୨୦୨୦ରେ ମାଡି ଆସୁଛି ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୦-୮: ଆସନ୍ତା ଏକ ବର୍ଷ ମଧ୍ୟରେ ୮ବର୍ଷରେ ସବୁଠାରୁ ଭୟଙ୍କର ମାନ୍ଦାବସ୍ଥା ମାଡିଆସୁଛି। ଏକ ତୃତୀୟାଂଶ ଗ୍ଲୋବାଲ ଫଣ୍ଡ ମ୍ୟାନେଜର ଏ ସମ୍ପର୍କରେ ଅନୁମାନ ଦର୍ଶାଇଛନ୍ତି। ବ୍ୟାଙ୍କ ଅଫ୍‌ ମେରିଲ ଲିଞ୍ଚର ସର୍ଭେ ରିପୋର୍ଟ ମୁତାବକ ୨୦୨୦ରେ ବିଶ୍ୱରେ ସବୁଠାରୁ ବଡ଼ ମାନ୍ଦାବସ୍ଥା ଦେଖିବାକୁ ମିଳିବ। ଏହି ମାନ୍ଦାବସ୍ଥା ଆମେରିକାରେ ପ୍ରଥମେ ଦେଖାଦେବ ବୋଲି ରିପୋର୍ଟରେ କୁହାଯାଇଛି। ସର୍ଭେରେ ସାମିଲ ୩୪ ପ୍ରତିଶତ ଫଣ୍ଡ ମ୍ୟାନେଜରଙ୍କ ମତକୁ ନେଇ ଏହି ଭବିଷ୍ୟବାଣୀ କରାଯାଇଛି। ଏହା ୨୦୧୧ ଅକ୍ଟୋବର ପରେ ସବୁଠାରୁ ଖରାପ ସମୟ ହେବ। ଅଗଷ୍ଟ ୨ରୁ ୮ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ବିଶ୍ୱରେ ୫୫୩ ବିଲିୟନ ଡଲାର ଫଣ୍ଡ ମ୍ୟାନେଜମେଣ୍ଟ କରୁଥିବା ମୋଟ ୨୨୪ ଶୀର୍ଷ ଫଣ୍ଡ ମ୍ୟାନେଜର ଏଥିରେ ସାମିଲ ହୋଇଥିଲେ। ଅଧାରୁ ଅଧିକ ମ୍ୟାନେଜରଙ୍କ କହିବାନୁଯାୟୀ କର୍ପୋରେଟ ଗ୍ରୁପ୍‌ ଅତ୍ୟନ୍ତ ଚାପ ମଧ୍ୟରେ ରହିଛନ୍ତି। ବାଲାନ୍ସ ସିଟ୍‌ ସୁଧାରିବା ଲାଗି ସେମାନଙ୍କୁ ପଦକ୍ଷେପ ନେବାକୁ ହେବ। କର୍ପୋରେଟ ଜଗତ ନିଜର ବାଲାନ୍ସ ସିଟ୍‌ ସୁଧାରିବା ପାଇଁ ବାଏବ୍ୟାକ୍‌ ଏବଂ ଅନ୍ୟ ବିକଳ୍ପ ଉପରେ କାମ ନ କରି ବରଂ ନଗଦ ବ୍ୟବହାର କରିବା ଉଚିତ। ବାଣିଜ୍ୟ ଯୁଦ୍ଧ ଆଗାମୀ ଦିନରେ ମାନ୍ଦାବସ୍ଥାର ଆଉ ଏକ କାରଣ ହୋଇପାରେ ବୋଲି ଫଣ୍ଡ ମ୍ୟାନେଜର ମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri