Posted inଜାତୀୟ

୪ ସ୍ଥାନରେ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୨: ବିକ୍ଷୋଭ ପରେ ଗୁଳିକାଣ୍ଡ ତା’ ପରେ ସଂଘର୍ଷ। ସଂଘର୍ଷ ପୁଣି କମ୍‌ ନୁହେଁ, ତେର ଜଣଙ୍କ ଜୀବନ ଗଲାଣି। ଦିଲ୍ଲୀରେ ସିଏଏ ବିରୋଧୀ ସଂଘର୍ଷ ଦଙ୍ଗାର ରୂପ ନେବା ପରେ ସ୍ଥିତି ଅଣାୟତ୍ତ ହୋଇଛି। ସ୍ଥିତି ସ୍ବାଭାବିକ କରିବା ପାଇଁ ତୁହାକୁ ତୁହା ବୈଠକ ବି ବସୁଛି। ହେଲେ ନିୟନ୍ତ୍ରଣକୁ ଆସୁନାହିଁ ଜାତୀୟ ରାଜଧାନୀର ଉତ୍ତର-ପୂର୍ବ ଦିଲ୍ଲୀ, ପୂର୍ବ ଦିଲ୍ଲୀ ଓ ଶାଦଦରା ଜିଲାରେ। ଏହି ୩ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ଉତ୍ତର-ପୂର୍ବ ଦିଲ୍ଲୀ ଯମୁନା ବିହାର ଅଞ୍ଚଳର ୪ ସ୍ଥାନରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଗସ୍ତ କାଳରେ ଉତ୍ତର-ପୂର୍ବ ଦିଲ୍ଲୀର କେତେକ ଅଞ୍ଚଳରେ ସୋମବାର ସଶସ୍ତ୍ର ଭିଡ଼ ସିଏଏ ବିରୋଧୀଙ୍କୁ ଆକ୍ରମଣ କରିଥିଲେ। ଟ୍ରମ୍ପ୍‌ ଓ ତାଙ୍କ ପରିବାରକୁ କେନ୍ଦ୍ର ସରକାର ସ୍ବାଗତ କରୁଥିଲେ, ତା’ର ୧୫ କି.ମି. ଦୂରରେ ଦଙ୍ଗାକାରୀମାନେ ଆତଙ୍କ ଖେଳାଇଥିଲେ। ଯେଉଁଠି ପାରିଲେ ଭଙ୍ଗାରୁଜା, ଜଳାପୋଡ଼ା ଓ ଆକ୍ରମଣ କଲେ। ଦୁଇପକ୍ଷ ମଧ୍ୟରେ ଘଟିଥିବା ଏହି ସଂଘର୍ଷରେ ଅଦ୍ୟାବଧି ୧୩ ଜଣଙ୍କ ଜୀବନ ଯାଇଥିବାବେଳେ ଶତାଧିକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ। କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ। ଏଭଳି ସମୟରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତିନି ତିନିଥର ବୈଠକ କରିଛନ୍ତି। ଦଙ୍ଗାର ନିଆଁ ଗୋଟିଏ ଜାଗାରୁ ଆଉ ଗୋଟିଏ ସ୍ଥାନକୁ ବ୍ୟାପିବାରେ ଲାଗିଥିବାବେଳେ ନେତାମାନଙ୍କ ଦାୟିତ୍ୱହୀନ ମନ୍ତବ୍ୟ ଘିଅ ଢାଳିବା ଭଳି କାମ କରୁଛି। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏଥିପାଇଁ ଭାଜପା ନେତା କପିଲ ମିଶ୍ରାଙ୍କୁ ଦାୟୀ କରିଛନ୍ତି। ଜାତୀୟ ଶାନ୍ତି ଓ ନିରାପତ୍ତାକୁ ବିପନ୍ନ କରିବା ଉଦ୍ଦେଶ୍ୟରେ ଏପରି ଭିଆଇଥିବାରୁ କପିଲ ମିଶ୍ରାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ସେ ଟୁଇଟ୍‌ କରିଛନ୍ତି। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ଦଙ୍ଗା ପାଇଁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସିଙ୍କୁ ଦାୟୀ କରିଛନ୍ତି। ସିଏଏ ବିକ୍ଷୋଭ ସହ ହିଂସାକାଣ୍ଡ ଜାରି ରହୁ ଅସାଦୁଦ୍ଦିନ ଚାହାନ୍ତି ବୋଲି ସମାଲୋଚନା କରିଛନ୍ତି।
ଅନ୍ୟପକ୍ଷରେ ଦଙ୍ଗାକାରୀମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଚେତବାନୀ ଦେଇଛନ୍ତି। ବରିଷ୍ଠ ଅଧିକାରୀ ଏସ୍‌.ଏନ୍‌. ଶ୍ରୀବାସ୍ତବଙ୍କୁ ସ୍ବତନ୍ତ୍ର ପୋଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଶ୍ରୀବାସ୍ତବ ସିଆର୍‌ପିଏଫ୍‌ର ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ। ଦଙ୍ଗା ନିୟନ୍ତ୍ରଣ ପାଇଁ ଦିଲ୍ଲୀ ପୋଲିସ, ସିଆର୍‌ପିଏଫ୍‌, ରାପିଡ୍‌ ଆକ୍ସନ ଫୋର୍ସ ଓ ସଶସ୍ତ୍ର ସୀମା ବଳ ଯବାନମାନଙ୍କୁ ମୁତୟନ କରାଯାଇଛି। ବର୍ତ୍ତାମାନ ସୁଦ୍ଧା ୧୧ଟି ମାମଲା ରୁଜୁ କରାଯାଇଛି। ଗାଜିଆବାଦରୁ ଉତ୍ତରପୂର୍ବ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାକୁ ବ୍ୟାରିକେଡ୍‌ କରି ସିଲ୍‌ କରିଦିଆଯାଇଛି। ଫଳରେ ଟ୍ରାଫିକ୍‌ ସମସ୍ୟା ମଧ୍ୟ ବଢ଼ିଯାଇଛି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି, ସବୁ ସ୍କୁଲ, କଲେଜକୁ ବନ୍ଦ କରାଯାଇଛି। ବୁଧବାର ହେବାକୁ ଥିବା ମାଟ୍ରିକ୍‌ ବୋର୍ଡ ପରୀକ୍ଷାକୁ ହିଂସା ଯୋଗୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri