Posted inଫୁରସତ

୩ ଫୁଟ ବରକୁ ୩ ଫୁଟ କନ୍ୟା

ଲକ୍ଷ୍ନୌ: କୁହାଯାଏ, ବିବାହ ସ୍ବର୍ଗରେ ସ୍ଥିର ହୋଇଥାଏ। ଯିଏ ଯାହା ପାଇଁ ତାକୁ ଭଗବାନ ସ୍ଥିର କରିଥାନ୍ତି। ଉତ୍ତରପ୍ରଦେଶର ମିରଟରେ ହୋଇଥିବା ଏକ ବିବାହ ଏବେ ଚର୍ଚ୍ଚାରେ ରହିଛି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଲାକେ ଚିନ୍ତାରେ ପଡ଼ିଥିବା ବେଳେ ୩ ଫୁଟର ବର ଫିରୋଜଙ୍କ ଭାଗ୍ୟ କିନ୍ତୁ ଚମକିଛି। ତାଙ୍କୁ ସମାନ ଉଚ୍ଚତା ଅର୍ଥାତ ୩ ଫୁଟର କନ୍ୟା ମିଳିଯାଇଛନ୍ତି। ଦୁଇଜଣଙ୍କ ପରିବାରବର୍ଗ କହିଛନ୍ତି, ଏମାନଙ୍କ ଉଚ୍ଚତା ଏତେ ଛୋଟ ଥିବାରୁ ବିବାହ ପାଇଁ ଅନେକ ସମସ୍ୟା ଦେଖା ଦେଉଥିଲା। ଏବେ ଦୁହିଁଙ୍କ ଯୋଡ଼ି ଦେଖି ଲୋକେ କହୁଛନ୍ତି, ଉପରବାଲା ତିଆରି କରିଛନ୍ତି। ଏଥିରେ ବନ୍ଧୁ ପରିଜନ ବହୁତ ଖୁସି। ୩ ଫୁଟ ଫିରୋଜଙ୍କ ପାଇଁ କନ୍ୟାପାତ୍ର ଖୋଜିବା ତାଙ୍କ ପରିବାର ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। କାରଣ ଯେତେ ବାହାଘର ପ୍ରସ୍ତାବ ଆସୁଥିଲା ଉଚ୍ଚତା କମ୍‌ ଯୋଗୁ ଭାଙ୍ଗି ଯାଉଥିଲା। ହଠାତ୍‌ ତାଙ୍କର ଜଣେ ବନ୍ଧୁଙ୍କ ଭାଉଜ ତାଙ୍କୁ ଦେଖିଲେ ଏବଂ ତାଙ୍କର ୩ ଫୁଟ ଉଚ୍ଚତାର ଭଉଣୀଙ୍କ ପାଇଁ ପ୍ରସ୍ତାବ ଦେଲେ। ପରେ ଦୁଇ ପରିବାର ଏକାଠି ବସି ବିବାହ ସ୍ଥିର କଲେ। ଦୁଇମାସ ପୂର୍ବରୁ ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା। ମାତ୍ର ଲକ୍‌ଡାଉନ୍‌ ଯୋଗୁ ଅପେକ୍ଷା କରିବାକୁ ପଡ଼ିଥିଲା। ଏବେ ଏହି ବିବାହ ସମ୍ପନ୍ନ ହୋଇଛି।
ଲିସାଡି ଗେଟ୍‌ ଥାନା ଅନ୍ତର୍ଗତ ଲଖିପୁରା ନିବାସୀ ବର ଫିରୋଜ ଏହି ବିବାହକୁ ନେଇ ବହୁତ ଖୁସି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବାଂଲାଦେଶ ନିର୍ୱାଚନ

ଢାକା,୧୨ା୨: ବାଂଲାଦେଶରେ ଗୁରୁବାର ସଂସଦୀୟ ନିର୍ୱାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହା ହେଉଛି ବାଂଲାଦେଶର ୧୩ତମ ସଂସଦୀୟ ନିର୍ୱାଚନ। ଏହି ନିର୍ୱାଚନକୁ…

ପେଙ୍ଗୁଇନ୍‌ ଇଣ୍ଡିଆକୁ ନୋଟିସ

ନୂଆଦିଲ୍ଲୀ,୧୨ା୨: ପୂର୍ୱତନ ସେନା ମୁଖ୍ୟ ଏମ୍‌.ଏମ୍‌. ନରଓ୍ୱଣେଙ୍କ ପୁସ୍ତକ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’କୁ ନେଇ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆକୁ…

ଏପ୍‌ଷ୍ଟିନ୍‌ ମୋତେ ଦୋମୁହଁା କହିଥିଲେ

ନୂଆଦିଲ୍ଲୀ,୧୨।୨: ଆମେରିକୀୟ ସେକ୍ସ ଅଫେଣ୍ଡର ଜେଫ୍ରି ଏପ୍‌ଷ୍ଟିନ୍‌ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଦୋମୁହଁା କହିଥିଲେ। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଣିଥିବା…

ଅନାସ୍ଥା ନୋଟିସରେ ତ୍ରୁଟି

ନୂଆଦିଲ୍ଲୀ,୧୨ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ବିପକ୍ଷ ସଦସ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଦେଇଥିବା ନୋଟିସ ତ୍ରୁଟିଯୁକ୍ତ। ନୋଟିସ ଡ୍ରାଫ୍ଟିଙ୍ଗ୍‌ରେ ଏଭଳି…

ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ମୁନ୍ନା: ପେନସିଲ ଗ୍ରାଫାଇଟରେ ସୂକ୍ଷ୍ମ ଇଣ୍ଡିଆ ଗେଟ୍‌

ଅମରପାଲି,୧୨ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମର ମୁନ୍ନା ମାହାଣା ଲିମକା ବୁକ ଅଫ ରେକଡର୍‌ସରେ ନିଜ ନାମକୁ ନାମିତ କରି ଜିଲା ପାଇଁ…

ନାଣ୍ଡୁ ବାବୁ-ସାଇ ବିବାଦରେ ପୂର୍ଣ୍ଣଛେଦ: ମା’ବାପାଙ୍କ ଉପସ୍ଥିତରେ…

ଭୁବନେଶ୍ୱର,୧୨ା୨ (ସୌମ୍ୟରଞ୍ଜନ ରାଉତ):ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ ବାବୁ ଓ ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି।…

ଆଜି ଭାରତ ବନ୍ଦ: ଜାଣନ୍ତୁ କ’ଣ ରହିବ ପ୍ରଭାବ

ଭୁବନେଶ୍ୱର, ୧୨।୨(ସୁନିତ୍‌ ମିଶ୍ର):ଭାରତୀୟ ଚାଷୀ ଏବଂ ଟ୍ରେଡ୍‌ ୟୁନିୟନଗୁଡିକ ପକ୍ଷରୁ ଗୁରୁବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାର ଆଣିଥିବା ୪ ନୂଆ ଶ୍ରମ…

ଟି-୨୦ ବିଶ୍ୱକପ୍: ୧୦ ବର୍ଷ ପରେ ଇଂଲଣ୍ଡକୁ ହରାଇଲା ୱେଷ୍ଟଇଣ୍ଡିଜ୍, ରଦରଫୋର୍ଡଙ୍କ ବିସ୍ଫୋରକ ବ୍ୟାଟିଂ

ନୂଆଦିଲ୍ଲୀ,୧୧।୨: ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ୩୦ ରନ୍‌ରେ ଚମତ୍କାର ବିଜୟ ହାସଲ କରିଛି। ୨୦୧୬ ଟି-୨୦ ବିଶ୍ୱକପ୍ ଫାଇନାଲ୍ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri