୫୯ ମିନିଟରେ ମିଳିବ ରିଟେଲ ଋଣ

ନୂଆଦିଲ୍ଲୀ,୭-୮: ଦେଶର ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ଚାହିଦା ବୃଦ୍ଧି କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ସରକାର ମାତ୍ର ୫୯ ମିନିଟରେ ରିଟେଲ ଋଣ ପ୍ରଦାନ କରିବାକୁ ବିଚାର କରୁଛନ୍ତି। ଅର୍ଥ ମନ୍ତ୍ରଣାଳୟ ସହ ବ୍ୟାଙ୍କ ମୁଖ୍ୟମାନଙ୍କ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି। ତେବେ ଆଲୋଚନା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ନିଷ୍ପତ୍ତି ଘୋଷଣା ନେଇ ଏବେ ଅନିଶ୍ଚିତତା ଲାଗି ରହିଛି। କିନ୍ତୁ ସରକାର ଏ ଦିଗରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ଚାହିଦା ବୃଦ୍ଧି ପାଇଁ ଅର୍ଥ ଆବଶ୍ୟକ ହେଉଥିବା ବେଳେ ଖାଉଟି ଏବେ ପ୍ରଚଣ୍ଡ ଅର୍ଥ ସଙ୍କଟର ସମ୍ମୁଖୀନ ହେଉଛି। ଫଳସ୍ବରୂପ ରିଟେଲ ସେକ୍ଟର, ଅଟୋ ସେକ୍ଟର ଧିମା ହୋଇଛି। ଦେଶକୁ ମାନ୍ଦାବସ୍ଥାରୁ ଦୂରେଇ ରଖିବା ଲାଗି ରିଟେଲ ସେକ୍ଟରରେ ଋଣ ପ୍ରଦାନକୁ ତ୍ୱରାନ୍ବିତ କରିବାକୁ ହେବ ବୋଲି ବୈଠକରେ ମତପ୍ରକାଶ ପାଇଛି। ମିଡିଆ ରିପୋର୍ଟ ଅନୁଯାୟୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ମୁଖ୍ୟମାନଙ୍କ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ମାତ୍ର ୫୯ ମିନିଟରେ ଋଣ ପ୍ରଦାନ ସଫଳ ହୋଇଥିବାରୁ ଏହି ଯୋଜନାକୁ ରିଟେଲ ସେକ୍ଟରରେ ଲାଗୁ କରିବାକୁ ବ୍ୟାଙ୍କ ମୁଖ୍ୟମାନଙ୍କ ପକ୍ଷରୁ ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି। ଏ ଦିଗରେ ବିଚାର କରାଯିବ ବୋଲି ସୀତାରାମନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ୫୯ ମିନିଟରେ ଋଣ ପ୍ରଦାନ ବ୍ୟବସ୍ଥା ବର୍ତ୍ତମାନ ଏମଏସ୍‌ଏମ୍‌ଇ ସେକ୍ଟରରେ ଦିଆଯାଉଛି। ଯେକୌଣସି କ୍ଷୁଦ୍ର କମ୍ପାନୀ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପିଏସ୍‌ବିଲୋନ୍‌ସଇନ୍‌୫୯ମିନିଟ୍ସ ଡଟ୍‌ କମ୍‌ରେ ଆବେଦନ କରି ପାଇପାରୁଛନ୍ତି।
ରିଟେଲ ଗ୍ରାହକ ଯେପରି ଘର, କାର୍‌, ଟିଭି, ଫ୍ରିଜ୍‌ ଆଦି ସହଜରେ ଋଣ ନେଇ କିଣିପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ୫୯ ମିନିଟରେ ଋଣ ପ୍ରଦାନ ପାଇଁ ଏକ ଓ୍ବେବ୍‌ସାଇଟ ଆରମ୍ଭ କରାଯିବା ଦରକାର ବୋଲି ବ୍ୟାଙ୍କ ମୁଖ୍ୟମାନେ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ଚାହିଦା ବୃଦ୍ଧି ପାଇବ ଓ ଅର୍ଥନୀତିର ଗତି ଦ୍ରୁତ ହେବ। ଅଟୋ, ରିୟଲ ଇଷ୍ଟେଟ, କଞ୍ଜ୍ୟୁମର ଗୁଡ଼୍ସ ଓ ଇଲେକ୍ଟ୍ରୋନିକ୍ସ ଶିଳ୍ପକୁ ଫାଇଦା ମିଳିବ।
ଅଟୋ, ଏଫ୍‌ଏମ୍‌ସିଜି ସର୍ବାଧିକ ପ୍ରଭାବିତ
ଅର୍ଥନୀତି ଧିମା ହେବାର ପ୍ରଭାବ ଏବେ ଅଟୋ ଓ ଏଫ୍‌ଏମ୍‌ସିଜି ସେକ୍ଟରକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି। ଗାଡ଼ି ବିକ୍ରି ଦିନକୁ ଦିନ ହ୍ରାସ ପାଇବା କାରଣରୁ ଅଟୋ କମ୍ପାନୀ କର୍ମଚାରୀ ଛଟେଇ କରିବା ସହ ସୋ’ରୁମ୍‌ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ୍ସ(ଏଫ୍‌ଏମ୍‌ସିଜି) ସେକ୍ଟରରେ ଚାହିଦା ହ୍ରାସ ପାଇବା କାରଣରୁ ଉତ୍ପାଦନ ହ୍ରାସ ପାଇଚାଲିଛି। ସେମାନେ ମାର୍କେଟରେ ତିଷ୍ଠି ରହିବା ଲାଗି ଭିନ୍ନ ପନ୍ଥା ଆପଣାଉଛନ୍ତି। ବିକ୍ରି ହ୍ରାସ କାରଣରୁ କମ୍ପାନୀଗୁଡ଼ିକର ଲାଭ କମିବାରେ ଲାଗିଛି। ଆକ୍ସିସ ବ୍ୟାଙ୍କ ସିଇଓ ଅମିତାଭ ଚୌଧୁରୀଙ୍କ କହିବାନୁଯାୟୀ, ଅର୍ଥନୀତିର ଧିମାପଣ ଆଶାଠାରୁ ଅଧିକ ଅବଧି ପର୍ଯ୍ୟନ୍ତ ରହିବ ବୋଲି ମନେ ହେଉଛି। ତାଙ୍କର କହିବାନୁଯାୟୀ, ଅର୍ଥନୀତି ଧିମା ହେବାର ଲକ୍ଷଣ ପ୍ରଥମେ ଏନ୍‌ବିଏଫ୍‌ସିରୁ ଆରମ୍ଭ ହୋଇ ଅଟୋ ସେକ୍ଟରକୁ ମାଡିଥିଲା। ଏବେ ଏହା ଏଫ୍‌ଏମ୍‌ସିଜି ସେକ୍ଟରକୁ ମାଡିଗଲାଣି। ଗ୍ରାମାଞ୍ଚଳରେ ଆୟ କମିବା କାରଣରୁ ଚାହିଦା ହ୍ରାସ ପାଇବାରେ ଲାଗିଛି। ଶୀଘ୍ର ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଯାଉନାହିଁ। ଜୁନ୍‌ରେ କୋର୍‌ ସେକ୍ଟର ଅଭିବୃଦ୍ଧି ୦.୨%କୁ ହ୍ରାସ ପାଇଛି, ଯାହା କି ୨୦୧୫ ପରେ ସବୁଠାରୁ ଖରାପ ରହିଛି। ଚାହିଦା ହ୍ରାସ କାରଣରୁ ବହୁ କମ୍ପାନୀ ଉତ୍ପାଦାନ କମାଇଛନ୍ତି ନଚେତ କାରଖାନା ବନ୍ଦ କରିସାରିଲେଣି।
ଗେମ୍‌ ଚେଞ୍ଜର ହେବ ୫୯ ମିନିଟରେ ରିଟେଲ ଋଣ
ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ସରକାର ମାତ୍ର ୫୯ ମିନିଟରେ ଋଣ ପ୍ରଦାନ ବ୍ୟବସ୍ଥା ଗତବର୍ଷ ନଭେମ୍ବର ୨ରେ ଶୁଭାରମ୍ଭ କରିଥିଲେ। ଋଣ ପାଇଁ ବ୍ୟାଙ୍କକୁ ଧାଁଦୌଡ ନ କରି ପୋର୍ଟାଲ ମାଧ୍ୟମରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଆବେଦନ କରିବାକୁ ଛୋଟ ଉଦ୍ୟୋଗଗୁଡ଼ିକୁ ସୁବିଧା ପ୍ରଦାନ କରାଯାଇଛି। ସରକାରଙ୍କ ଏହି ଉଦ୍ୟମ ସଫଳ ମଧ୍ୟ ହୋଇଛି। ଚଳିତବର୍ଷ ଜୁଲାଇ ୧୭ ସୁଦ୍ଧା ମାତ୍ର ୫୯ ମିନିଟରେ ୧୩ ଲକ୍ଷ ଋଣ ମଞ୍ଜୁର କରାଯାଇଛି । ଏହି ଋଣ ପରିମାଣକୁ ୧ରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଆଗତ ଏକ ପ୍ରସ୍ତାବ ବିଚାରଧୀନ ରହିଛି। ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ, ଉକ୍ତ ବ୍ୟବସ୍ଥାରେ ଋଣ ଚାହୁଁଥିବା ଛୋଟ କମ୍ପାନୀଙ୍କ ପାଇଁ ଆବେଦନ କରିବା ସହଜ ହୋଇଛି। ମାତ୍ର ୧ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଋଣ ଆବେଦନକୁ ଅନୁମୋଦନ କରାଯାଉଥିବା ବେଳେ ୮ ବ୍ୟବସାୟିକ ଦିବସ ମଧ୍ୟରେ ଆବଶ୍ୟକୀୟ ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ଆବେଦନକାରୀଙ୍କ ଆକାଉଣ୍ଟରେ ଋଣ ଅର୍ଥ ଚାଲିଆସୁଛି। ଯୋଜନାର ବିସ୍ତାର ଲାଗି ଏସ୍‌ବିଆଇ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ, କର୍ପୋରେଶନ ବ୍ୟାଙ୍କ ଏବଂ ଆନ୍ଧ୍ର ବ୍ୟାଙ୍କ ମଧ୍ୟରେ ଚୁକ୍ତି ହୋଇଛି। ରିଟେଲ କ୍ଷେତ୍ରରେ ଏହି ସୁବିଧା ପ୍ରଦାନ କରାଗଲେ ଏହା ଅର୍ଥନୀତି ପାଇଁ ଗେମ୍‌ଚେଞ୍ଜର ହେବ ବୋଲି ସେ କହିଛନ୍ତି। କାରଣ ଏହାଦ୍ୱାରା ପର୍ସନାଲ, ହାଉସିଂ ସେକ୍ଟରରେ ଚାହିଦା ବୃଦ୍ଧି ପାଇବ।
ବ୍ୟାଙ୍କ ଋଣ ପ୍ରଦାନ ସ୍ଥିତି ଖରାପ
ରିଜର୍ଭ ବ୍ୟାଙ୍କ ଡାଟା ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ୬ ମାସରେ ଦେଶର ବ୍ୟାଙ୍କଗୁଡ଼ିକ ପକ୍ଷରୁ ରିଟେଲ ଋଣ ପ୍ରଦାନ ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଗତ ୫ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଚାହିଦା କମିବା ତଥା ବେକାରି ବୃଦ୍ଧି କାରଣରୁ ଋଣ ପ୍ରଦାନ କମିଛି ବୋଲି ଆର୍‌ବିଆଇ ଡାଟାରୁ ସ୍ପଷ୍ଟ ହୋଇଛି। ଡାଟା ଅନୁଯାୟୀ ୨୦୧୪ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ରିଟେଲ ଋଣ ପ୍ରଦାନ ସର୍ବନିମ୍ନ ଥିଲା। ସେତେବେଳେ ମାତ୍ର ୬.୪% ରିଟେଲ ଋଣ ପ୍ରଦାନ କରାଯାଇଥିଲା ବୋଲି ଡାଟାରୁ ଜଣାପଡିଛି। ଚଳିତବର୍ଷର ପ୍ରଥମାର୍ଦ୍ଧ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ୭.୩% ରିଟେଲ ଋଣ ପ୍ରଦାନ କରାଯାଇଛି। ଗତବର୍ଷ ଏହି ସମୟରେ ଏହା ୭.୭% ଥିଲା। ୨୦୧୭ରେ ଏହା ୮.୬% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?