Posted inଖେଳ

୫୫ ଖେଳାଳିଙ୍କୁ ଟ୍ରେନିଂ ପାଇଁ ନିର୍ଦ୍ଦେଶ ଦେଲା ଇସିବି

ଲଣ୍ଡନ, ୩୦।୫ (ପି.ଟି.):କୋଭିଡ୍‌-୧୯ ସଂକ୍ରମଣ ପାଇଁ ରୁଦ୍ଧଦ୍ୱାରରେ କ୍ରିକେଟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି)। ଏଥିପାଇଁ ବୋର୍ଡ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଇଅନ ମୋର୍ଗାନ, ଦୁଇ ମୁଖ୍ୟ ପେସ୍‌ ବୋଲର ଜେମ୍ସ ଆଣ୍ଡରସନ ଓ ଜୋଫ୍ରା ଆର୍ଚରଙ୍କ ସମେତ ୫୫ ଖେଳାଳିଙ୍କୁ ଆଉଟଡୋର ଟ୍ରେନିଂ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି। ଟେଷ୍ଟ କ୍ରିକେଟକୁ ଫୋକସ କରି ଗତ ସପ୍ତାହରେ ୧୮ ବୋଲର ବ୍ୟକ୍ତିଗତ ଟ୍ରେନିଂ ଆରମ୍ଭ କରିଥିଲେ। ଇସିବି ପକ୍ଷରୁ ଏଥିରେ ଆଉ ୩୭ ଜଣଙ୍କୁ ମିଶାଇ ଦିଆଯାଇଛି। ତେବେ ଆହେଲକ୍ସ ହେଲ୍ସ, ଲିଆମ ପ୍ଲଙ୍କେଟ ଏବଂ ଜୋ କ୍ଲାର୍କଙ୍କ ପରି ବଡ଼ ଖେଳାଳି ଏହି ତାଲିକାରେ ସ୍ଥାନ ପାଇ ନାହାନ୍ତି। ୟୁକେ ସରକାର ଅନୁମତି ଦେଲେ ଇସିବି ବିନା ଦର୍ଶକରେ କ୍ରିକେଟ ଆରମ୍ଭ କରିବ। ତେଣୁ ଏଥିପାଇଁ ଖେଳାଳିଙ୍କୁ ଟ୍ରେନିଂ ପାଇଁ ପଡ଼ିଆକୁ ଓହ୍ଲାଇବାକୁ କୁହାଯାଇଛି। କାଉଣ୍ଟି ପାର୍ଟନରଙ୍କ ସହିତ ମିଶି ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖାଯାଇ ଖେଳାଳିଙ୍କ ଟ୍ରେନିଂ ଆରମ୍ଭ କରାଯିବ ବୋଲି ଇସିବି ପକ୍ଷରୁ ପ୍ରକାଶ କରାଯାଇଛି। ଟ୍ରେନିଂ ଆରମ୍ଭ ପାଇଁ ଅନୁମତି ପାଇଥିବା ଅନ୍ୟ ନାମୀ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ମୋଇନ ଅଲୀ, ଜନି ବେୟାରଷ୍ଟୋ, ଷ୍ଟୁଆଟ ବ୍ରଡ୍‌, ଜୋସ୍‌ ବଟଲର, ଆଡିଲ ରଶିଦ, ଟମ୍‌ କୁରାନ, ଡାଭିଡ ଓ୍ବିଲି, ସାମ୍‌ ବିଲିଙ୍ଗ୍ସ। ନିର୍ର୍ଦ୍ଦିିଷ୍ଟ ଫର୍ମାଟ ପାଇଁ ଇଂଲଣ୍ଡ ଦଳ ଉଚିତ ସମୟରେ ଘୋଷଣା କରାଯିବ ବୋଲି ଇସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 World Cup 2026: ଟିମ୍‌ ଇଣ୍ଡିଆର ହାତ ଛାଡିଲେ ରିଙ୍କୁ ସିଂହ! ଅଚାନକ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୨: ଟିମ ଇଣ୍ଡିଆର ଅଲରାଉଣ୍ଡର ରିଙ୍କୁ ସିଂହଙ୍କୁ ଅପ୍ରତ୍ୟାଶିତ ଭାବରେ ଘରକୁ ଫେରିବାକୁ ପଡିଛି। ସେ ଚେନ୍ନାଇରୁ ଫେରି ଆସିଛନ୍ତି। ରିଙ୍କୁ ସିଂହଙ୍କ ଫେରିବାର କାରଣ ପରିବାରର…

ସଚିନଙ୍କୁ କ୍ଷମାମାଗିଲେ ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୪ା୨: ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବହୁ ବାର ଭୁଲ୍‌ ନିଷ୍ପତ୍ତି ଦେଇ ଆଉଟ୍‌ କରିଥିବା ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର ଦୀର୍ଘ ୨୨ ବର୍ଷ…

ଦକ୍ଷିଣ ଆଫ୍ରିକା ଯିବ ଅଷ୍ଟ୍ରେଲିଆ ଦଳ

ମେଲବୋର୍ନ,୨୪ା୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଟୁର୍‌ରେ ଯିବ। ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୩ଟି ଟେଷ୍ଟ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ…

ଆସିଲା ମହିଳା ଟି୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀ: ଜୁନ ୧୪ରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୨୪ା୨: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମଙ୍ଗଳବାର ଆଗାମୀ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଜୁନ ୧୨ରୁ ଜୁଲାଇ ୫…

୨୦୨୬ ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିଲା ଭାରତ! ୱେଷ୍ଟଇଣ୍ଡିଜର ରେକର୍ଡ ବିଜୟ କୋଟି କୋଟି ଭାରତୀୟଙ୍କୁ ଦେଲା ଝଟକା

ନୂଆଦିଲ୍ଲୀ,୨୪।୨: ଭାରତ କ’ଣ ୨୦୨୬ ଟି୨୦ ବିଶ୍ୱକପରୁ ବାହାର ହୋଇଯାଇଛି କି? ଟିମ ଇଣ୍ଡିଆ କ’ଣ ଏବେ ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିପାରିବ ନାହିଁ? ଭାରତ…

ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ଟି୨୦ ବିଶ୍ୱକପ ଫାଇନାଲ, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୪।୨: ICC ଟି-୨୦ ବିଶ୍ୱକପ ୨୦୨୬ ବର୍ତ୍ତମାନ ରୋମାଞ୍ଚକର ସୁପର ୮ ପର୍ଯ୍ୟାୟରେ ଚାଲିଛି। ସୁପର ୮ ପର୍ଯ୍ୟାୟର ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲକୁ ଯିବେ, ଏବଂ…

T20 World Cupରୁ ବାହାରିଯିବ ପାକିସ୍ତାନ! ଜାଣନ୍ତୁ ଗ୍ରୁପ-୨ ସେମିଫାଇନାଲରେ ପହଞ୍ଚିବାର ସମୀକରଣ

ନୂଆଦିଲ୍ଲୀ,୨୪।୨: ପାକିସ୍ତାନ କ୍ରିକେଟ ଦଳର ସୁପର ୮ର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଯାଇଥିଲା, ଯାହା ସଲମାନ ଅଲି ଆଗା ଏବଂ ଦଳକୁ ଗୋଟିଏ ପଏଣ୍ଟରେ…

ମଝିରେ ପରିବର୍ତ୍ତନ ହେବ ୨୦୨୬ ଟି-୨୦ ବିଶ୍ୱକପ ସୂଚୀ! ସେମିଫାଇନାଲ ମ୍ୟାଚକୁ ନେଇ ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୨୪।୨: ICC T20 ବିଶ୍ୱକପ ୨୦୨୬ର ସେମିଫାଇନାଲ ଶ୍ରୀଲଙ୍କା ଘରୋଇ ଗ୍ରାଉଣ୍ଡ କଲମ୍ବୋରେ ଖେଳିପାରେ, କିନ୍ତୁ ଏହା କେଉଁ ଦଳ ଯୋଗ୍ୟତା ଅର୍ଜନ କରେ ଏବଂ ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri