୪୫ ଗହଣା ଦୋକାନରେ ଚଢ଼ାଉ

ଭୁବନେଶ୍ୱର, ୩୦ା୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନ ବୈଧମାପ ବିଜ୍ଞାନ (ଓଜନ ଓ ମାପ) ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶମତେ ଚଳିତ ମାସ ୨୨ରୁ ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସୁନା ଦୋକାନରେ ଚଢାଉ କରାଯାଇଥିଲା। ଏହି ୪ ଦିନରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର ଓ ବାଲେଶ୍ୱରରେ ସୁନାଗହଣା ଦୋକାନ ଏବଂ ପ୍ରତିଷ୍ଠାନ ଉପରେ ଅଚାନକ ଚଢ଼ାଉ କରାଯାଇଛି। ସର୍ବମୋଟ ୪୫ ଦୋକାନ ଏବଂ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିବାବେଳେ ୨୯ ଦୋକାନ ଏବଂ ପ୍ରତିଷ୍ଠାନରେ ବୈଧମାପ ବିଜ୍ଞାନ ନିୟମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ବାବଦରେ ୨୭ଟି ଦୋକାନ ଓ ପ୍ରତିଷ୍ଠାନରୁ ୩ ଲକ୍ଷ ୭୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଅନ୍ୟ ଦୁଇଟି ପ୍ରତିଷ୍ଠାନ ଉପରେ କମ୍ପାଉଣ୍ଡିଂ ନୋଟିସ୍‌ ଜାରି କରାଯାଇଛି।
ରାଜଧାନୀର ୧୦ ଦୋକାନ ଓ ପ୍ରତିଷ୍ଠାନ ଉପରେ କରାଯାଇଥିବା ଚଢ଼ାଉରୁ ୮ ଦୋକାନରେ ବୈଧମାପ ବିଜ୍ଞାନ ନିୟମ ପାଳନର ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିସହିତ ଏ ବାବଦରେ ୧ ଲକ୍ଷ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ବ୍ରହ୍ମପୁରରେ ୮ ଦୋକାନ ଓ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରୁ ୫ ଦୋକାନ ଓ ପ୍ରତିଷ୍ଠାନରେ ବୈଧମାପ ବିଜ୍ଞାନ ନିୟମର ତ୍ରୁଟି ପରିଲକ୍ଷିତ ହୋଇଛି ।
ତେଣୁ ଜରିମାନା ବାବଦରେ ଏହିସବୁ ଦୋକାନ ଓ ପ୍ରତିଷ୍ଠାନରୁ ୪୫ ହଜାର ଟଙ୍କା ଆଦାୟ କରାଯାଇଛି।
ଗୋଟିଏ ପ୍ରତିଷ୍ଠାନ ଉପରେ କମ୍ପାଉଣ୍ଡିଂ ନୋଟିସ୍‌ ଜାରି କରାଯାଇଛି। କଟକରେ ୮ ଦୋକାନ ଓ ପ୍ରତିଷ୍ଠାନ ଉପରେ କରାଯାଇଥିବା ଚଢ଼ାଉରୁ ୫ ଦୋକାନରେ ବୈଧମାପ ବିଜ୍ଞାନ ନିୟମର ତ୍ରୁଟି ପରିଲକ୍ଷିତ ହୋଇଛି । ଏହି ବାବଦରେ ୩୫ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ରାଉରକେଲାରେ ୪ ଦୋକାନ ଓ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିବାବେଳେ ୨ ଦୋକାନରୁ ୩୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି।
ସମ୍ବଲପୁରରେ ଚଢ଼ାଉ କରାଯାଇଥିବା ସମସ୍ତ ୫ ଦୋକାନ ଓ ପ୍ରତିଷ୍ଠାନରେ ବୈଧମାପ ବିଜ୍ଞାନ ନିୟମର ତ୍ରୁଟି ପରିଲକ୍ଷିତ ହୋଇଛି,ଏଥି ସହିତ ୪ ଦୋକାନ ଓ ପ୍ରତିଷ୍ଠାନରୁ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଅନ୍ୟ ଏକ ପ୍ରତିଷ୍ଠାନ ଉପରେ କମ୍ପାଉଣ୍ଡିଂ ନୋଟିସ୍‌ ଜାରି କରାଯାଇଛି। ବାଲେଶ୍ୱରର ୧୦ ଦୋକାନ ଓ ପ୍ରତିଷ୍ଠାନ ଉପରେ କରାଯାଇଥିବା ଚଢ଼ାଉରୁ ୪ ଦୋକାନରେ ବୈଧମାପ ବିଜ୍ଞାନ ନିୟମର ତ୍ରୁଟି ପରିଲକ୍ଷିତ ହୋଇଛି। ଏ ବାବଦରେ ୫୫ ହଜାର ଟଙ୍କା ଜରିମାନା ଆଦାୟ କରା ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

‘ଏଥର ଏପରି ଗୁଳି ବର୍ଷା କରିବୁ…’ ଯୁଦ୍ଧବିରତି ମଧ୍ୟରେ ଟ୍ରମ୍ପ ଇରାନକୁ କାହିଁକି ଧମକ ଦେଲେ?

ଓ୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ପୁଣି ଥରେ…

ରେଳ ଷ୍ଟେଶନରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌: ବାପା ହିଁ ରଚିଥିଲେ ଷଡଯନ୍ତ୍ର: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିରାକାରପୁର,୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେଶନରେ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌। ଶିଶୁ ଚୋରି କାହାଣୀ ବାପା ନିଜେ ରଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri