୨୦୨୦ ପର୍ଯ୍ୟଟନ ଫୋକସରେ ପଶ୍ଚିମ-ଦକ୍ଷିଣ ଓଡ଼ିଶା

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ୨୦୧୯-୨୦ ବର୍ଷରେ ଓଡ଼ିଶାକୁ ଯେପରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ସେଥିଲାଗି ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ବିଶେଷକରି ବିଦେଶୀ ଓ ଯୁବ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ ଉପରେ ଗୁରୁତ୍ୱ ଦିଆଯାଇଛି। କେବଳ ପୁରୀ-ଭୁବନେଶ୍ୱର-କୋଣାର୍କରେ ପର୍ଯ୍ୟଟନକୁ ସୀମିତ ନ ରଖି ଏହାକୁ କିଭଳି ବ୍ୟାପକ କରିହେବ ତାହା ଉପରେ ବିଭାଗ ଗୁରୁତ୍ୱ ଦେଇଛି। ୨୦୨୦ରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ପର୍ଯ୍ୟଟନକୁ ବିକଶିତ କରି ଏହାର ବ୍ରାଣ୍ଡିଂ କରିବାକୁ ଯୋଜନା ହୋଇଛି। ସେହିଭଳି ପରିବେଶ ପର୍ଯ୍ୟଟନ, ଓ୍ବାଟର୍‌ ସ୍ପୋର୍ଟସ ଓ ଆଡ୍‌ଭେଞ୍ଚର ଟୁରିଜମ୍‌କୁ ପ୍ରାଥମିକତା ଦେଇ ଲକ୍‌ଜରୀ ହାଉସ୍‌ବୋଟ୍‌ ଓ ଓ୍ବାଟର୍‌ ରିକ୍ରିଏଶନ ଭଳି କନ୍‌ସେପ୍ଟ ଓଡ଼ିଶାରେ ଆରମ୍ଭ କରାଯିବ ବୋଲି କୁହାଯାଇଛି। ବିଭାଗ ପକ୍ଷରୁ ପ୍ରସ୍ତୁତ ବଜେଟରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି।
ଓଡ଼ିଶା ଉପକୂଳ, ବିସ୍ତୃତ ବେଳାଭୂମି ଏବଂ ଚିଲିକା ହ୍ରଦରେ ଜଳକ୍ରୀଡ଼ାର ବ୍ୟାପକ ପ୍ରଚାର ପ୍ରସାର ଲାଗି ଗତ ଦୁଇବର୍ଷ ହେଲା ଯୋଜନା ପ୍ରସ୍ତୁତ କରୁଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ପ୍ରାରମ୍ଭିକ ପର୍ଯ୍ୟାୟରେ ‘ଓଡ଼ିଶା ଜଳକ୍ରୀଡା ଗାଇଡ୍‌ଲାଇନ୍‌’ ଜାରି କରାଯାଇଥିବାବେଳେ ପର୍ଯ୍ୟଟକମାନେ କିଭଳି ସୁରକ୍ଷିତ ଜଳକ୍ରୀଡାର ମଜା ନେଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା। ଏବେ ଯୁବ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶାରେ ବିଭିନ୍ନ ପ୍ରକାର ଆଡ୍‌ଭେଞ୍ଚର ସ୍ପୋର୍ଟସ ତଥା ଜିପ୍‌-ଲାଇନିଂ, ରିଭର ରାଫ୍ଟିଂ, ମାଉଣ୍ଟେନିଂ, ଟ୍ରେକିଂ, ପାରା ରାଇଡିଂ, ସର୍ଫିଙ୍ଗ୍‌ ଆଦି ପାଇଁ ଓଡ଼ିଶାରେ ଭିତ୍ତିଭୂମି ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରେ ଥିବା ଜଙ୍ଗଲ, ପରିବେଶ, ବେଳାଭୂମି, ବନ୍ୟଜନ୍ତୁ, ଆଦିବାସୀ ଓ ଗ୍ରାମାଞ୍ଚଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଉପରେ ଅଧିକ ଫୋକସ୍‌ କରିବାକୁ ବିଭାଗ ଯୋଜନା ରଖିଛି। ସେହିଭଳି ଜଙ୍ଗଲ ଓ ପରିବେଶ ବିଭାଗ ସହ ମିଳିତଭାବେ ପରିବେଶ ପର୍ଯ୍ୟଟନର ବିକାଶ ପାଇଁ କାର୍ଯ୍ୟ କରାଯିବ। କେରଳ ଢାଞ୍ଚାରେ ଓଡ଼ିଶାରେ ଲକ୍‌ଜରୀ ହାଉସ୍‌ବୋଟ୍‌ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ନିକଟରେ ରାଜ୍ୟ ବାହାରୁ ଏକ ପ୍ରତିନିଧି ଦଳ ଆସି ଚିଲିକା ଏବଂ ଭିତରକନିକା ବୁଲି ଦେଖିଥିବାବେଳେ ଶୀଘ୍ର ଭିତରକନିକାରେ ହାଉସ୍‌ବୋଟ୍‌ ଟୁରିଜମ୍‌ ଆରମ୍ଭ କରାଯିବ ବୋଲି ପର୍ଯ୍ୟଯନ ବିଭାଗ ସଚିବ ବିଶାଲ ଦେବ କହିଛନ୍ତି। ଚିଲିକା ଓ ଟାମ୍ପରା ହ୍ରଦରେ ବାନାନା ରାଉଡ୍‌ସ, ପାରାସେଲିଂ, ଓ୍ବାଟର ସ୍କି ଆଣ୍ଡ୍‌ ଫନ୍‌ ରାଇଡିଂ ଭଳି ଜଳକ୍ରୀଡାର ବିକାଶ କରାଯିବା ସହ ଅନ୍ତର୍ଜାତୀୟସ୍ତରୀୟ ଜଳକ୍ରୀଡା ଇଭେଣ୍ଟ ଆୟୋଜନ କରାଯିବାର ଯୋଜନା ରହିଛି। ଏପଟେ ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ୍‌ ଜୋନ୍‌ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ(ଆଇସିଜେଡ୍‌ଏମ୍‌ପି)ରେ ଚିଲିକାରେ କ୍ରୁଜ୍‌ ସର୍ଭିସ୍‌ ବା ଜାହାଜ ପର୍ଯ୍ୟଟନ ଆରମ୍ଭ କରିବାକୁ ପ୍ରସ୍ତାବ ରହିବେଳେ ଏହାଉପରେ ଏବେ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବର୍ତ୍ତମାନର ଯୁବ ପର୍ଯ୍ୟଟକମାନେ ଐିତିହ୍ୟ ଓ ଧାର୍ମିକ ପର୍ଯ୍ୟଟନ ଅପେକ୍ଷା ଆଡ୍‌ଭେଞ୍ଚର ଟୁରିଜିମ୍‌ ଏବଂ ଓ୍ବାଟର୍‌ ସ୍ପୋର୍ଟସକୁ ଅଧିକ ପସନ୍ଦ କରୁଥିବାରୁ ଏହାକୁ ବ୍ୟାପକ କରାଯିବାର ଆବଶ୍ୟକତା ରହିଥିବା ଟୁର୍‌ ଓ ଟ୍ରାଭେଲ ଏଜେଣ୍ଟମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ ଚିକିଛା ଲାଗି ଟଁକା ଅଭାବ୍‌: ୧୨ ବଛର ହେଲା ଖଟେ ପଡ଼ିଛନ୍‌ ଦ୍ରୌପଦୀ

ଭବାନୀପାଟଣା,୨୪।୮(ସ୍ବ.ପ୍ର): ଦିନେ ନୁହେ କି ଦୁଇ ଦିନ ନୁହେ, ଗଲା ୧୨ ବଛର ହେଲା ଅଜନା ରୋଗ୍‌ରେ ଖଟେ ପଡ଼ି ଅସାହା ଜୀବନ୍‌ ବିତଉଛନ୍‌ ଦ୍ରୌପଦୀ...

ପାଣି ଯୋଗାଣରେ ବିଳମ୍ବ ଯୋଗୁ ସଂଗରୋଧ କେନ୍ଦ୍ରରେ ଭଙ୍ଗାରୁଜା: ୩ ପ୍ରବାସୀଙ୍କ ନାମରେ ଏତଲା

ଜି.ଉଦୟଗିରି, ୨୧।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଶ୍ରୀରାମପଦାସ୍ଥିତ ଅନ୍ବେସା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ୩ ଜଣ ଅନ୍ତେବାସୀ ବୁଧବାର ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ଗଣ୍ଡଗୋଳ...

ଡେପୁଟି କଲେକ୍ଟରଙ୍କ ଲମ୍ବିଛି ସମ୍ପତ୍ତି ଲିଷ୍ଟ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଜଗତ୍‌ସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ବର ଓ ବାଲେଶ୍ବରରେ...

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଆଖିବୁଜିଲେ ସତ୍ୟ

କଟକ ଅଫିସ, ୮ା୧୦: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଏସ୍‌ସିବିକୁ ସ୍ଥାନାନ୍ତରିତ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ...

ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ

ଗୋପାଳପୁର,୪ା୯-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମଙ୍ଗଳବାର ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିଲା। ମଙ୍ଗଳବାର ପୂର୍ବାହ୍ନରେ ଗୋପାଳପୁର ବନ୍ଦରରେ...

ଅତିବଡି ପୁରସ୍କାର ଘୋଷଣା

ଭୁବନେଶ୍ୱର,୭।୫(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦତ୍ତ ଅତିବଡି ପୁରସ୍କାର ରବିବାର ଘୋଷଣା ହୋଇଛି। ୨୦୨୧ ବର୍ଷ ପାଇଁ ପ୍ରତିଭା ରାୟ, ୨୦୨୨ ପାଇଁ ସୀତାକାନ୍ତ...

ଭତାରୁ ବଁଚିତ୍‌ ଅଟେଁନ, ସୁରୁସିଂ

ଲାଠୋର, ୨୧।୧ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଢୋଲମାନ୍ଦଲ ପଁଚେତ୍‌ ସଦର ଗଁାର ବିଧବା ମହିଲା ଅଟେଁନ ମାଝି ଆର ତୁରେକେଲାର ସୁରୁସିଂ ମଲ୍ଲିକକଁର...

ସାନଭାଇର ଅନ୍ତେଷ୍ଟିକ୍ରିୟା ନ ସରୁଣୁ ଚାଲିଗଲେ ବଡ଼ଭାଇ

ପାରଳାଖେମୁଣ୍ଡି,୨୦ା୫: ସାନଭାଇର ଅନ୍ତେଷ୍ଟିକ୍ରିୟା ନ ସରୁଣୁ ବଡ଼ଭାଇଙ୍କ କରୋନାରେ ମୃତ୍ୟୁ ଘଟିଛି । ପାରଳାଖେମୁଣ୍ଡି ରାଜଦାଣ୍ଡ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୯ ଦିନ...

Advertisement
Archives

Model This Week