୪୦ ଦିନ ପରେ ମା’ ଓ ଝିଅ ଉଦ୍ଧାର:  ସେବା ବାହାନାରେ ବନ୍ଧକ ରଖିଥିଲେ ଅଭିଯୁକ୍ତ

ରାଉରକେଲା ଅଫିସ, ୨୦।୧୧
ଉଦିତ ନଗର ଥାନା ଅର୍ନ୍ତଗତ ବାସନ୍ତୀ କଲୋନୀରେ ଜନୈକ ବ୍ୟକ୍ତି ସେବା କରିବାର ବାହାନା ଦେଖାଇ ୨ଜଣ ମହିଳାଙ୍କୁ ଦୀର୍ଘ ୪୦ଦିନ ଧରି ବନ୍ଧକ ରଖିବା ଘଟଣା ଇସ୍ପାତ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ଉକ୍ତ ଘଟଣାରେ ନିଜକୁ ସାମ୍ବାଦିକ ବୋଲାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜନୈକା ମହିଳା (୪୫) ଟାଙ୍ଗରପାଲି ଥାନା ଅଞ୍ଚଳରେ ବିବାହ କରିଛନ୍ତି। ମହିଳା ଓ ତାଙ୍କ ମା’ ଭୁବନେଶ୍ୱରର ବାସିନ୍ଦା ଅଟନ୍ତି। ତେବେ ମହିଳାଙ୍କ ବାପା ତାଙ୍କ ମା’ଙ୍କୁ ନିର୍ଯାତନା ଦେବାରୁ ସେମାନେ ଭୁବନେଶ୍ୱରରୁ ପଳାଇ ଆସିଥିଲେ। ତେବେ ରାଉରକେଲା ପଳାଇ ଆସିବା ପରେ ବାସନ୍ତୀ କଲୋନୀ ଏଲ-୪ରେ ରହୁଥିବା ଅଶୋକ ମହାନ୍ତି ଉକ୍ତ ବୃଦ୍ଧାଙ୍କୁ ଦେଖାଶୁଣା କରିବାକୁ ରଖିଥିଲେ। ପରେ କୌଶଳକ୍ରମେ ମହିଳାଙ୍କୁ ତାଙ୍କ ଜାଲରେ ଫସାଇ ଆଣି ନିଜ ଘରେ ରଖିଥିଲେ। ଏହି ସମୟରେ ମହିଳାଙ୍କ କୌଣସି ଖୋଜଖବର ନ ମିଳିବାରୁ ତାଙ୍କ ସ୍ବାମୀ ଟାଙ୍ଗରପାଲି ଥାନାରେ ଏକ ନିଖୋଜ ମାମଲା ଦାଏର କରିଥିଲେ। ଦୀର୍ଘ ଦିନ ଧରି ଅଶୋକ ମହିଳା ଓ ତାଙ୍କ ବୃଦ୍ଧା ମା’ଙ୍କୁ ନିଜ ଘରେ ବନ୍ଧକ କରି ରଖିବା ସହ ଉଭୟଙ୍କ ଅଶ୍ଳିଳ ଫଟୋ ଉଠାଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ଅଶୋକ ଅସଦାଚରଣ କରିବା ସହ ଏ ନେଇ କାହାକୁ ଜଣାଇଲେ ଜୀବନରେ ମାରି ଦେବାକୁ ଧମକ ଦେଉଥିଲା ବୋଲି ମହିଳା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତେବେ ଦୀର୍ଘ ୪୦ ଦିନ ଧରି ବନ୍ଧକ ରହିବା ପରେ କୌଶଳକ୍ରମେ ମହିଳା ବନ୍ଧକ ଥିବା ନେଇ ନିଜ ସମ୍ପର୍କୀୟଙ୍କୁ ସୂଚନା ଦେଇଥିଲେ। ସର୍ମ୍ପକୀୟଙ୍କ ସୂଚନା ଆଧାରରେ ଉଦିତ ନଗର ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ବାସନ୍ତୀ କଲୋନୀ ସ୍ଥିତ ଏଲ-୪ ଘରେ ଛଢ଼ାଉ କରି ମହିଳା ଓ ତାଙ୍କ ମା’ଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ସ୍ବାମୀଙ୍କ ଉପସ୍ଥିତିରେ ମହିଳା ନିଜକୁ ସାମ୍ବାଦିକ ବୋଲାଉଥିବା ଅଭିଯୁକ୍ତ ଅଶୋକ ମହାନ୍ତିଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଉଦିତନଗର ଥାନା ପୋଲିସ ଏକ ମାମଲା (ନଂ.୨୮୧/୧୯) ରୁଜୁ କରି ଅଭିଯୁକ୍ତ ଅଶୋକ ମହାନ୍ତିଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri