୨୩ରେ ଭାଜପାର ବିରୋଧୀ ଦଳ ନେତା ଚୟନ

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ବିଧାନସଭାର ବଜେଟ୍‌ ଅଧିବେଶନ ଆସନ୍ତା ୨୫ରୁ ଆରମ୍ଭ ହେବ। ଏହାର ଦିନକ ଆଗରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ତେବେ ସର୍ବଦଳୀୟ ବୈଠକ ପୂର୍ବରୁ ବିରୋଧୀ କଂଗ୍ରେସ ଓ ଭାଜପା ନିଜ ଦଳୀୟ ବିଧାୟକଙ୍କୁ ନେଇ ବୈଠକ କରିବେ। ମୁଖ୍ୟତଃ ଭାଜପା ବୈଠକ ଉପରେ ସଭିଁଙ୍କ ନଜର ରହିବ। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବିଜେଡି ୧୧୨ ଆସନ ସହ ରାଜ୍ୟରେ ୫ମ ଥର ଲାଗି ସରକାର ଗଠନ କରିଛି। ଅପରପକ୍ଷରେ ଭାଜପା ରାଜ୍ୟରେ ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ଆସନ ଗ୍ରହଣ କରିବାକୁ ଯାଉଛି। ନିର୍ବାଚନରେ ଭାଜପାର ୨୩ ଜଣ ବିଧାୟକ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ମାତ୍ର ୯ଟି ଆସନ ପାଇଁ ୩ ନମ୍ବର ସ୍ଥାନକୁ ଖସିଯାଇଛି। ତେଣୁ ଭାଜପା ବିରୋଧୀ ଦଳ ଆସନ ଗ୍ରହଣ କରିବ। ଆସନ୍ତା ୨୩ ତାରିଖରେ ଭାଜପାର ବିଧାୟକ ଦଳ ବୈଠକ ବସିବା ସହ ବିରୋଧୀ ଦଳ ନେତା ଚୟନ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଦଳ କାହାକୁ ଏହି ଆସନରେ ବସାଇବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିବା ୧୦ ବିଧାୟକଙ୍କ ମଧ୍ୟରୁ କେହି ଜଣେ ହେଲେ ଏଥର ବିଧାନସଭା ଯାଉନାହାନ୍ତି। ଅନ୍ୟପଟେ ବିରୋଧୀ ଦଳ ଆସନକୁ ନେଇ ଦଳର ବହୁ ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାମକୁ ନେଇ ବିଶେଷ ଚର୍ଚ୍ଚା ଲାଗି ରହିଛି। ଜୟନାରାୟଣ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ଅଭିଜ୍ଞତା ଦୃଷ୍ଟିରୁ ଦଳ ତାଙ୍କୁ ଏହି ପଦରେ ବସାଇବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି କେନ୍ଦୁଝର ବିଧାୟକ ମୋହନ ମାଝି, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ଏବଂ ଭବାନିପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକଙ୍କ ନାମ ମଧ୍ୟ ବିରୋଧୀ ଦଳ ନେତା ଦୌଡରେ ଆଗରେ ରହିଛି। ଏହାଛଡା ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ଉପମୁଖ୍ୟ ସଚେତକ ପଦକୁ ନେଇ ବହୁ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏଥିରୁ ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଧାନସଭା କ୍ଷେତ୍ରରୁ ବିଜୟୀ ହୋଇଥିବା ଦୁଇ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ବୋଲି ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri