Posted inଜାତୀୟ

୪ ସ୍ଥାନରେ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୨: ବିକ୍ଷୋଭ ପରେ ଗୁଳିକାଣ୍ଡ ତା’ ପରେ ସଂଘର୍ଷ। ସଂଘର୍ଷ ପୁଣି କମ୍‌ ନୁହେଁ, ତେର ଜଣଙ୍କ ଜୀବନ ଗଲାଣି। ଦିଲ୍ଲୀରେ ସିଏଏ ବିରୋଧୀ ସଂଘର୍ଷ ଦଙ୍ଗାର ରୂପ ନେବା ପରେ ସ୍ଥିତି ଅଣାୟତ୍ତ ହୋଇଛି। ସ୍ଥିତି ସ୍ବାଭାବିକ କରିବା ପାଇଁ ତୁହାକୁ ତୁହା ବୈଠକ ବି ବସୁଛି। ହେଲେ ନିୟନ୍ତ୍ରଣକୁ ଆସୁନାହିଁ ଜାତୀୟ ରାଜଧାନୀର ଉତ୍ତର-ପୂର୍ବ ଦିଲ୍ଲୀ, ପୂର୍ବ ଦିଲ୍ଲୀ ଓ ଶାଦଦରା ଜିଲାରେ। ଏହି ୩ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ଉତ୍ତର-ପୂର୍ବ ଦିଲ୍ଲୀ ଯମୁନା ବିହାର ଅଞ୍ଚଳର ୪ ସ୍ଥାନରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଗସ୍ତ କାଳରେ ଉତ୍ତର-ପୂର୍ବ ଦିଲ୍ଲୀର କେତେକ ଅଞ୍ଚଳରେ ସୋମବାର ସଶସ୍ତ୍ର ଭିଡ଼ ସିଏଏ ବିରୋଧୀଙ୍କୁ ଆକ୍ରମଣ କରିଥିଲେ। ଟ୍ରମ୍ପ୍‌ ଓ ତାଙ୍କ ପରିବାରକୁ କେନ୍ଦ୍ର ସରକାର ସ୍ବାଗତ କରୁଥିଲେ, ତା’ର ୧୫ କି.ମି. ଦୂରରେ ଦଙ୍ଗାକାରୀମାନେ ଆତଙ୍କ ଖେଳାଇଥିଲେ। ଯେଉଁଠି ପାରିଲେ ଭଙ୍ଗାରୁଜା, ଜଳାପୋଡ଼ା ଓ ଆକ୍ରମଣ କଲେ। ଦୁଇପକ୍ଷ ମଧ୍ୟରେ ଘଟିଥିବା ଏହି ସଂଘର୍ଷରେ ଅଦ୍ୟାବଧି ୧୩ ଜଣଙ୍କ ଜୀବନ ଯାଇଥିବାବେଳେ ଶତାଧିକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ। କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ। ଏଭଳି ସମୟରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତିନି ତିନିଥର ବୈଠକ କରିଛନ୍ତି। ଦଙ୍ଗାର ନିଆଁ ଗୋଟିଏ ଜାଗାରୁ ଆଉ ଗୋଟିଏ ସ୍ଥାନକୁ ବ୍ୟାପିବାରେ ଲାଗିଥିବାବେଳେ ନେତାମାନଙ୍କ ଦାୟିତ୍ୱହୀନ ମନ୍ତବ୍ୟ ଘିଅ ଢାଳିବା ଭଳି କାମ କରୁଛି। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏଥିପାଇଁ ଭାଜପା ନେତା କପିଲ ମିଶ୍ରାଙ୍କୁ ଦାୟୀ କରିଛନ୍ତି। ଜାତୀୟ ଶାନ୍ତି ଓ ନିରାପତ୍ତାକୁ ବିପନ୍ନ କରିବା ଉଦ୍ଦେଶ୍ୟରେ ଏପରି ଭିଆଇଥିବାରୁ କପିଲ ମିଶ୍ରାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ସେ ଟୁଇଟ୍‌ କରିଛନ୍ତି। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ଦଙ୍ଗା ପାଇଁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସିଙ୍କୁ ଦାୟୀ କରିଛନ୍ତି। ସିଏଏ ବିକ୍ଷୋଭ ସହ ହିଂସାକାଣ୍ଡ ଜାରି ରହୁ ଅସାଦୁଦ୍ଦିନ ଚାହାନ୍ତି ବୋଲି ସମାଲୋଚନା କରିଛନ୍ତି।
ଅନ୍ୟପକ୍ଷରେ ଦଙ୍ଗାକାରୀମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଚେତବାନୀ ଦେଇଛନ୍ତି। ବରିଷ୍ଠ ଅଧିକାରୀ ଏସ୍‌.ଏନ୍‌. ଶ୍ରୀବାସ୍ତବଙ୍କୁ ସ୍ବତନ୍ତ୍ର ପୋଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଶ୍ରୀବାସ୍ତବ ସିଆର୍‌ପିଏଫ୍‌ର ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ। ଦଙ୍ଗା ନିୟନ୍ତ୍ରଣ ପାଇଁ ଦିଲ୍ଲୀ ପୋଲିସ, ସିଆର୍‌ପିଏଫ୍‌, ରାପିଡ୍‌ ଆକ୍ସନ ଫୋର୍ସ ଓ ସଶସ୍ତ୍ର ସୀମା ବଳ ଯବାନମାନଙ୍କୁ ମୁତୟନ କରାଯାଇଛି। ବର୍ତ୍ତାମାନ ସୁଦ୍ଧା ୧୧ଟି ମାମଲା ରୁଜୁ କରାଯାଇଛି। ଗାଜିଆବାଦରୁ ଉତ୍ତରପୂର୍ବ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାକୁ ବ୍ୟାରିକେଡ୍‌ କରି ସିଲ୍‌ କରିଦିଆଯାଇଛି। ଫଳରେ ଟ୍ରାଫିକ୍‌ ସମସ୍ୟା ମଧ୍ୟ ବଢ଼ିଯାଇଛି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି, ସବୁ ସ୍କୁଲ, କଲେଜକୁ ବନ୍ଦ କରାଯାଇଛି। ବୁଧବାର ହେବାକୁ ଥିବା ମାଟ୍ରିକ୍‌ ବୋର୍ଡ ପରୀକ୍ଷାକୁ ହିଂସା ଯୋଗୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri