୨୩୦ ଟ୍ରେନ୍‌ ପାଇଁ ୨୪ଘଣ୍ଟାରେ ବୁକିଂ ହେଲା ୧୩ଲକ୍ଷ ଟିକେଟ

ନୂଆଦିଲ୍ଲୀ,୨୨।୫: ଭାରତୀୟ ରେଲଓ୍ବେ ଜୁନ ୧ରୁ ୨୩୦ ଯାତ୍ରୀବାହି ଟ୍ରେନ୍‌ ଚଳାଚଳ କରିବାକୁ ଘୋଷଣା କରିଛି। ଏଥିପାଇଁ ଗୁରୁବାରରୁ ବିଭିନ୍ନ ରେଲଓ୍ବେ ଷ୍ଟେସନ୍‌ରେ ଟିକେଟ କାଉଣ୍ଟର ଖୋଲାଯାଇ ବୁକିଂ ଆରମ୍ଭ ହୋଇଛି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ୨୩୦ ଟ୍ରେନ୍‌ ପାଇଁ ଗତ ୨୪ଘଣ୍ଟା ମଧ୍ୟରେ ୧୩ଲକ୍ଷରୁ ଊର୍ଦ୍ଧ୍ୱ ଟିକେଟ ବୁକ୍‌ ହୋଇସାରିଲାଣି। ଏହା ସବୁଠାରୁ ବଡ଼ ରେକର୍ଡ ବୋଲି କୁହାଯାଇଛି। ଅପରପକ୍ଷେ ଗୁରୁବାର ଟିକଟ ବୁକିଂ ଆରମ୍ଭରୁ ମାତ୍ର ଏକ ଘଣ୍ଟା ମଧ୍ୟରେ ୧.୫ଲକ୍ଷ ଓ ଅଢ଼େଇ ଘଣ୍ଟାରେ ୪ଲକ୍ଷ ଟିକେଟ ବୁକ୍‌ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କରୋନା ଯୋଗୁ ଦେଶବ୍ୟାପି ଲକ୍‌ଡାଉନ ଜାରି ରହିଛି। ଏଥିପାଇଁ ଦେଶରେ ସମସ୍ତ ଟ୍ରେନ୍‌ ଚଳାଚଳ ଉପରେ ରୋକୋ ଲଗାଯାଇଥିଲା। ହେଲେ କିଛି ଦିନ ପୂର୍ବରୁ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ଲାଗି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କୁ ଅନୁମତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ପାଇଁ କାମାକ୍ଷାରେ ହେବନି ଆମ୍ବୁବାଚି ମେଳା

ଗୁଆହାଟୀ, ୧୩।୬: ଭାରତରେ କରୋନା ମହାମାରୀ ଯୋଗୁ ଅଚଳାବସ୍ଥା ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତା ଅପରିହାର୍ଯ୍ୟ ହୋଇପଡ଼ିଛି। ଏପରିସ୍ଥଳେ ବହୁ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୩୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି...

ତୃତୀୟ ଲହରକୁ ନେଇ ଏମ୍ସ୍‌ର ଚେତାବନୀ, ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ଜରୁରୀ…

ନୂଆଦିଲ୍ଲୀ,୨୮।୬: ଭାରତରେ ତୃତୀୟ ଲହର ଆଶଙ୍କା ନେଇ ଏମ୍ସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ଏମ୍ସ୍‌ ନିର୍ଦ୍ଦେଶକ ରଣଦୀପ୍‌ ଗୁଲେରିଆ ଦେଶରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଏବଂ...

ବଜେଟ୍‌କୁ ଓଦା ତାଳଫୋଟକା କହିଲେ ଶଶି ଥରୁର୍‌…

ନୂଆଦିଲ୍ଲୀ, ୧।୨ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ୨୦୨୨ ବଜେଟ୍‌କୁ ନେଇ କଂଗ୍ରେସ କଟାକ୍ଷ କରିଛି। କଂଗ୍ରେସ ପକ୍ଷରୁ ଶଶି ଥରୁର୍‌ କହିଛନ୍ତି ଯେ,...

ଏସ୍‌ପି ନେତା ନୀରଜ ଶେଖରଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୬ା୭: ସମାଜବାଦୀ ପାର୍ଟି ନେତା ନୀରଜ ଶେଖର ସୋମବାର ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ରକୁ ଗୃହର ଅଧ୍ୟକ୍ଷ ଏମ୍‌....

ମୋଦିଙ୍କ ଡ୍ରେସିଂ ଷ୍ଟାଇଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ବର୍ଷରେ ପାଦ ଥାପିଛନ୍ତି। ତାଙ୍କର ଏହି ଜନ୍ମଦିନ ଅବସରରେ ଦେଶ ବିଦେଶର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ୍‌, ଖେଳ...

ରଞ୍ଜିତ ସାଗର ଡ୍ୟାମ୍‌ରେ ସେନା ହେଲିକପ୍ଟର ଖସିଲା…

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର କଠୁଆ ଜିଲାରେ ଥିବା ରଞ୍ଜିତ ସାଗର ଡ୍ୟାମ୍‌ରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହେବା ପରେ ଖସିପଡ଼ିଛି। ହେଲିକପ୍ଟରଟି ଡ୍ୟାମ୍‌...

୨୭ ବର୍ଷର ରେକର୍ଡ ଭାଙ୍ଗିଲା ଚେରାପୁଞ୍ଜି

ସୋହରା,୧୮ ।୬: ଦେଶର ପୂର୍ବୋତ୍ତର ରାଜ୍ୟରେ ଗତ କିଛିଦିନ ହେବ ଲାଗି ରହିଥିବା ବର୍ଷା ଫଳରେ ସାଧାରଣ ଜନଜୀବନ ବେଶ ପ୍ରଭାବିତ ହୋଇଛି । ଇତିମଧ୍ୟରେ...

Advertisement
Archives

Model This Week