୨୮ରେ ଅନୁଗୋଳ ଓକିଲ ସଂଘ ନିର୍ବାଚନ

ଅନୁଗୋଳ ଅଫିସ୍‌, ୧୭।୩- ଅନୁଗୋଳ ଓକିଲ ସଂଘର ବାର୍ଷିକ ନିର୍ବାଚନ ଚଳିତ ମାସ ୨୮ ତାରିଖରେ ଅନୁଷ୍ଠିତ ହେବ। ଗତ ୧୩ ତାରିଖରେ ଏ ନେଇ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ସଂଘର ସଭ୍ୟ ଅଶୋକ କୁମାର ମିଶ୍ର ନିର୍ବାଚନ ଅଧିକାରୀ ଭାବେ ମନୋନୀତ ହୋଇଛନ୍ତି। ସଭ୍ୟ ଭୂପେଶ ଚନ୍ଦ୍ର ପ୍ରଧାନ, ଅଶୋକ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ପ୍ରଶାନ୍ତ କୁମାର ରଥ, ସୁମନ୍ତ କୁମାର ବିଶ୍ୱାଳ, ଅଶୋକ କୁମାର ରଥ, ପବିତ୍ର କୁମାର ମୁଦୁଲି, ହୃଦୟନାଥ ସାହୁ, ପାର୍ଥସାରଥି ପ୍ରଧାନ, ସତ୍ୟଜିତ ଗଡ଼ନାୟକ, ବିରଞ୍ଚତ୍ କୁମାର ସାହୁ ଓ ଦିବ୍ୟଦର୍ଶୀ ବଳିୟାର ସିଂ ପ୍ରମୁଖ ସହକାରୀ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ଅଧିକାରୀଙ୍କୁ ସହଯୋଗ କରିବେ। ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସହ ସମ୍ପାଦକ, ସାଂସ୍କୃତିକ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ଏଥିରେ ମୋଟ ୪୪୭ ଜଣ ସଭ୍ୟ ମତଦାନ କରିବେ। ଏ ସଂକ୍ରାନ୍ତରେ ସଂଘର ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୧୮ ଓ ୧୯ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ, ୨୦ ମାର୍ଚ୍ଚ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ମଧ୍ୟରେ ପ୍ରାର୍ଥତ୍ପତ୍ର ଯାଞ୍ଚ, ୨୦ ତାରିଖ ଅପରାହ୍ନ ୨ଟାରେ ପ୍ରାର୍ଥୀ ତାଲିକା ପ୍ରକାଶ, ୨୧ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ୨୧ ତାରିଖ ଅପରାହ୍ନ ସାଢ଼େ ତିନିଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ୨୮ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଏବଂ ଅପରାହ୍ନ ୨ଟା ୪୫ରୁ ଭୋଟ ଗଣତି ତଥା ଚୂଡ଼ାନ୍ତ ଫଳାଫଳ ଘୋଷଣା ହେବ ବୋଲି ସଂଘର ନିର୍ବାଚନ ଅଧିକାରୀ ଅଶୋକ କୁମାର ମିଶ୍ର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ ପରେ ଆଇସୋଲେସନରେ ରହିଥିବା ନେଇ ନିଜେ ଟୁଇଟ୍‌ ଯୋଗେ ସୂଚନା...

ଆଗଭଳି ମିଳୁନି ତାଳପତ୍ର: ସଙ୍କଟରେ ତାଳପତ୍ର କାରିଗରଙ୍କ ଜୀବନ ଜୀବିକା

ଦିନ ଥିଲା ତାଳପତ୍ର କାରିଗର ଭଲ ଦି ପଇସା ରୋଜଗାର କରୁଥିଲେ। ଖରାଦିନେ ବିଞ୍ଚଣା ଆଉ ବର୍ଷାଦିନେ ପଖିଆ ବ୍ୟବହାର କରୁଥିଲେ ଲୋକେ। ଘରେ ଘରେ...

ଅବଧି ସରିଛି, ରିଫିଲ ହେଉନି

ପାଲଲହଡ଼ା, ୨୪ା୨(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ବୈଧତା ସରିଥିଲେ ହେଁ ଏହାକୁ ରିଫିଲ କରାଯାଉ ନ ଥିବା ଅଭିଯୋଗ ହୋଇଛି।...

ଓଡ଼ିଶାକୁ ଜଗନ୍ନାଥ ଭରସା: ନିରଞ୍ଜନ

ଭୁବନେଶ୍ୱର, ୨୬ା୫ (ବ୍ୟୁରୋ): ରାଜ୍ୟ ସ୍ଥିତିକୁ ଦେଖିଲେ ବର୍ତ୍ତମାନ ବହୁତ ବିଚଳିତ ଏବଂ ବ୍ୟସ୍ତ ଲାଗୁଛି। ସରକାର କିଭଳି କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, ତାହା...

ଶ୍ରୀମନ୍ଦିର ବାହୁଡୁଛନ୍ତି ଶ୍ରୀ ଶ୍ରୀ ଦଧିବାମନ: ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ଛୁଟିଛି ଭକ୍ତଙ୍କ ସୁଅ

ଭଟଲି,୧୨ା୭(ଡି.ଏନ.ଏ.): ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମଠାରେ ପ୍ରସିଦ୍ଧ ବାହୁଡ଼ାଯାତ୍ରା ଲକ୍ଷାଧିକ ଭକ୍ତଙ୍କ ଗହଣରେ ଶୁକ୍ରବାର ସମ୍ପନ୍ନ...

ଲକ୍‌ଡାଉନ କଟକଣା କୋହଳ: ମାର୍କେଟ କମ୍ପ୍ଲେକ୍ସ, ସପିଂ ମଲ୍‌କୁ ଛାଡି ଅନ୍ୟ ସବୁ ଦୋକାନ ଖୋଲିବ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): କରୋନା(କୋଭିଡ-୧୯) ମୂକାବିଲା ପାଇଁ ସମଗ୍ର ଜିଲାରେ ଲକ୍‌ଡାଉନ ଜାରି ରହିଛି। ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର,...

ଭାଜପାର କଳାହାଣ୍ଡି ବନ୍ଦ

କଳାହାଣ୍ଡି,୧୯।୧୦: ବେସରକାରୀ କଲେଜ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପୋଲିସ ବଙ୍ଗୋମୁଣ୍ଡ ବ୍ଲକ ଝରିଆଲ ପଞ୍ଚାୟତ...

ଅବଧି ୧୦ ଦିନ ବୃଦ୍ଧି ପାଇଁ ୟୁଜିସିକୁ ଅନୁରୋଧ

ଭୁବନେଶ୍ୱର, ୨।୯(ବ୍ୟୁରୋ): ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଧାର୍ଯ୍ୟ କରାଯାଇଛି।...

Advertisement
Archives

Model This Week