୀ ଜମି ଉପରେ ଘର କରିବା...

ରଥକୁ ଉଠିଲା ଦୁଆର ବେଢା

ପୁରୀ ଅଫିସ,୨।୭ ଆଉ ଦୁଇଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଖଳାରେ ଦ୍ରୁତଗତିରେ ଚାଲିଛି ରଥ କାମ। ସୋମବାର ତିନିରଥର ଦୁଇଟି ଲେଖାଏ ଦୁଆର ବେଢା ଉଠିଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ଲାଞ୍ଚ ଟଙ୍କା ସହ ନେଉଥିଲେ ବାଦାମ, ମୁଗ

ବେଗୁନିଆପଡ଼ା,୨୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କୋଦଳା ତହସିଲ ଅନ୍ତର୍ଗତ ବି....

ଦାରିଙ୍ଗବାଡ଼ିରେ ଜନତା କର୍ଫ୍ୟୁର ପ୍ରଭାବ: ଦୋକାନ ବଜାର, ଗାଡ଼ିମୋଟର ଚଳାଚଳ ବନ୍ଦ; ରାସ୍ତାଘାଟ ଜନଶୂନ୍ୟ

ଦାରିଙ୍ଗବାଡି,୨୨।୩(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ରବିବାର ଜନତାକର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ଦାରିଙ୍ଗବାଡି ସମେତ ସିମନବାଡି, ବ୍ରାହ୍ମଣୀଗାଁ, ଗଦାପୁର ସମେତ ୨୫ ପଞ୍ଚାୟତରେ ଏହାର...

CORONAVIRUS UPDATE: ୮୪ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ହେଲେଣି ୭୩୩

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ସର୍ବାଧିକ ୨୪ଜଣ ରହିଛନ୍ତି। ସେହିପରି ଯାଜପୁର...

୧୬ରେ ଆଣ୍ଡାମାନ ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ଏବଂ ଏହାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ଆସନ୍ତା...

Advertisement
Archives

Model This Week