Posted inଜାତୀୟ

୪୨୦ ହାଇକୋର୍ଟ ବିଚାରପତି ପଦ ଖାଲି

ନୂଆଦିଲ୍ଲୀ, ୧୬ା୧୦ : ଭାରତରେ ଥିବା ବିଭିନ୍ନ ହାଇକୋର୍ଟରେ ବିଚାରପତି ସଂଖ୍ୟା ବହୁ କମ ରହିଛି। ଫଳରେ ବିଚାର ପ୍ରକ୍ରିୟା ବିଳମ୍ବ ହେଉଛି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ଅକ୍ଟୋବର ୧ରେ ଦର୍ଶାଯାଇଥିବା ତଥ୍ୟ ଅନୁଯାୟୀ ଦେଶର ୨୫ ହାଇକୋର୍ଟରେ ଆବଶ୍ୟକ ସଂଖ୍ୟକ ବିଚାରପତି ନାହାନ୍ତି। ଆବଶ୍ୟକଠାରୁ ୪୨୦ ବିଚାରପତି ପଦ ଖାଲିପଡ଼ିଛି। ହାଇକୋର୍ଟଗୁଡ଼ିକ ଲାଗି ମୋଟ ୧୦୭୯ ବିଚାରପତିଙ୍କ ଆବଶ୍ୟକତା ରହିଥିବାବେଳେ ଏବେ ମାତ୍ର ୬୫୯ ବିଚାରପତି କାର୍ଯ୍ୟ କରୁଛନ୍ତି। ଗତ ସେପ୍ଟେମ୍ବରରେ ୨୫ ହାଇକୋର୍ଟରେ ୪୧୪ ବିଚାରପତି ପଦ ଖାଲି ଥିଲା। ଏବେର ସ୍ଥିତି ସବୁଠାରୁ ଜଟିଳ ରହିଥିବା କୁହାଯାଇଛି। ବିଭିନ୍ନ ହାଇକୋର୍ଟରେ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ବିଚାର ନ ହୋଇ ପଡ଼ିରହିଥିବାବେଳେ ବିଚାରପତି ପଦ ଖାଲିପଡ଼ିବା ପରିତାପର ବିଷୟ। ହାଇକୋର୍ଟ କଲେଜିୟମ ପକ୍ଷରୁ ବିଚାରପତିଙ୍କ ନାମ ଅନୁମୋଦନ କରାଯାଇ ଆଇନ ମନ୍ତ୍ରଣାଳୟକୁ ପଠାଯିବା କଥା। ଆଇନ ମନ୍ତ୍ରଣାଳୟ ଏହାର ତର୍ଜମା କରି ସୁପ୍ରିମକୋର୍ଟ କଲେଜିୟମଙ୍କୁ ରିପୋର୍ଟ ଦେଲେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥାଏ। କୌଣସି ବିଚାରପତି ଅବସର ନେଲେ କିମ୍ବା ଇସ୍ତଫା ଦେଲେ ଖାଲିପଡ଼ୁଥିବା ପଦ ତୁରନ୍ତ ପୂରଣ କରିବା କଥା। ହେଲେ ଏଥିରେ ବିଳମ୍ବ ଯୋଗୁ ମାମଲାଗୁଡ଼ିକ ବିଚାର ନ ହୋଇ ଦୀର୍ଘଦିନ ହେବ ପଡ଼ିରହୁଛି। ସୁପ୍ରିମକୋର୍ଟରେ ଗତ ସେପ୍ଟେମ୍ବରରେ ନୂଆ ୪ ବିଚାରପତି ନିଯୁକ୍ତି ହେବା ପରେ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ହେଲେ ବିଭିନ୍ନ ହାଇକୋର୍ଟରେ ବିଚାରପତିଙ୍କ ଅଭାବ ଯୋଗୁ ସମସ୍ୟା ଭୋଗିବାକୁ ପଡ଼ୁଛି। ି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri