୩୦ ମିନିଟ୍‌ରେ ଜାମିନ ମିଳିବା ଘଟଣା: ଏସ୍‌ଆଇ ନିଲମ୍ବିତ

ଅନୁଗୋଳ ଅଫିସ,୩୦।୧: ତଦନ୍ତ ପ୍ରକ୍ରିୟାରେ ଅବହେଳା ଓ କେସ୍‌ ରେକର୍ଡରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୋର୍ଟକୁ ପ୍ରଦାନ କରି ନ ଥିବାରୁ ଅନୁଗୋଳ ଥାନା ଏସ୍‌ଆଇ ଅରକ୍ଷିତ ସେଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ଏସ୍‌ପି ଜଗମୋହନ ମୀନା ତାଙ୍କୁ ନିଲମ୍ବନ କରିଛନ୍ତି। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଥିବା ଏସ୍‌ପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଅନୁଗୋଳ ଥାନା ଲିଙ୍ଗରାଯୋଡ଼ିର ବାପି ଓରଫ ସତ୍ୟଜିତ ପ୍ରଧାନ (୩୩)ଙ୍କଠାରୁ ପୋଲିସ ୩ ବନ୍ଧୁକ ଓ ୯ଟି ଜୀବନ୍ତ ଗୁଳି ଜବତ କରିବା ପରେ କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ବାପିଙ୍କୁ ୩୦ ମିନିଟ୍‌ରେ ଜାମିନ ମିଳିବା ପରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଥିଲା। ଏହି ଘଟଣାରେ ଡିଆଇଜି ଓ ଏସ୍‌ପି ବୁଧବାର ରାତିରେ ଅନୁଗୋଳ ଥାନାରେ ତଦନ୍ତ କରିଥିଲେ। ତେବେ ଉକ୍ତ ଘଟଣାରେ ଏସ୍‌ଆଇ ସେଠୀ ନିଲମ୍ବିତ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା କ୍ଷେତ୍ରରେ ଦୂରତା ଯେପରି ବାଧକ ନ ସାଜିବ: ୧୦ ଜଣ ଛାତ୍ରୀଙ୍କୁ…

ଥୁଆମୂଳ ରାମପୁର, ୩।୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଶାଖା ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (CSR)…

ଗଞ୍ଜାମରେ ବଢ଼ିଲା କୃଷ୍ଣସାର ମୃଗଙ୍କ ସଂଖ୍ୟା

ଗଞ୍ଜାମ,୩।୨(ବିଦ୍ୟାଧର ସାହୁ):ଗଞ୍ଜାମରେ ବୃଦ୍ଧି ପାଇଛି କୃଷ୍ଣସାର ମୃଗଙ୍କ ସଂଖ୍ୟା। ଏ ନେଇ ପିସିସିଏଫ ବନ୍ୟପ୍ରାଣୀ ଏକ୍ସରେ ସୂଚନା ଦେଇଛନ୍ତି। ପ୍ରଶିକ୍ଷିତ ଟିମ, ଡ୍ରୋନ ଓ AI ସହାୟତାରେ…

ସ୍କୁଲରେ ନବମ ଛାତ୍ରୀକୁ ଗଣବଳାତ୍କାର: ଭିଡିଓ ଭାଇରାଲ୍, ୫ ନାବାଳକ ଅଟକ

ବଲାଙ୍ଗୀର,୩।୨: ବଲାଙ୍ଗୀର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତୁରେକେଲା ଥାନା ଅଞ୍ଚଳର ଏକ ସ୍କୁଲରେ ଜଣେ ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା…

ପୁରୀରେ ରାଷ୍ଟ୍ରପତି: କାଲି ଶ୍ବେତଗଙ୍ଗାରେ କରିବେ ପିଣ୍ଡଦାନ

ପୁରୀ,୩।୨: ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଳବଣିଆ ହେଲିପ୍ୟାଡ୍‌ରେ ତାଙ୍କ ବିମାନ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ…

ଭାଜପା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟଙ୍କ ଘର ଉପରରେ ଆକ୍ରମଣ: ୧୫ ଅଟକ , ଗାଁରେ ପୋଲିସ ଛାଉଣି

ମୋହନା,୩।୨(ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଘର ଉପରେ ସୋମବାର ସନ୍ଧ୍ୟା…

ନାଚ ସାରି ଫେରୁଥିଲେ ମେଲୋଡି କଳାକାର, ରାସ୍ତାରେ ଅଟକାଇ ମାଡ଼ ମାରିଲେ…

ଆଠଗଡ଼,୩।୨: ନାଚ ସାରି ଫେରୁଥିଲେ ମେଲୋଡି କଳାକାର ରାସ୍ତାରେ ଅଟକାଇ ମାରିଲେ ଦୁବୃର୍ତ୍ତ। ଏଭଳି ଘଟଣା ଘଟିଛି କଟକ ଜିଲା ତିଗିରିଆ ଥାନା ପାଳପୁଟ ଗାଁରେ। ସୂଚନାଯୋଗ୍ୟ,…

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ଭକ୍ତ ଦାସଙ୍କ ବଡ଼ ଦାବି: ପୌର, ଏନ୍‌ଏସି ନିର୍ୱାଚନ ବାଲଟ୍‌ରେ ହେଉ

ଭୁବନେଶ୍ୱର,୩।୨: ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି) ନିର୍ୱାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri