୫-ଟି ପ୍ରଭାବ: ୩ ମାସର ସମସ୍ୟା ୩ ଘଣ୍ଟାରେ ସମାଧାନ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ ମଙ୍ଗଳବାର ଭଦ୍ରକ ଜିଲା ଗସ୍ତ କରିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ଗସ୍ତ ପରେ ୫-ଟି ସଚିବ ଅଚାନକ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରକୁ ଗସ୍ତ କରି ଅନ୍ତେବାସୀଙ୍କ ସୁବିଧାଅସୁବିଧା ପଚାରି ବୁଝିଥିଲେ। ସେଠାରେ ଅନ୍ତେବାସୀମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ୫-ଟି ସଚିବଙ୍କୁ ଅବଗତ କରିଥିଲେ। ପ୍ରାୟ ୩ ମାସ ହେବ ସେମାନଙ୍କ ସହାୟତା ରାଶି ପ୍ରଦାନ କରା ଯାଇ ନ ଥିବା ଜଣାପଡିଥିଲା। ଏହାର ତୁରନ୍ତ ସମାଧାନ ପାଇଁ ୫-ଟି ସଚିବ ପ୍ରତିଶ୍ରୁତି ଦେଇଥିଲେ। ଭଦ୍ରକ ଗସ୍ତରୁ ଫେରିବା ପରେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସମ୍ପୃକ୍ତ ବିଭାଗୀୟ ସଚିବଙ୍କୁ ଡକାଇ ସମୀକ୍ଷା କରିବା ସହ ବିଳମ୍ବ ସମ୍ପର୍କରେ ପଚାରି ବୁଝିଥିଲେ। ଅର୍ଥ ପ୍ରଦାନରେ ବିଳମ୍ବ ପାଇଁ ଦାୟୀ ଥିବା ସମସ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିବା ଜଣାପଡିଛି। ୫-ଟି ସଚିବଙ୍କ ଗସ୍ତର ମାତ୍ର ୩ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ ହୋଇଥିବାରୁ ସବୁ ମହଲରେ ଏହାକୁ ସ୍ବାଗତ କରାଯାଇଛି। କେବଳ ଭଦ୍ରକ ନୁହେଁ, ପୁରୀ ଏବଂ ଅନୁଗୋଳ ଜିଲାର ଗୋଟିଏ ଲେଖାଏ ସଂସ୍ଥା ମଧ୍ୟ ସହାୟତା ରାଶି ପାଇଛନ୍ତି।
ଏହି କ୍ରମରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସହଭାଗିତାରେ କାର୍ଯ୍ୟରତ ୩ ସଂସ୍ଥା ପାଇଁ ୩୩ ଲକ୍ଷ ଟଙ୍କାର ଅନୁଦାନ ମଙ୍ଗଳବାର ପ୍ରଦାନ କରାଯାଇଛି। ଏହି ୩ ସଂସ୍ଥା(ଏନ୍‌ଜିଓ)ଗୁଡିକ ହେଉଛି- ଭଦ୍ରକ ଜିଲା ଚରମ୍ପା ଅନ୍ତର୍ଗତ ପଥରରଡିସ୍ଥିତ ସେଣ୍ଟର ଫର୍‌ ରିହାବିଲିଟେଶନ ସର୍ଭିସ ଆଣ୍ଡ ରିସର୍ଚ୍ଚ(ସିଆରଏସ୍‌ଆର), ପୁରୀ ପଣସପଦା ଅନ୍ତର୍ଗତ ପଣ୍ଡାପୋଖରୀସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସେଲ୍ଫ ଏମ୍ପ୍ଲୟମେଣ୍ଟ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଏବଂ ଅନୁଗୋଳ ଜିଲାର ହାକିମପଡା ଅନ୍ତର୍ଗତ ଶିବାଙ୍ଗୀ ଅଞ୍ଚଳର ଚାଉଳିଆ ନିବାସର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଇଲ୍ଡ ଡେଭଲପମେଣ୍ଟ (ଆଇସିଡି)। ଏହି ସଂସ୍ଥାଗୁଡିକ ସରକାରଙ୍କ ଦ୍ୱାରା କରାଯାଉଥିବା ‘ରିହାବିଲିଟେଶନ ଅଫ୍‌ ଫିଜିକାଲି ଆଣ୍ଡ ମେଣ୍ଟାଲି ଚ୍ୟାଲେଞ୍ଜ୍‌ଡ ସୋସିଆଲି ଡିସ୍‌ଆଡ୍‌ଭାନ୍‌ଟେଜ୍‌ ପର୍ସନ’ କାର୍ଯ୍ୟକ୍ରମରେ ସହଭାଗିତା କରୁଛନ୍ତି।
ପ୍ରଶାସନରେ ସ୍ବଚ୍ଛତା ସହ ଅଧିକ ଲୋକକୈନ୍ଦ୍ରିକ କରିବା ପାଇଁ ପ୍ରତିଟି କାର୍ଯ୍ୟକ୍ରମରେ ୫-ଟିକୁ ଗୁରୁତ୍ୱ ଦିଆଯାଉଛି। ଯାହା ଦ୍ୱାରା କୌଣସି ଜନକଲ୍ୟାଣକାରୀ ପ୍ରସ୍ତାବ ଆସିଲେ ତାହା ସରକାର ତୁରନ୍ତ କାର୍ଯ୍ୟକାରୀ କରୁଛନ୍ତି। ଏହି ୩ଟି ସଂସ୍ଥାରେ ମୋଟ ୧୬୫ ହିତାଧିକାରୀ ଲାଭ ପାଉଛନ୍ତି। ତନ୍ମଧ୍ୟରେ ୫୫ ଜଣ ଆବାସିକ ଏବଂ ୧୧୦ ଜଣ ଅଣଆବାସିକ ହିତାଧିକାରୀ ରହିଛନ୍ତି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ କିସ୍ତି ପାଇଁ ଅର୍ଥ ଅନୁମୋଦନ ହୋଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ରଙ୍କ ପକ୍ଷରୁ ଏସ୍‌ଆଇଡିଆର ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖାଯାଇଛି। ଅନୁମୋଦିତ ଅର୍ଥ ଅନ୍ୟ କୌଣସି କାର୍ଯ୍ୟରେ ଯେପରି ବ୍ୟବହୃତ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ଅନୁମୋଦିତ ଅର୍ଥ କିପରି, କେଉଁ ଦିଗରେ ବ୍ୟବହୃତ ହେଉଛି, ତାହାର ରେକର୍ଡ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଟଙ୍କା ନେଣଦେଣରେ ସ୍ବଚ୍ଛତା ପାଇଁ ବେସରକାରୀ ସଂସ୍ଥା(ଏନ୍‌ଜିଏ)ଗୁଡିକର ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ମଧ୍ୟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କାର୍ଯ୍ୟରେ ପାରିଶ୍ରମିକ ପାଇ ନ ଥିବା ଡ୍ରାଇଭରଙ୍କ ଧାରଣା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ନିର୍ବାଚନ, ଭିଭିଆଇପିଙ୍କ ସୁରକ୍ଷା ଓ କାରକେଡ୍‌ ଭଳି ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଘରୋଇ ଗାଡ଼ିକୁ ନିୟୋଜିତ କରାଯାଉଛି। ଏଥିନିମନ୍ତେ ଆରଟିଓ...

ସୁସ୍ଥ ହେଲେ ୮୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୭।୨ : ଓଡ଼ିଶାରେ ବୁଧବାର ୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା...

ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...

ବିଜେଡି-ଭାଜପା ମଧ୍ୟରେ ଅନୈତିକ ସନ୍ଧି ରହିଛି: ନିରଞ୍ଜନ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ବିଜେଡି ଏବଂ ଭାଜପା ମଧ୍ୟରେ ଅନୈତିକ ସନ୍ଧି ରହିଛି। ଲୋକ ସଭା ହେଉ କି ରାଜ୍ୟ ସଭାରେ ପ୍ରସଙ୍ଗ ଉତ୍‌ଥାପନ ନ କରିବା ଏବଂ ରାଜ୍ୟ...

ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ଅଚାନକ ପହଞ୍ଚିଲେ ମନ୍ତ୍ରୀ

ଭୁବନେଶ୍ୱର, ୩୦-୮(ବ୍ୟୁରୋ):ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଗୁରୁବାର ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପରିଦର୍ଶନ କରିଛନ୍ତି ା ମନ୍ତ୍ରୀ ସାହୁ ପୂର୍ବାହ୍ନ ୧୦ଟାରେ ନିର୍ଦ୍ଦେଶାଳୟରେ ଅଚାନକ ପହଞ୍ଚତ୍ଥିଲେ।...

ଜିଇଏମ୍‌ ପୋର୍ଟାଲରେ କିଣାଯାଇଛି ୩୫୦ କୋଟିର ସାମଗ୍ରୀ

ଭୁବନେଶ୍ୱର,୭।୨(ବ୍ୟୁରୋ): ସରକାରୀ କାର୍ଯ୍ୟାଳୟଗୁଡ଼ିକର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ୨୦୧୬ ଅଗଷ୍ଟ ୯ରୁ ସରକାରଙ୍କ ଇ-ମାର୍କେଟ ପ୍ଲସ୍‌ ଜିଇଏମ୍‌ ପୋର୍ଟାଲର ଶୁଭାରମ୍ଭ ହୋଇଛି। ଏହି...

ଆଉଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ଥିଲେ ବିଧାୟକଙ୍କ ପିଏସ୍‌ଓ

ଭୁବନେଶ୍ୱର, ୩୦। ୮ (ବ୍ୟୁରୋ): କରୋନା ମହାମାରୀରେ ୨୪ଜଣ ପୋଲିସ କର୍ମଚାରୀ ଓ ୩ଜଣ ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ଆଉଜଣେ କରୋନା ଯୋଦ୍ଧା ଆଖି...

ଜାରି ହେଲା ଗାଇଡ୍‌ଲାଇନ: କ୍ୱାରାଣ୍ଟାଇନ ପରେ କାମକୁ ଯାଇପାରିବେ ଶ୍ରମିକ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଅନ୍ୟରାଜ୍ୟରୁ ଓଡ଼ିଶାକୁ ଆସିଥିବା ଓ ରାଜ୍ୟ ଭିତରେ ଥିବା ଶ୍ରମିକଙ୍କୁ ଆଶ୍ୱସ୍ତି ମିଳିଛି। ବିଭିନ୍ନ ଜିଲାରେ ଥିବା ୨,୬୧୦ ରିଲିଫ କ୍ୟାମ୍ପରେ ୧୪ଦିନ କ୍ୱାରାଣ୍ଟାଇନ୍‌...

Advertisement


Archives

Model This Week