Posted inଜାତୀୟ

୩୫ ବର୍ଷ ତଳର କଳା ରବିବାର: ମଝି ଆକାଶରେ ବିମାନ ବିସ୍ଫୋରଣରେ ୩୨୯ ଲୋକଙ୍କ ଘଟିଥିଲା ମୃତ୍ୟୁ

ନୂଆଦିଲ୍ଲୀ, ୨୩।୬: ଆଜିକୁ ୩୫ ବର୍ଷ ତଳେ ଜୁନ୍‌ ୨୩ର କଳା ରବିବାରରେ ମଝି ଆକାଶରେ ବିମାନ ଦୁର୍ଘଟଣାରେ ୩୨୯ ଲୋକଙ୍କ ମୃତ୍ୟୁ ଘଟିଥିଲା। ୩୦୭ ଯାତ୍ରୀ ଏବଂ ୨୨ ଜଣ ବିମାନ କର୍ମଚାରୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣା ୧୯୮୫ ଜୁନ୍‌ ୨୩ରେ ଘଟିଥିଲା। ସେ ଦିନ ବି ଥିଲା ରବିବାର। ଏୟାର ଇଣ୍ଡିଆର ବିମାନ କନିଷ୍କ-୧୮୨ ଟରୋଣ୍ଟୋରୁ ଉଡ଼ାଣ ଆରମ୍ଭ କରିଥିଲା। ଲଣ୍ଡନ ଦେଇ ଏହା ନୂଆଦିଲ୍ଲୀରେ ପହଞ୍ଚିଥାନ୍ତା। ତେବେ ସକାଳ ହେବା ପୂର୍ବରୁ ୟୁରୋପ ସୀମାରେ ପହଞ୍ଚିବା ପରେ ୩୧ ଫୁଟ ଉଚ୍ଚରେ ମଝି ଆକାଶରେ ବିମାନରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଅୟାରଲାଣ୍ଡ ପାଖାପାଖି ଅଞ୍ଚଳରେ ଏପରି ହୋଇଥିଲା। ବିମାନଟିର ଭଗ୍ନାବଶେଷ ଆଟଲାଣ୍ଟିକ୍‌ ସାଗରରେ ପଡ଼ିଥିଲା। ଯାତ୍ରୀଙ୍କ ମଧ୍ୟରୁ ୨୬୮ ଜଣ କାନାଡ଼ାର ଥିବାବେଳେ ୨୭ ଜଣ ଇଂଲଣ୍ଡ, ୧୦ ଆମେରିକାର ଏବଂ ୨ ଜଣ ଭାରତୀୟ ଥିଲେ। ସାଗର ଗର୍ଭରୁ ୧୩୧ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ବିମାନରେ ଏମ୍‌. ସିଂ ନାମକ ଜଣେ ଯାତ୍ରୀ ଯିବାର ଥିଲା। ମାତ୍ର ତାଙ୍କର କିଛି ସାମଗ୍ରୀ ବିମାନରେ ଥିବାବେଳେ ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତି ବିମାନରେ ଚଢ଼ି ନ ଥିବା କୁହାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଏମ୍‌.ସିଂଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳି ପାରି ନାହିଁ। ଏହା ଖଲିସ୍ତାନ ଉଗ୍ରପନ୍ଥୀଙ୍କ ପ୍ରତିଶୋଧ ବୋଲି କୁହାଯାଇଥିଲା। ୧୯୮୪ ଜୁନ୍‌ ୬ରେ ସ୍ବର୍ଣ୍ଣମନ୍ଦିରରେ ହୋଇଥିବା ଅପରେଶନ୍‌ ବ୍ଲୁଷ୍ଟାରର ପ୍ରତିଶୋଧ ନେବା ପାଇଁ ଉଗ୍ରପନ୍ଥୀ ଏଭଳି କାଣ୍ଡ ଭିଆଇଥିବା କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri