୨୫ ସୁଧା ନାମ ପଞ୍ଜୀକରଣ ନ କଲେ ପିଏମ୍‌ କିଷାନ ଯୋଜନାରୁ ବଞ୍ଚତ୍ତ ହେବେ ଚାଷୀ

ରସୁଲପୁର,୨୦ା୯(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ୨୮ପଞ୍ଚାୟତରେ ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଚାଷୀ ପରିବାର ରାଜ୍ୟ ସରକାରଙ୍କ କାଳିଆ ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଉପକୃତ ହେଉଛନ୍ତି ା ଏହି କ୍ରମରେ ସମଗ୍ର ବ୍ଲକ ଅଞ୍ଚଳରୁ ୧୭,୭୭୫ଚାଷୀ ପରିବାରକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଜରିଆରେ ଆର୍ଥତ୍କ ସହାୟତା ମିଳୁଛି ା ସେଥିମଧ୍ୟରୁ ୭,୮୭୭ କୃଷକ ପରିବାରଙ୍କ ପ୍ରମାଣପତ୍ର କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକରଣ ହୋଇନାହିଁ ା ଏହି ପରିବାରଗୁଡିକ ଚଳିତ ମାସ ୨୫ତାରିଖ ସୁଧା ଅନ୍‌ଲାଇନରେ ନାମ ପଞ୍ଜୀକରଣ କରିବା ସହ ସେମାନଙ୍କ ପ୍ରମାଣପତ୍ରକୁ ଅପଡେଶନ କରିବାକୁ ହେବ ା ତା’ନ ହେଲେ ସଂପୃକ୍ତ ପରିବାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପରବର୍ତ୍ତି ସହାୟତାରୁ ବଞ୍ଚତ୍ତ ହେବେ ବୋଲି ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି ା
ଉକ୍ତ କାର୍ଯ୍ୟକୁ ପଞ୍ଚାୟତସ୍ତରରେ ତ୍ୱରାନ୍ବିତ କରିବା ସହ ଅପଡେଶନରୁ ବଞ୍ଚତ୍ତ ଥିବା ଚାଷୀମାନଙ୍କ ପାଖରେ ଏହି ସୂଚନା ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି ା ଏ ଦିଗରେ ପଞ୍ଚାୟତର ଜନପ୍ରତିନିଧି, ଗ୍ରାମ କୃଷି କର୍ମଚାରୀ, କୃଷକ ସାଥୀମାନେ ଚାଷୀମାନଙ୍କୁ ଅବଗତ କରାଇବାକୁ କୁହାଯାଇଛି ା ଚାଷୀମାନେ ଘରେ ବସି ଅନ୍‌ଲାଇନରେ କୃଷକ ଓଡିଶା ପୋର୍ଟାଲ ସାଇଟ୍‌କୁ ଯାଇ ସେମାନଙ୍କ ପ୍ରମାଣପତ୍ର ଅପ୍‌ଲୋଡ କରିବା ସହ ଅପ୍‌ଡେଟ୍‌ କରିପାରିବେ ା ଏହା ବ୍ୟତୀତ ଏହି କାର୍ଯ୍ୟ ପ୍ରତ୍ୟେକ ଜନସେବା କେନ୍ଦ୍ର, ମୋସେବା କେନ୍ଦ୍ର, ଜନସୁବିଧା କେନ୍ଦ୍ର ଆଦି ସ୍ଥାନରେ କରାଯାଇ ପାରିବ ା ଏହାଛଡା ଯେଉଁ ଚାଷୀମାନେ ଚାହିଁବେ କୃଷି କାର୍ଯ୍ୟାଳୟକୁ ନିଜର ପ୍ରମାଣପତ୍ର ଧରି ଆସିଲେ ସେମାନଙ୍କ ନାମକୁ ପଞ୍ଜୀକରଣ କରିବାର ସୁବିଧା ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି ା
ଚାଷୀ ପରିବାରକୁ ବିଭିନ୍ନ ସହାୟତା ମିଳିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ କେୱାଇସି(ନୋ ୟୋର କଷ୍ଟମର), ଗୋ-ସୁଗମ ଆପ୍‌, କୃଷକ ଓଡିଶା ପୋର୍ଟାଲ ଭଳି ନାନା ୱେବ ସାଇଟ୍‌ରେ ନାମ ପଞ୍ଜୀକରଣ କରିବା ପାଇଁ ପରାମର୍ଶ ଦିଆଯାଉଛି ା ତେବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ କେୱାସି ଫର୍ମ ଦାଖଲ କରିବା ପାଇଁ ଚଳିତବର୍ଷ ୩୧ ଅକ୍ଟୋବରକୁ ସମୟସୀମା ଧାର୍ଯ୍ୟ କରାଯାଇଛି ା ଏହି କାର୍ଯ୍ୟ ଜାରି ରହିଥିବା ବେଳେ କୃଷକ ଓଡିଶା ପୋର୍ଟାଲରେ ଜମିଜମା ସମ୍ପର୍କିତ ତଥ୍ୟ ବହୁ ଚାଷୀ ପରିବାରରେ ଉପଲବ୍ଧ ନ ଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚାଇ ଦିଆଯାଇଛି ା ଏହି ହିସାବରେ ରସୁଲପୁର ବ୍ଲକରୁ ୭,୮୭୭ଚାଷୀ ପରିବାରଙ୍କ ପ୍ରମାଣପତ୍ର ସମ୍ପର୍କିତ ସୂଚନା କୃଷକ ଓଡ଼ିଶା ପୋର୍ଟାଲରେ ଉପଲବ୍ଧ ନାହିଁ ବୋଲି ଜଣାପଡିଛି ା ଉକ୍ତ କୃଷକ ପରିବାରଗୁଡିକ ଆଧାର, ବ୍ୟାଙ୍କ ଜମାଖାତା, ଜମିପଟ୍ଟା, ପାସପୋର୍ଟ ଫଟୋ ନେଇ କୃଷକ ଓଡିଶା ପୋର୍ଟଲାରେ ନାମ ପଞ୍ଜୀକରଣ କରିବାକୁ ହେବ ା ଅପଡେଶନ ନ କଲେ ସମ୍ପୃକ୍ତ ପରିବାର କେୱାସି ଫର୍ମ ଦାଖଲ କରିପାରିବେ ନାହିଁ ା ଏଥିରେ ବ୍ୟତିକ୍ରମ ଘଟିଲେ କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ସହାୟତାରୁ ବଞ୍ଚତ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri