୨୧ରେ ବିଜେପୁର ଉପନିର୍ବାଚନ: ପୋଲିସ ବ୍ୟବସ୍ଥା ନେଇ ଡିଜିପିଙ୍କ ସମୀକ୍ଷା

ବରଗଡ଼ ଅଫିସ,୯।୧୦- ଆସନ୍ତା ୨୧ ତାରିଖରେ ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ। ଉପନିର୍ବାଚନକୁ ଶୃଙ୍ଖଳିତ, ଅବାଧ ଓ ନିରପେକ୍ଷଭାବେ ସମାପନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ବୁଧବାର ବରଗଡ ଜିଲା ପୋଲିସ ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବି. କେ ଶର୍ମା ଉପସ୍ଥିତ ରହି ଉପନିର୍ବାଚନ ନେଇ ପୋଲିସର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ। ଏହା ସହିତ ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ଅଧିକାରୀମାନଙ୍କୁ ସେ ବିଭିନ୍ନ ପରାମର୍ଶ ଦେଇଥିଲେ। ସେହିପରି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର୍‌. ପି କୋଚେ, ସ୍ପେଶାଲ ଡିଜିପି ସୁନିଲ ରାୟ, ଆଇଜିପି ଆର୍‌. କେ ଶର୍ମା, ଅମିତାଭ ଠାକୁର, ଉତ୍ତରାଞ୍ଚଳ ଡିଆଇଜି ଏଚ୍‌. କେ. ଲାଲ, ସମ୍ବଲପୁର ଏସ୍‌ପି କେ. ବି. ସିଂ, ବଲାଙ୍ଗୀର ଏସ୍‌ପି ଏମ୍‌. ଏସ୍‌ ସମ୍ପତ୍‌, ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ, ସୋନପୁର ଏସ୍‌ପି ଦେବୀ ପ୍ରସାଦ ଦାଶ, ଝାରସୁଗୁଡ଼ା ଏସ୍‌ପି ଅଶ୍ବିନୀ କୁମାର ମହାନ୍ତି ପ୍ରମୁଖ ବୈଠକରେ ଉପସ୍ଥିତ ଥିବାବେଳେ ଉପ ନିର୍ବାଚଚନ ସମୟରେ ଅପରାଧ ନିୟନ୍ତ୍ରଣ ଉପରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା କ୍ରୀଡ଼ା ପ୍ରତିଭା ମଧୁସ୍ମିତା

ବନ୍ତ, ୨୯।୭ (ଡି.ଏନ.ଏ.)- ଭଦ୍ରକ ଜିଲା ବରପଦାସ୍ଥିତ ବିଆଇଇଟି କଲେଜର ଡିପ୍ଲୋମା କମ୍ପ୍ୟୁଟର ସାଇନ୍ସର ୩ୟ ବର୍ଷର ଛାତ୍ରୀ ମଧୁସ୍ମିତା ମିଶ୍ର(୧୮) ହ୍ୟାଣ୍ଡବଲ, ସାଇକେଲ ପୋଲୋ,...

ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସର ଉପାଧ୍ୟକ୍ଷ ଭାବେ ରବିନାରାୟଣ ଶତପଥୀ ନିର୍ବାଚିତ

କଟକ ଅଫିସ, ୨୨ା୧୦: ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସର ଉପାଧ୍ୟକ୍ଷ ଭାବେ...

ଭିଜିଲାନ୍ସ ଜାଲରେ ଓପିଏଚ୍‌ଡବ୍ଲ୍ୟୁସି ମ୍ୟାନେଜର : ୧୦ ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର/ବାସୁଦେବପୁର,୯।୧୧(ବ୍ୟୁରୋ/ଡି.ଏନ୍‌.ଏ.): ଓଡ଼ିଶା ପୋଲିସ ହାଉସିଂ କର୍ପୋରେଶନର (ଓପିଏଚ୍‌ଡବ୍ଲ୍ୟୁସି) ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି। ଆୟ ବହର୍ଭୂତ ସମ୍ପତ୍ତି ଠୁଳ...

ଲୋକଙ୍କୁ ବେଖାତିର କରୁଛି ସାଗର ସିମେଣ୍ଟ

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୯।୧୧: ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣର ସରକାରୀ ଓ ସାଧାରଣ ପ୍ରଜାଙ୍କ...

୧୫ କୋଟି ଚିଟଫଣ୍ଡ ଠକେଇ ଅଭିଯୋଗରେ ତପନ ଗିରଫ

ଭୁବନେଶ୍ୱର,୮।୩(ବ୍ୟୁରୋ): ଚିଟଫଣ୍ଡ ସଂସ୍ଥା ନିର୍ଦ୍ଦେଶକ ହ୍ୟୁମାନ ୱେଲଫେୟାର କ୍ରେଟିଟ ଆଣ୍ଡ ଥ୍ରିଫ୍ଟ କୋଅପରେଟିଭ୍‌ ସୋସାଇଟି ଲିମିଟେଡ ନିର୍ଦ୍ଦେଶକ ତପନ କୁମାର ସାମନ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅବରୋଧ...

ରାଜ୍ୟରେ କରୋନା ନେଲା ୨ ଜୀବନ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୪୨୦ କୁ ବୃଦ୍ଧି...

ପଶ୍ଚିମବଙ୍ଗରୁ ଫେରିଥିବା୧୬ ଅଗ୍ନିଶମ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୦୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ବାତ୍ୟା ‘ଅମ୍ଫନ’ ମୁକାବିଲା ସାରି ଫେରିଥିବା ୧୬ଜଣ...

ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର

ଭଦ୍ରକ ଅଫିସ,୧୩ା୪: ଲାଞ୍ଚ ନେବାବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ସେକ୍ସନ ଅଫିସରଙ୍କୁ ଧରିଛନ୍ତି। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ...

Advertisement
Archives

Model This Week