୨ ଅପରାଧ ଘଟଣାରେ ୭ ଗିରଫ : ବ୍ରାଉନ୍‌ସୁଗାର, ବିପୁଳ ଟଙ୍କା, ମାରଣାସ୍ତ୍ର ଜବତ

ଜଟଣୀ,୨୨ା୭(ଡି.ଏନ.ଏ.) : ପୃଥକ୍‌ ଦୁଇ ଅପରାଧ ଘଟଣା ଚୋରା ବ୍ରାଉନ୍‌ସୁଗାର କାରବାର ଓ ଡକାୟତି ଯୋଜନା କରୁଥିବା ସମୟରେ ଜଟଣୀ ଥାନା ପୋଲିସ ଚଢାଉ କରି ୭ ଜଣଙ୍କୁ ରବିବାର ଗିରଫ କରିଛି। ବ୍ରାଉନ୍‌ସୁଗାର ଚୋରାରେ ବିକ୍ରୟ କରୁଥିବା ଖବରପାଇ ସ୍ଥାନୀୟ ନୂଆଗାଁ ଅଞ୍ଚଳରେ ପୋଲିସ ଚଢାଉ କରି ଦୁଇଜଣଙ୍କୁ ଧରିଥିଲା। ଗିରଫ ଦୁଇ ଅଭିଯୁକ୍ତ ହେଲେ ନୂଆଗାଁ ଅଞ୍ଚଳର କାହ୍ନୁ ସାମଲ ଓରଫ ଝୁଲ ଓ କୃଷ୍ଣ ବେହେରା ଓରଫ ଧଣ୍ଡ। ସେମାନଙ୍କଠାରୁ ୧୪ ଗ୍ରାମ ବ୍ରାଉନ୍‌ସୁଗାର ଓ ୧ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ପୋଲିସ ଜବତ କରିଛି। ଏ ନେଇ ୨୧(ବି) ଏନ୍‌ଡିପିଏସ୍‌ ଆକ୍ଟରେ ନଂ. ୨୫୮/୧୯ରେ ମାମଲା ରୁଜୁ ହୋଇଛି। ସେହିପରି ଜଟଣୀ-ଖୋର୍ଦ୍ଧା ମୁଖ୍ୟରାସ୍ତାର ବଡ଼ତୋଟା ଗ୍ରାମର ଅଳ୍ପ ଦୂରରେ ଶନିବାର ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଚଢାଉ କରି ୫ ଜଣଙ୍କୁ କାବୁ କରି ନେଇଥିଲା। ଗିରଫ ୫ ଜଣ ହେଲେ ଏହି ଥାନା ଅନ୍ତର୍ଗତ ଛେଲଦା ଗ୍ରାମର ସୁଧାକର ମଙ୍ଗରାଜ, ନୂଆଗାଁର ସନ୍ଦୀପ ବେହେରା ଓରଫ ଚନ୍ଦନ, କିଶୋର ନାୟକ, ଦୀନେଶ ଭୋଇ ଓ ଗୋପବନ୍ଧୁ ନଗର ଅଞ୍ଚଳର ଆଲୋକ ହଦ। ସେମାନଙ୍କଠାରୁ କଟୁରି, ଖଣ୍ଡା, ଷ୍ଟିଲ ପାଇପ୍‌, ଦୁଇଟି ବାଇକ୍‌, ୫ଟି ମୋବାଇଲ୍‌ ଫୋନ୍‌ ଓ ୫୦୦ ଟଙ୍କା ପୋଲିସ ଜବତ କରିଛି। ଏ ନେଇ ନଂ. ୨୬୧/୧୯ରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri