୫ରୁ ମିଶନ ଶକ୍ତି ମେଳା

ଭୁବନେଶ୍ୱର, ୪ା୧୨(ବ୍ୟୁରୋ):ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍‌ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଥର ପାଇଁ ଆସନ୍ତା ୫ତାରିଖରୁ ‘ମିଶନ ଶକ୍ତି ମେଳା’ ଆୟୋଜିତ ହେବ। ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ ଲାଗି ବିଭାଗ ପକ୍ଷରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଏହି ମେଳାର ଆୟୋଜନ କରାଯାଉଛି। ମେଳାରେ ୨୦୦ ଷ୍ଟଲ ମାଧ୍ୟମରେ ବିଭିନ୍ନ ପ୍ରକାରର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରୟ କରାଯିବ। ଭୁବନେଶ୍ୱର ଭଳି ସହରାଞ୍ଚଳର ଲୋକମାନଙ୍କ ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପଦାର୍ଥ ବିଷୟରେ ସୂଚନା ଦେବା ଏବଂ ଏହାକୁ ଉପଲବ୍ଧ କରାଇବା ମେଳାର ଉଦ୍ଦେଶ୍ୟ। ଏହା ଗ୍ରାମଞ୍ଚଳ ଓ ସହରାଞ୍ଚଳର ମହିଳା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ପଦାର୍ଥର ପ୍ରଦର୍ଶନ, ବିକ୍ରୟ ପାଇଁ ବଜାର ବ୍ୟବସ୍ଥା ଓ ଖାଉଟିମାନଙ୍କ ପ୍ରାଥମିକତା ଆଧାରରେ ପଦାର୍ଥଗୁଡ଼ିକର ମାନବୃଦ୍ଧି କରାଇବାରେ ବିଶେଷ ସହାୟକ ହେବ। ମେଳାରେ ବିଭିନ୍ନ ପ୍ରକାରର ଗ୍ରାମୀଣ ଦ୍ରବ୍ୟ ଯଥା ହସ୍ତତନ୍ତ, ହସ୍ତକଳା, ଜଙ୍ଗଲଜାତ ଦ୍ରବ୍ୟ, ବିଭିନ୍ନ ଖାଦ୍ୟ ପଦାର୍ଥ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ଆଦି ଉପଲବ୍ଧ ହେବ। ମେଳାକୁ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଉଦ୍‌ଘାଟନ କରିବେ ବୋଲି ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶକ ସୁଜାତା ଆର୍‌. କାର୍ତ୍ତିକେୟନ ସୂଚନା ଦେଇଛନ୍ତି। ମଙ୍ଗଳବାର ବିଭାଗ ପକ୍ଷରୁ ମିଶନ ଶକ୍ତି ଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୁଜାତା ଆର୍‌. କାର୍ତ୍ତିକେୟନ କହିଥିଲେ, ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳା ସଶକ୍ତୀକରଣ ପାଇଁ ୨୦୦୧ରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମିଶନ ଶକ୍ତି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉପତ୍ାଦକ ଗୋଷ୍ଠୀଙ୍କୁ ସ୍ଥାୟୀ ରୋଜଗାର ଉତ୍ସ ମାଧ୍ୟମରେ ଦୀର୍ଘ ରୋଜଗାର ଯୋଗାଇଦେବା ଏହାର ପ୍ରମୁଖ ଆଭିମୁଖ୍ୟ। ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ୫ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମେଳା ଡିସେମ୍ବର ୧୬ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। ୩୦ ଜିଲାର ୨୫୧ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀରୁ ୫୦୦ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଦ୍ରବ୍ୟ ସହିତ ଅଂଶଗ୍ରହଣ କରିବେ। ଖବରଦାତା ସମ୍ମିଳନୀରେ ମିଶନ ଶକ୍ତି ଯୁଗ୍ମ ସଚିବ ସୁଧାଂଶୁ ଶେଖର ନାୟକ ଏବଂ ଉପସଚିବ ବିନୋଦ କୁମାର ଜେନା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଚାଲିଛି ଗଛକଟା

ଦାରିଙ୍ଗବାଡ଼ି,୨୪।୮(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ଗରମ ବୃଦ୍ଧି ପାଇବା ସହ ଅସ୍ବାଭାବକି ଭାବେ ପାଣିପାଗର ପରିବର୍ତ୍ତନ ହେଉଛି। ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି...

ମା’-ବାପାଙ୍କଠୁ ଅଲଗା କଲା ମଦ

ଜାମଟିକ୍ରା,୪ା୭ : ମଦ କାରଣରୁ ମା’-ବାପାଙ୍କ ଠାରୁ ଅଲଗା ହୋଇଯାଇଛି ୧୦ ବର୍ଷର ବାଳକ। ବରଗଡ଼ ଜିଲା ଭେଡେନ ଥାନା ତାଲମେଣ୍ଡା ପଞ୍ଚାୟତର ରଙ୍ଗାଟିକ୍ରା ଗ୍ରାମରେ...

ଆନନ୍ଦପୁରରେ ୨୪ ମେଗାୱାଟ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱର,୭।୧୧(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଶନିବାର କେନ୍ଦୁଝର ଜିଲା ଆନନ୍ଦପୁର ସିଂହନାଳୀରେ ୧୨ ମେଗାଓ୍ବାଟ୍‌ର ବୈତରଣୀ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପର...

ବ୍ଲକଗ୍ରାଣ୍ଟ ସ୍କୁଲ ମରାମତି ପାଇଁ ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ

ଗୋପ, ୩।୬(ଡି.ଏନ୍‌.ଏ.)-ଫନୀରେ କ୍ଷୟକ୍ଷତି ହୋଇଥିବା ଗୋପ ବ୍ଲକର ସମସ୍ତ ବ୍ଲକଗ୍ରାଣ୍ଟ ସ୍କୁଲ ଗୁଡ଼ିକୁ ଶିକ୍ଷାବର୍ଷ ପୂର୍ବରୁ ମରାମତି କରାଯିବ ବୋଲି ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ...

ଭିକ୍ଷା ମାଗୁଛନ୍ତି ପୂର୍ବତନ ଡିଏସ୍‌ପିଙ୍କ ପୁଅ

କଟକ ଅଫିସ,୧୫ା୭: ଦିବାକର ପରିଡ଼ା ଥିଲେ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତ ପକ୍ଷରୁ ବ୍ରିଟିଶ ସେନାରେ ଯୋଗ ଦେଇଥିଲେ।...

ଭଙ୍ଗା କୁଡୁଆରେ ଅବଢ଼ା ଖାଇଲେ

ପୁରୀ ଅଫିସ,୧୧।୧୦: ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଆଖି ପୂରେଇ ଦେଖିବାର ସୁଯୋଗ ନାହିଁ। ସାତଦରିଆ ପାରି ହୋଇ ଶ୍ରୀକ୍ଷେତ୍ରକୁ ଆସିଥିଲେ ବି ବାଇଶ ପାହାଚରେ ସେମାନଙ୍କୁ...

ସବାଇ ଘାସ: ବର୍ଷକୁ ୩୦୦ କୋଟି କାରବାର

ବାରିପଦା ଅଫିସ, ୮।୭-ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ଗରିବ ଆଦିବାସୀ ପରିବାର ଲୋକେ ସବାଇ ଘାସରୁ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ସବାଇଘାସରୁ ପ୍ରସ୍ତୁତ ଉନ୍ନତ ମାନର...

୨୧ ଜିଲାରୁ ୧୩୦ କରୋନା ପଜିଟିଭ ଚିହ୍ନଟ: ସର୍ବାଧିକ କଟକରୁ

ଭୁବନେଶ୍ୱର, ୫।୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୩୦ କରୋନା ଆକ୍ରାନ୍ତ ୨୧ଟି ଜିିଲାର। ତେବେ କଟକରୁ ସର୍ବାଧିକ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ...

Advertisement


Archives

Model This Week