Posted inଜାତୀୟ

୪୬୦ ଦିନରେ ଭାଙ୍ଗିଲା କମଲନାଥଙ୍କ ସରକାର

ଭୋପାଳ,୨୦।୩: ଯାହା ଆଶା କରାଯାଉଥିଲା ତାହାହିଁ ହେଲା। ମାତ୍ର ୧୫ ମାସ ଅର୍ଥାତ୍‌ ୪୬୦ ଦିନ ମଧ୍ୟରେ ମଧ୍ୟପ୍ରଦେଶରେ ଭାଙ୍ଗିଗଲା କଂଗ୍ରେସ ଶାସିତ କମଲନାଥ ସରକାର। ଶୁକବାର ଫ୍ଲୋର ଟେଷ୍ଟ ପୂର୍ବରୁ କମଲନାଥ ଇସ୍ତଫା ଦେବେ ବୋଲି ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିବା ପରେ ଏହା ସ୍ପଷ୍ଟ ହୋଇଛି। ବହୁମତ ସାବ୍ୟସ୍ତ ପାଇଁ ସୁପ୍ରିମକୋର୍ଟ ଗୁରୁବାର କମଲନାଥ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ବହୁ ବାଦ ବିବାଦ ଭିତରେ କମଲନାଥ ଇସ୍ତଫା ଦେବା କଥା ଘୋଷଣା କରିଛନ୍ତି। ଭୋପାଳରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କମଲନାଥ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଦୋଷାରୋପ କରିବା ସହ ଘୋଡ଼ା ବେପାର କରି କଂଗ୍ରେସ ବିଧାୟକମାନଙ୍କୁ କିଣା ଯାଇଥିବା କହିଛନ୍ତି। ଏହାସହ କଂଗ୍ରେସ ବିଧାୟକମାନଙ୍କୁ ଜୋର ଜବରଦସ୍ତ ଇସ୍ତଫା ଦେବାକୁ ଭାଜପା ବାଧ୍ୟ କରିଥିବା ମଧ୍ୟ କମଲନାଥ କହିଛନ୍ତି। ସୂଚନାଯୋଗ୍ୟ, ଖବରଦାତା ସମ୍ମିଳନୀ ସରିବା ପରେ କମଲନାଥ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କୁ ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି ଗତ ୨ ସପ୍ତାହ ମଧ୍ୟରେ ମଧ୍ୟପ୍ରଦେଶରେ ଯାହା ଚାଲିଛି ତାହା ଗଣତନ୍ତ୍ରରେ ଏକ ନୂଆ ଅଧ୍ୟାୟ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ଆମେରିକାର ଧମକରେ ଚିହିଁକି ଉଠିଲା ଚାଇନା, କହିଲା ଆମ ପାଇଁ ସବୁବେଳେ ହର୍ମୁଜ…

ବେଜିଂ,୧୩ା୪: ଇସଲାମାବାଦରେ ୨୧ ଘଣ୍ଟା ଧରି ଚାଲିଥିବା ମାରାଥନ ବୈଠକରେ କୌଣସି ସମାଧାନର ବାଟ ବାହାରିପାରିଲା ନାହିଁ। ଫଳରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri