୨୯୪ ମିଟର ଡ୍ରେନ୍‌ ନିର୍ମାଣକୁ ଲାଗିଲାଣି ୬ ବର୍ଷ

ଭଦ୍ରକ ଅଫିସ, ୧୮।୫ – ଆଉ କିଛି ମାସ ଗଲେ ଭଦ୍ରକ ସହର କୃତ୍ରିମ ବନ୍ୟାରେ ଉବୁଟୁବୁ ହେବ। ସାମାନ୍ୟ ବର୍ଷା ହେଲେ ବର୍ଷାପାଣି ନିଷ୍କାସିତ ହୋଇ ନ ପାରି ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ସହରରେ ଡ୍ରେନେଜ୍‌ ବ୍ୟବସ୍ଥା ଫେଲ୍‌ ମାରିଥିବା କାରଣରୁ ଦୀର୍ଘବର୍ଷ ଧରି ଏହି ସମସ୍ୟା ଲାଗିରହିଛି। ନିର୍ଦ୍ଦିଷ୍ଟ ଭାବେ ଏଥିପାଇଁ ଡ୍ରେନେଜ୍‌ ବିଭାଗର ବିଫଳତାକୁ ସହରବାସୀ ଦାୟୀ କରୁଥିବା ବେଳେ କେହି କେହି ବିଭାଗୀୟ ଅଧିକାରୀଙ୍କୁ ଦୂରଦୃଷ୍ଟି ଅଭାବ ଯୋଗୁ ଏହି ସମସ୍ୟାର ପ୍ରତିକାର ହୋଇପାରୁ ନ ଥିବା କହିଛନ୍ତି।
ଭଦ୍ରକ ସହରର ପ୍ରବେଶ ପଥ କୁହାଯାଉଥିବା ନେହେରୁ ଷ୍ଟାଡିୟମ୍‌ଠାରୁ ବନ୍ତ ଛକ ଏଲ୍‌ଆଇସି ଅଫିସ ପର୍ଯ୍ୟନ୍ତ ଥିବା ଡ୍ରେନ୍‌ ୬ ବର୍ଷ ହେଲା ଅଧୁରା ରହିଛି। ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ କାରଣରୁ ନେହେରୁ ଷ୍ଟାଡିୟମ୍‌ରେ ୬ବର୍ଷ ଧରି ସ୍ବାଧୀନତା ଦିବସ ପାଳନ ହୋଇପାରୁନାହିଁ। ସାମାନ୍ୟ ବର୍ଷାରେ ଷ୍ଟାଡିୟମ୍‌ ପରିସରରେ ଆଣ୍ଠୁଏ ଲେଖାଏ ପାଣି ଜମି ରହୁଥିବାରୁ କଲେଜ ପଡ଼ିଆରେ ସ୍ବାଧୀନତା ଦିବସ ପାଳନ କରାଯାଉଛି। ଷ୍ଟାଡିୟମ୍‌ର ପ୍ରଥମ ଗେଟ୍‌ଠାରୁ ବନ୍ତ ଛକ ଏଲ୍‌ଆଇସି ଅଫିସ ନିକଟସ୍ଥ କେନାଲ(ଏଚ୍‌ଏଲ୍‌ସି-୩) ପର୍ଯ୍ୟନ୍ତ ୨୯୪ ମିଟର ଡ୍ରେନ୍‌ ନିର୍ମାଣକୁ ୬ ବର୍ଷ ଲାଗିଲାଣି। ତଥାପି ତାହା ସମ୍ପୂର୍ଣ୍ଣ ହୋଇପାରୁନି। ଜୁନ୍‌ ୧୫ ସୁଦ୍ଧା ମୌସୁମୀ ପହଞ୍ଚତ୍ବାର ଦିନ ଧାର୍ଯ୍ୟ ହୋଇସାରିଥିବା ବେଳେ ଚଳିତବର୍ଷ ମଧ୍ୟ ଷ୍ଟାଡିୟମ୍‌ରେ ବର୍ଷାପାଣି ଜମିବା ସୁନିଶ୍ଚିତ ବୋଲି ଏହାର ଦାୟିତ୍ୱ ନେଇଥିବା କ୍ରୀଡ଼ାବିତ୍‌ ଶୁଭେନ୍ଦୁ ରାୟମହାପାତ୍ର ଅଭିଯୋଗ କରିଛନ୍ତି। ବର୍ଷକୁ ପ୍ରାୟ ୫ ମାସ ଷ୍ଟାଡିୟମ୍‌ରେ ପାଣି ରହୁଥିବାରୁ କ୍ରୀଡ଼ାବିତ୍‌ମାନେ କ୍ରୀଡ଼ା ଅଭ୍ୟାସରୁ ବଞ୍ଚିତ ହେଉଛନ୍ତି। ଏହି କାମ ପାଇଁ ଠିକାଦାର ଜଣଙ୍କ ପ୍ରାୟ ୫୦ ଭାଗ ଅର୍ଥ ନେଇସାରିଥିବା ଜଣାପଡ଼ିଛି। ଠିକାଦାର ନିଜ ଇଚ୍ଛାରେ ନିମ୍ନମାନର କାମ କରୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଏନେଇ ମୁହଁ ଖୋଲୁ ନ ଥିବା ନେଇ ଚର୍ଚ୍ଚା ହେଉଛି।
ଉଲ୍ଲେଖନୀୟ ଯେ, ଏହି ଡ୍ରେନ୍‌ ଡଗମୁଣ୍ଡରୁ ବାହାରି ସର୍କିଟ୍‌ ହାଉସ୍‌, ଏଲ୍‌ଆଇସି ଅଫିସ ଛକ ହୋଇ କଚେରି ଭିତର ଦେଇ ମହିଳା କଲେଜ ପାଥ୍‌ରେ ବାହାରି ସାଳନ୍ଦୀ ନଦୀକୁ ସଂଯୋଗ କରାଯିବ। ଏହାର ଲମ୍ବ ପ୍ରାୟ ୩ କି.ମି. ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ ୫ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ମାତ୍ର ଭଦ୍ରକ ଡ୍ରେନେଜ୍‌ ବିଭାଗ ଠିକାଦାରଙ୍କୁ କାର୍ଯ୍ୟ ଦେଇ ତାହାର ଉପଯୁକ୍ତ ତଦାରଖ କରୁ ନ ଥିବା ଅଭିଯୋଗ ହେଉଛି। ଏହି ଗୋଟିଏ ଡ୍ରେନ୍‌ ନୁହେଁ, ସହରରେ ଯେତେକ ଡ୍ରେନ୍‌ ନିର୍ମାଣ କାମ ଆରମ୍ଭ ହୋଇଛି ତାହା ସମ୍ପୂର୍ଣ୍ଣ ହୋଇନାହିଁ। କେଉଁଠି କଭର ପ୍ଲେଟ୍‌ ପଡ଼ିନାହିଁ ତ ଆଉ କେଉଁଠି ଡ୍ରେନ୍‌ କରାଯାଇ ଅଧାରାସ୍ତାରେ ଛାଡ଼ି ଦିଆଯାଇଛି। ଏ ନେଇ ଭଦ୍ରକ ସହର ବରିଷ୍ଠ ନାଗରିକ ମଞ୍ଚ ୨୦୧୮ରେ ଜିଲାପାଳ, ଆର୍‌ଡିସି, ପୂର୍ତ୍ତ ବିଭାଗ, ପୌରପାଳିକା ଓ ପୋଲିସ ନିକଟରେ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କୁହାଯାଇଛି। କେବଳ କେତୋଟି ଡ୍ରେନ୍‌ ସଫାକରି କାମ ସାରି ଦିଆଗଲା। ଏହି ବିଭାଗର କେତେକ ଅଧିକାରୀ ଦୀର୍ଘବର୍ଷ ଧରି ଭଦ୍ରକ ସହରରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଉନାହିଁ। ଏଭଳି ଦୁର୍ନୀତି ପଛରେ ଏହା ଅନ୍ୟ ଏକ କାରଣ ବୋଲି ପୂର୍ବତନ କାଉନ୍‌ସିଲର ଅଶୋକ ମହାପାତ୍ର ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ପ୍ରସନ୍ନ କୁମାର ଦାଶଙ୍କୁ ପଚାରିବାରୁ କହିଛନ୍ତି, ଠିକାଦାରଙ୍କୁ ସେହି କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୪୦ ପ୍ରତିଶତ କାମ ସରିଛି। ବାକି କାମ ଖୁବ୍‌ଶୀଘ୍ର ସାରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri