୨ ଲୁହାପଥର ଖଣି ହାତେଇଲା ଜେଏସ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାରଠାରୁ ବିଭିନ୍ନ ଖଣିର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଣ୍ଟନ ପ୍ରକ୍ରିୟାର ପ୍ରଥମ ଦୁଇଦିନରେ ନୂଆଗାଁ ଏବଂ ନାରାୟଣପୋଷୀସ୍ଥିତ ଲୁହାପଥର ଖଣି ନିଲାମୀ ପ୍ରକ୍ରିୟା ସମାପ୍ତ ହୋଇଛି। ଏହି ୨ଟି ଲୁହାପଥର ଖଣି ଜେଏସ୍‌ଡବ୍ଲ୍ୟୁକୁ ମିଳିଛି। ଏହି ୨ଟି ଖଣିରେ ପ୍ରାୟ ୯୮୦ ମିଲିୟନ୍‌ ଟନ୍‌ର ଲୁହାପଥର ମହଜୁଦ ରହିଥିବା କୁହାଯାଉଛି। କେବଳ ନୂଆଗାଁ ଲୁହାପଥର ଖଣିର ପରିମାଣ ୭୯୦ ମିଲିୟନ ଟନ୍‌ ରହିଛି।
ଶୁକ୍ରବାର ଜେଏସ୍‌ଡବ୍ଲ୍ୟୁ ନିଲାମୀ ପ୍ରକ୍ରିୟାରେ ଆଦାନୀ, ଆର୍ସେଲର ମିତ୍ତଲ, ବେଦାନ୍ତ, ଟାଟା ଏବଂ ରୁଙ୍ଗ୍‌ଟା ସନ୍ସ ପ୍ରଭୃତିକୁ ପଛରେ ପକାଇ ନୂଆଗାଁ ଖଣି ଲାଭ କରିଥିଲା। ସେହିପରି ଶନିବାର ହୋଇଥିବା ନିଲାମ ପ୍ରକ୍ରିୟାରେ ମଧ୍ୟ ଏହି କମ୍ପାନୀ ଜେଏସ୍‌ପିଏଲ୍‌, ଆର୍ସେଲର ମିତ୍ତଲ ଇଣ୍ଡିଆ, ମର୍ଚ୍ଚାଣ୍ଟ ମାଇନର୍ସ ରୁଙ୍ଗ୍‌ଟା ମାଇନ୍ସ ଏବଂ କେଜେଏସ୍‌ ଆଲୁୱାଲିଆଙ୍କୁ ପଛରେ ପକାଇଥିଲା। ସାମ୍ପ୍ରତିକ ସ୍ଥିତିରେ ଜେଏସ୍‌ଡବ୍ଲ୍ୟୁ ବାର୍ଷିକ ୧୮ ମିଲିୟନ ଟନ୍‌ ଉତ୍ପାଦନର କ୍ଷମତା ରଖିଛି। ନିଲାମ ଦ୍ୱାରା ପ୍ରାପ୍ତ ହୋଇଥିବା ଏହି ୨ଟି ଖଣି ଯୋଗୁ କମ୍ପାନୀ ନିଜ ପାରାଦୀପ ପ୍ଲାଣ୍ଟ ପାଇଁ ବାର୍ଷିକ ୧୩.୨ ମିଲିୟନ ଟନ୍‌ ପରିମାଣର କ୍ୟାପ୍‌ଟିଭ୍‌ ଲୁହାପଥର ପାଇବାକୁ ସକ୍ଷମ ହେବ। ପାରାଦୀପର ଏହି ଶିଳ୍ପରେ ଜେଏସ୍‌ଡବ୍ଲ୍ୟୁ ୫୫,୦୦୦ କୋଟି ଟଙ୍କାର ନିବେଶ କରିବାକୁ ଯାଉଛି। ଏହି ନିବେଶ ରାଜ୍ୟର ଶିଳ୍ପକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ। ସେହିପରି ସ୍ଥାନୀୟ ଏବଂ ରାଜ୍ୟର ଯୁବବର୍ଗଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାର ମଧ୍ୟ ସୃଷ୍ଟି ହେବ। ନୂଆଗାଁ ଲୁହାପଥର ଖଣିଟି ବର୍ତ୍ତମାନ କେଜେଏସ୍‌ ଆଲୁୱାଲିଆଙ୍କ ଲିଜ୍‌ରେ ରହିଛି। ଏହାର ଅବଧି ଆସନ୍ତା ମାର୍ଚ୍ଚରେ ସମାପ୍ତ ହେଉଛି।
ରବିବାର ସା ସୁଦ୍ଧା ମିଳିଥିବା ଶେଷ ସୂଚନାନୁଯାୟୀ, ଠାକୁରାଣୀ ଲୁହାପଥର ଖଣିର ନିଲାମ ପ୍ରକ୍ରିୟା ଜାରି ରହିଛି। ଚଳିତ ବର୍ଷ ମାର୍ଚ୍ଚ ଶେଷସୁଦ୍ଧା ଲିଜ୍‌ ଅବଧି ସମାପ୍ତ ହେଉଥିବା ୧୯ଟି ଲୁହାପଥର ଖଣିର ନିଲାମ କରାଯିବ। ପ୍ରତିଦିନ ଗୋଟିଏ ଗୋଟିଏ ଖଣି ନିଲାମ ହେବ। ଏହି ପ୍ରକ୍ରିୟା ଆସନ୍ତା ୧୮ ତାରିଖ ଯାଏ ଜାରି ରହିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri