Posted inଜାତୀୟ

୩୭୦ ଧାରା କ’ଣ, କାହିଁକି ତାକୁ ନେଇ ଉଠୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୫।୮:କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ରାଷ୍ଟ୍ରପତି ଏହି ବିଜ୍ଞପ୍ତିକୁ ଅନୁମୋଦନ ଦେଇଥିବା ସମ୍ପର୍କରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟ ସଭାରେ କହିଛନ୍ତି। ଜମ୍ମୁ-କଶ୍ମୀର ଏବଂ ଲଦାଖ ଦୁଇଟି ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ସୋମବାର ଭାରତୀୟ ଲୋକତନ୍ତ୍ର ପାଇଁ ଏକ କଳାଦିବସ। ଏହାର ପରିଣାମ ଭୟଙ୍କର ହେବ ବୋଲି ସେ ଧମକ ଦେଇଛନ୍ତି। ଧାରା ୩୭୦କୁ ଉଚ୍ଛେଦ ସରକାରଙ୍କ ନିଜସ୍ବ ନିଷ୍ପତ୍ତି, ଯାହା ଅସାମ୍ବିଧାନିକ ବୋଲି ସେ ମତ ଦେଇଛନ୍ତି।

୩୭୦ ଧାରା କ’ଣ, କାହିଁକି ତାକୁ ନେଇ ଉଠୁଛି ଚର୍ଚ୍ଚା
ନୂଆଦିଲ୍ଲୀ, ୫।୮: ଦୁଇ ଭାଗ ହୋଇଛି ଜମ୍ମୁ-କଶ୍ମୀର। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ଧାରା ଉଚ୍ଛେଦ ପରେ ସେଠାକାର ନେତାମାନେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କଶ୍ମୀରବାସୀଙ୍କ ସହ ଛଳନା କରାଯାଇଛି ବୋଲି ସେମାନେ କହିଛନ୍ତି। ତେବେ ଏହି ୩୭୦ ଧାରା କ’ଣ, କାହିଁକି ତାକୁ ନେଇ ଉଠୁଛି ଚର୍ଚ୍ଚା ଆସନ୍ତୁ ଜାଣିବା….
୩୭୦ ଧାରା କ’ଣ
ଭାରତ ସ୍ବାଧୀନ ହେବା ପରେ ସମସ୍ତ ରାଜ୍ୟ ଭଳି ଜମ୍ମୁ-କଶ୍ମୀରକୁ ମଧ୍ୟ ରାଜ୍ୟ ମାନ୍ୟତା ଦିଆଯାଇଥିଲା। ସେହି ସମୟରେ ସେଠାରେ ଶାସକ ଥିଲେ ହରି ସିଂ। ୧୯୪୭ ଅକ୍ଟୋବର ୨୦ରେ ପାକିସ୍ତାନ ସମର୍ଥକ ଆଜାଦ୍‌ କଶ୍ମୀର ସେନା ପାକିସ୍ତାନ ସେନା ସହ ମିଶି କଶ୍ମୀର ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲେ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଶେଖ୍‌ ଅବଦୁଲ୍ଲାଙ୍କ ସହମତିରେ ହରି ସିଂ ସେତେବେଳେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ମିଶି ଜମ୍ମୁ-କଶ୍ମୀରରେ ସ୍ବତନ୍ତ୍ର ଧାରା ୩୭୦ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନେଇଥିଲେ।

୩୭୦ ଧାରା ଅନୁଯାୟୀ କଶ୍ମୀରେ ଦୁଇଟି ପତାକା ଥିଲା। ଗୋଟିଏ ରାଜ୍ୟର ଏବଂ ଅନ୍ୟଟି ଭାରତର। କଶ୍ମୀରବାସୀ ଭାରତୀୟ ଜାତୀୟ ପତାକାକୁ ସମ୍ମାନ ଜଣାଇବା ବାଧ୍ୟତାମୂଳକ ନୁହେଁ।

ଦେଶର କୌଣସି ନାଗରିକ ଜମ୍ମୁ-କଶ୍ମୀରରେ ଜାଗା କିଣିପାରିବେ ନାହିଁ। ଏପରିକି ସେଠାରେ ଭାରତର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଚାହିଁଲେ ଇଞ୍ଚେ ଜାଗା ବି କିଣିପାରିବେ ନାହିଁ।

ଜମ୍ମୁ-କଶ୍ମୀର ଲୋକଙ୍କୁ ଦୈତ(ଉଭୟ ଭାରତ ଏବଂ ଜମ୍ମୁ-କଶ୍ମୀର) ନାଗରିକତା ପ୍ରଦାନ କରାଯାଉଥିଲା।

ଉଭୟ ରାଜ୍ୟର ସମ୍ବିଧାନକୁ ବରଖାସ୍ତ କରିବା ଅଧିକାର ମଧ୍ୟ ଭାରତର ରାଷ୍ଟ୍ରପତିଙ୍କ ନିକଟରେ ନାହିଁ।

ଯଦି କୌଣସି ଜମ୍ମୁ-କଶ୍ମୀର ଝିଅ ରାଜ୍ୟ ଛଡା ଭାରତର ଅନ୍ୟ କୌଣସି ରାଜ୍ୟରେ ବିବାହ କରନ୍ତି, ତେବେ ସେଠାକାର ନାଗରିକତା ତାଙ୍କର ରଦ୍ଦ ହୋଇଯାଏ। କିନ୍ତୁ ପାକିସ୍ତାନରେ ବିବାହ କଲେ ଦୁଇଟି ସ୍ଥାନର ନାଗରିକତା କାଏମ ଥାଏ।

ଯଦି ପାକିସ୍ତାନ ପୁରୁଷ କଶ୍ମୀରରେ ବିବାହ କରୁଛନ୍ତି ତେବେ ତାଙ୍କୁ ଭାରତର ନାଗରିକତା ମିଳିଥାଏ।

ଜମ୍ମୁ-କଶ୍ମୀରରେ ଯଦି କେହି ଭାରତୀୟ ପତାକାକୁ ଅସମ୍ମାନ କରନ୍ତି, ତେବେ ତାକୁ ଅପରାଧ ବିବେଚନା କରାଯାଏ ନାହିଁ।

କୌଣସି ବାହାର ରାଜ୍ୟର ଲୋକ ଚାହିଁଲେ ଜମ୍ମୁ-କଶ୍ମୀରରେ ବ୍ୟବସାୟ କିମ୍ବା କୌଣସି ପ୍ରତିଷ୍ଠାନ ସ୍ଥାୟୀ ଭାବେ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚିତ ସୁବେର ହତ୍ୟା ମାମଲାରେ ୩ଆରଏସ୍‌ଏସ୍‌ କର୍ମକର୍ତ୍ତା ଗିରଫ

ଥିରୁଭାନ୍ତପୁରମ,୭।୫: ସୁବେର ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେରଳ ପୋଲିସ ୩ଜଣ ଆରଏସ୍‌ଏସ୍‌ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ଶନିବାର ଏହି ହତ୍ୟା ମାମଲାରେ ସୁଚିତ୍ରାନ,...

ରୋହିଙ୍ଗ୍ୟାଙ୍କ ମନରେ ଭାରତ ବିରୋଧରେ ବିଷ ମଞ୍ଜି ବୁଣୁଛି ଜୈଶ୍‌: ବିଏସ୍‌ଏଫ୍‌ ରିପୋର୍ଟ

ନୂଆଦିଲ୍ଲୀ,୨୭।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ଜାରି ରଖିଛି। ମ୍ୟାନ୍‌ମାର୍‌ରୁ ଭାରତ ଏବଂ ବାଂଲାଦେଶରେ ଶରଣ ନେଇଥିବା ରୋହିଙ୍ଗ୍ୟାଙ୍କ...

ମଦର ଟେରେସା ସିଷ୍ଟର କନ୍‌ସିଲିଆଙ୍କୁ ଜାମିନ

ରାଞ୍ଚତ୍,୧ା୧୦-ଶିଶୁ ଚୋରାଚାଲାଣ ଅଭିଯୋଗରେ ଗିରଫ ମିଶନାରିଜ୍‌ ଅଫ ଚାରିଟି ସଦସ୍ୟା ତଥା ଅନ୍ୟତମ ମଦର ଟେରେସା ସିଷ୍ଟର କନ୍‌ସିଲିଆ ବାକ୍ସଲାଙ୍କୁ ଜାମିନ ମିଳିଛି। ୮ ମାସ...

ପିପିଇ କିଟ୍‌ ପିନ୍ଧି ବୁଢ଼ୀମାଙ୍କୁ ମୁଖାଗ୍ନି ଦେଲେ ନାତି

କୋଦାଡ଼, ୨୧।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। କେତେକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ...

ବିଦ୍ୱେଷ ସୃଷ୍ଟିକାରୀ ଭାଷଣ ମାମଲା, କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି…

ନୂଆଦିଲ୍ଲୀ, ୧୨।୧ : ହରିଦ୍ୱାର ଏବଂ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯେଉଁମାନେ ବିଦ୍ୱେଷ ସୃଷ୍ଟିକାରୀ ଭାଷଣ ଦେଇଥିବାର ଅଭିଯୋଗ ହୋଇଛି, ସେମାନଙ୍କ ବିରୋଧରେ ଯାଞ୍ଚ...

ହିନ୍ଦୁ ପରାମ୍ପରାରେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଷ୍ଟ୍ରେଲିଆ ଦମ୍ପତିି

ଡେରାଡୁନ,୨।୧୦: ବଦ୍ରିନାଥ ଧାମରେ ବୈଦିକ ମନ୍ତ୍ରୋଚ୍ଚାରଣ ସହ ଜଣେ ଅଷ୍ଟ୍ରେଲିଆ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଷ୍ଟ୍ରେଲିଆର ପର୍ଥ ନିବାସୀ ପାଉଲୋ ଓ କାୟରା...

ଭାରତ, ସିଙ୍ଗାପୁର, ଥାଇଲାଣ୍ଡ ମିଳିତ ନୌସମରାଭ୍ୟାସ

ନୂଆଦିଲ୍ଲୀ,୧୭ା୯(ପି.ଟି.): ପୋର୍ଟ ବ୍ଲେୟାରରେ ସୋମବାରଠାରୁ ଭାରତ, ସିଙ୍ଗାପୁର ଓ ଥାଇଲାଣ୍ଡ ନୌସେନା ପକ୍ଷରୁ ତ୍ରିପାକ୍ଷିକ ସମରାଭ୍ୟାସ ଆରମ୍ଭ ହୋଇଛି। ଏହାବ୍ୟତୀତ ମୈତ୍ରୀ ନାମରେ ଭାରତ ଓ...

କୋଭିଡ୍‌ ସନ୍ଦିଗ୍ଧ ହସ୍ପିଟାଲରେ ହୋଇପାରିବେ ଭର୍ତ୍ତି

ନୂଆଦିଲ୍ଲୀ,୮।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ନୂତନ ଗାଇଡ୍‌ଲାଇନ ଜାରି କରାଯାଇଛି। କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ପଜିଟିଭ୍‌ ରିପୋର୍ଟର କୌଣସି...

Advertisement
Archives

Model This Week