୩୧ରୁ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର,୩୦-୧: ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ(ୟୁଏଫ୍‌ବିୟୁ) ପକ୍ଷରୁ ଚଳିତ ମାସ ୩୧ (ଶୁକ୍ରବାର) ଏବଂ ୧ ଫେବୃୟାରୀ( ଶନିବାର) ୨ ଦିନିଆ ଦେଶ ବ୍ୟାପି ଧର୍ମଘଟ ଡାକରା ଦିଆଯାଇଛି। ଏହି ଦିନଗୁଡିକରେ ଦେଶର ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଧାରଣାକୁ ଓହ୍ଲାଇବେ ବୋଲି ସଙ୍ଗଠନ ପକ୍ଷରୁ ଏଠାରେ ଏକ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି। ଗୁରୁବାର ସରସ୍ବତୀ ପୂଜା ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ଶୁକ୍ରବାର, ଶନିବାର ଧର୍ମଘଟ ଏବଂ ରବିବାର ବ୍ୟାଙ୍କ ଛୁଟି ଥିବାରୁ କାରବାର ବନ୍ଦ ରହିବ। ମୋଟା ମୋଟି ଭାବେ କହିବାକୁ ଗଲେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଧର୍ମଘଟରେ ରାଜ୍ୟର ୪୦ ହଜାର କର୍ମଚାରୀ ସାମିଲ ହେବେ ବୋଲି ସୂଚନା ରହିଛି। ସେହିଭଳି ରାଜ୍ୟର ୫ ହଜାର ବ୍ୟାଙ୍କ ଶାଖା ଏହି ସମୟରେ ବନ୍ଦ ରହିବ।
ଏଆଇବିଇଏ, ଏଆଇବିଓସି, ଏନ୍‌ସିବିଇ, ଏଆଇବିଓଏ, ବିଇଏଫ୍‌ଆଇ, ଆଇଏନ୍‌ବିଇଏଫ୍‌, ଆଇଏନ୍‌ବିଓସି, ଏନ୍‌ଓବିଓଡବ୍ଲ୍ୟୁ ଏବଂ ଏନ୍‌ଓବିଓ ଭଳି ସଂଘ ଧର୍ମଘଟରେ ସାମିଲ ହେବେ। କର୍ମଚାରୀମାନେ ୧୨ ଦଫା ଦାବି ନେଇ ଏହି ଧର୍ମଘଟ ଡାକରା ଦେଇଛନ୍ତି। ମଜୁରୀ ସଂଶୋଧନରେ ୨୦% ବୃଦ୍ଧି, ୫ ଦିନ କାର୍ଯ୍ୟ ଦିବସ, ବେସିକ ପେ ସହ ସ୍ବତନ୍ତ୍ର ଭତ୍ତା ମିଶ୍ରଣ, ସ୍ବତନ୍ତ୍ର ପେନଶନ ସ୍କିମ, ପରିବାର ପେନଶନ ବୃଦ୍ଧି ଭଳି ଦାବି କର୍ମଚାରୀମାନେ ରଖିଛନ୍ତି। ଦାବି ଉପରେ ବିହିତ ପଦକ୍ଷେପ ଗ୍ରହଣ କରାନ ଗଲେ ମାର୍ଚ୍ଚ ମାସ ୧୧,୧୨ ଏବଂ ୧୩ ତାରିଖରେ ୩ ଦିନ ଧର୍ମଘଟ ହେବ। ପୁଣି ଯଦି ଦାବି ପୂରଣ ନ ହୁଏ ତେତେ ଏପ୍ରିଲ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ଲାଗି କର୍ମଚାରୀମାନେ ଧାରଣା ଦେବେ। କର୍ମଚାରୀଙ୍କ ଦାବିର ସମାଧାନ ଲାଗି ମୁଖ୍ୟ ଶ୍ରମ କମିଶନର, ଶ୍ରମ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ମାସ ୨୭ରେ ନୂଆଦିଲ୍ଲୀରେ ବସିଥିବା ବୈଠକରେ ଆଇବିଏ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା। କର୍ମଚାରୀଙ୍କ ଦାବି ଉପରେ ବୈଠକରେ କୌଣସି ନିର୍ଯାସ ବାହାରି ପାରିନାହିଁ। ଗତ ୩୦ ମାସ ଧରି କର୍ମଚାରୀମାନେ ଧୈର୍ଯ୍ୟର ସହ ଅପେକ୍ଷା କରିବା ସହ ଲୋକମାନେ ପ୍ରଭାବିତ ନ ହେଲା ଭଳି ଧର୍ମଘଟ କରି ନ ଥିଲେ। ହେଲେ ଆଇବିଏ କର୍ମଚାରୀଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ କରୁ ନ ଥିବା ଯୋଗୁ କୌଣସି ବିକଳ୍ପ ନ ପାଇ ସଂଘ ପକ୍ଷରୁ ଧର୍ମଘଟ ନିଷ୍ପତ୍ତି ନିଆଯାଇଛି।
ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କ ବେତନ ଏବଂ ସେବା ସର୍ତ୍ତାବଳୀ ୫ ବର୍ଷରେ ସଂଘର ଦାବି ଏବଂ ଆଇବିଏ ଆଲୋଚନା ଦ୍ୱାରା ନିର୍ଦ୍ଧାରଣ ହୋଇଥାଏ। ସେହି ଅନୁଯାୟୀ ଶେଷ ରାଜିନାମା ଅବଧି ୨୦୧୨ ନଭେମ୍ବରରୁ ୨୦୧୭ ଅକ୍ଟୋବର ଯାଏ ରହିଥିଲା। ଏହି ଆଧାରରେ ମଜୁରୀ ସଂଶୋଧନ ୨୦୧୭ ନଭେମ୍ବର ପହିଲାରୁ ହେବା ଆବଶ୍ୟକ ଥିଲା। ମଜୁରୀ ସଂଶୋଧନର ବିଳମ୍ବିତ ପ୍ରକ୍ରିୟା, ଗତ ୩୦ ମାସ ଧରି କ୍ରମାଗତ ଆଲୋଚନାରେ ବିଫଳତା, କାର୍ଯ୍ୟଚାପ, ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ ଆଧାର କରି ଧର୍ମଘଟ ଡାକରା ଦିଆଯାଇଛି ବୋଲି ସଂଘ ଗୁଡିକ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ୟୁଏଫ୍‌ବିୟୁ ସଂଯୋଜକ ସମ୍ବିତ ମିଶ୍ର, ଏଆଇବିଓସି ରାଜ୍ୟ ସମ୍ପାଦକ ସବ୍ୟସାଚୀ ସ୍ବାଇଁ, ଏନ୍‌ସିବିଇ ପ୍ରତିନିଧି ଅନୀଲ ପ୍ରଧାନ, ଏଆଇବିଇଏ ସାଧାରଣ ସମ୍ପାଦକ ମନୋରଞ୍ଜନ ଦାଶ, ବିଇଏଫ୍‌ଆଇ ସାଧାରଣ ସମ୍ପାଦକ ପ୍ରକାଶ ରାୟ, ଏଆଇବିଓସି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍‌କୋ ଆକ୍ଟିଭ ମୋମେଣ୍ଟମ ଫଣ୍ଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୮।୬: ସାମ୍‌କୋ ଆସେଟ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପ୍ରତ୍ୟକ୍ଷ ଭାବେ ପରିଚାଳିତ ମୋମେଣ୍ଟମ୍‌ ଫଣ୍ଡ୍‌ ସାମ୍‌କୋ ଆକ୍ଟିଭ୍‌ ମୋମେଣ୍ଟମ୍‌ ଫଣ୍ଡ୍‌ର ଶୁଭାରମ୍ଭ କରାଯାଇଛି। ସାମ୍‌କୋ...

ଏଚ୍‌ସିଏଲ୍‌ ଜିଗସର ୪ର୍ଥ ସଂସ୍କରଣ

ନୂଆଦିଲ୍ଲୀ,୧୦।୪: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଚ୍‌ସିଏଲ୍‌ ଜିଗସର ଆୟୋଜନ କରାଯାଉଛି। ଏଚ୍‌ସିଏଲ୍‌ ପ୍ରିମିୟର କ୍ରିଟିକାଲ ରିଜଏନିଂ ପ୍ଲାଟ୍‌ଫର୍ମ ‘ଏଚ୍‌ସିଏଲ୍‌ ଜିଗସ’ର ୪ର୍ଥ...

ଇପିଏଫ୍‌ ସୁଧ ହାର ୮.୬୫ ପ୍ରତିଶତ ହେବା ସମ୍ଭାବନା: ମାର୍ଚ୍ଚ ୫ରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୩: କର୍ମଚାରୀ ଭବିଷ୍ୟ ନିଧି ଜମା ଉପରେ ସୁଧ ହାର ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ୮.୬୫ ପ୍ରତିଶତ ରଖିବା ପାଇଁ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ...

ଡିଜିଟାଲ ଋଣ ଉପରେ ଆର୍‌ବିଆଇର ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୩ା୯: ଦିନକୁ ଦିନ ଡିଜିଟାଲ ଋଣ ଠକେଇକୁ ନେଇ ଉଭୟ ସରକାର ଓ ସାଧାରଣ ନାଗରିକ ଚିନ୍ତାରେ ପଡ଼ିଛନ୍ତି। ଏପରିକି ଅନ୍‌ଲାଇନରେ ପ୍ରତିଦିନ ଲୋଭନୀୟ ଅଫର...

୫୭% ଯାନର ଇନସ୍ୟୁରାନ୍ସ ନାହିଁ

ନୂଆଦିଲ୍ଲୀ: ଦେଶ ମଧ୍ୟରେ ଚାଲୁଥିବା ପ୍ରାୟ ୫୭% ଯାନର ଇନସ୍ୟୁରାନ୍ସ ନାହିଁ। ଗତ ବର୍ଷ ଏହା ୫୪% ସ୍ତରରେ ରହିଥିବା ବେଳେ ଚଳିତ ବର୍ଷ ଏଥିରେ...

ଜାନୁୟାରୀ ପହିଲାରୁ ଖେଳନା ଲାଗି ବାଧ୍ୟତାମୂଳକ ହେବ ବିଆଇଏସ୍‌

ନୂଆଦିଲ୍ଲୀ,୧୭।୯: କେନ୍ଦ୍ର ସରକାର ଘରୋଇ ବଜାରର ଖେଳନା ମାନୁଫାକଚର୍ସଙ୍କୁ ବୁଧବାର ଆଶ୍ୱସ୍ତି ଦେବା ଭଳି ପଦକ୍ଷେପ ନେଇଛନ୍ତି। ଖେଳନା ଲାଗି ବାଧ୍ୟତାମୂଳକ ବିଆଇଏସ୍‌ ପ୍ରମାଣନ କାର୍ଯ୍ୟକାରୀ...

ଏଏସ୍‌ବିଏମ୍‌ର ବାର୍ଷିକ ଉତ୍ସବ ‘ପ୍ରେରଣା’

ଭୁବନେଶ୍ୱର,୩୦।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବ ‘ପ୍ରେରଣା’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଶିକ୍ଷା ସହ ସମାନ୍ତରାଳ...

ଜୁଲାଇରେ ୯ଥର ବଢିଛି ଡିଜେଲ ଦର

ଭୁବନେଶ୍ୱର,୨୬।୭: ଚଳିତ ମାସ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇଚାଲିଛି। ଶନିବାର ତୈଳ ବିପଣନ କମ୍ପାନୀଗୁଡ଼ିକ ଦର ପରିବର୍ତ୍ତନ କରିବା ଫଳରେ ଡିଜେଲ ଲିଟର...

Advertisement
Archives

Model This Week