୨୦୦୮ ତୁଳନାରେ ବଡ ଏବେର ମାନ୍ଦାବସ୍ଥା

ମୁମ୍ବାଇ,୧୮-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବଜାରରେ ଚାହିଦା କମିବା ଅର୍ଥ ବ୍ୟବସ୍ଥା ଲାଗି ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଆଇଏଲ ଆଣ୍ଡ ଏଫ୍‌ଏସ୍‌ ଭଳି ସଂସ୍ଥା ଦେବାଳିଆ ହେବା ଯୋଗୁ ଏହାର ପ୍ରଭାବ ଏବେ ଦେଶର ଅଣବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ (ଏନ୍‌ବିଏଫ୍‌ସି) ଉପରେ ପଡିଛି। ବର୍ତ୍ତମାନର ମାନ୍ଦାବସ୍ଥା ୨୦୦୮ ତୁଳନାରେ ବହୁତ ବଡ ବୋଲି ଗୋଲ୍ଡମ୍ୟାନ ସ୍ୟାଚ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି। ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନ ହାରକୁ ଏହା ୬%କୁ ଖସାଇଛି। ୨୦୧୮ ସେପ୍ଟେମ୍ବରରେ ହୋଇଥିବା ଆଇଏଲଆଣ୍ଡଏଫ୍‌ଏସ୍‌ ଋଣ ଠକେଇ ପରେ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକରେ ସମସ୍ୟା ଆରମ୍ଭ ହୋଇ ଯାଇଥିଲା। ଏନ୍‌ବିଏଫ୍‌ସିଗୁଡିକୁ ସହାୟତା କରୁଥିବା ଏହି ସଂସ୍ଥାର ପରିଚାଳାନା ଠପ୍‌ ହୋଇଯିବା ପରେ ବଜାରରେ ବିଭିନ୍ନ ଅସୁବିଧା ସୃଷ୍ଟି ହୋଇଛି। ଓ୍ବାଲ ଷ୍ଟ୍ରିଟ ବ୍ରୋକରେଜ ଗୋଲ୍ଡମ୍ୟାନ ସ୍ୟାଚ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ପ୍ରାଚୀ ମିଶ୍ର କହିଛନ୍ତି ଯେ, ୨୦୧୮ ଜାନୁୟାରୀ ପହିଲାରୁ ଭାରତରେ ଚାହିଦା ହ୍ରାସ ଘଟିଛି। ମାତ୍ର ଆଇଏଲଆଣ୍ଡଏଫ୍‌ଏସ୍‌ ମାମଲା ସାମ୍ନାକୁ ଆସିବା ପରେ ଏହା ଜଟିଳ ରୂପ ଧାରଣ କରିଛି। ଫଳରେ ଏନ୍‌ବିଏଫ୍‌ସିଗୁଡିକରେ ନଗଦ ସମସ୍ୟା ଦେଖାଯାଇଛି।
ଏହାବାଦ ବଜାରରେ ଚାହିଦା କମିବା ଯୋଗୁ ଏହା ଦେଶର ମୋଟ ଅଭିବୃଦ୍ଧିକୁ ଗଭୀର ଭାବେ ପ୍ରଭାବିତ କରିଛି। ବିଶ୍ୱବଜାରର ମାନ୍ଦାବସ୍ଥା ଯୋଗୁ ବିଭିନ୍ନ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଅସୁବିଧା ସ୍ଥିତି ଦେଇ ଗତି କରୁଛି। ମାନ୍ଦାବସ୍ଥା ଯୋଗୁ ଅଭିବୃଦ୍ଧି ୨% ପଏଣ୍ଟ ଖସିଛି ବୋଲି ଏକ କାର୍ଯ୍ୟକ୍ରମ ଅବସରରେ ମିଶ୍ର ଏହା କହିଛନ୍ତି। ସରକାରଙ୍କ କର୍ପୋରେଟ ଟିକସ ହ୍ରାସ, ରିଜର୍ଭ ବ୍ୟାଙ୍କର ରେପୋ ହ୍ରାସ ଭଳି ପଦକ୍ଷେପ ଭାରତର ଅଭିବୃଦ୍ଧି ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ଦେଶରେ ନିବେଶ ଏବଂ ରପ୍ତାନି ହ୍ରାସ ଘଟିଛି। ଏହି ସମୟରେ ଚାହିଦା ହ୍ରାସ ଅଭିବୃଦ୍ଧିକୁ ନିମ୍ନଗାମୀ କରୁଛି। ୨୦୦୮ରେ ଆସିଥିବା ମାନ୍ଦାବସ୍ଥା କିଛି ସମୟ ଲାଗି ରହିଥିଲା। ମାତ୍ର ବର୍ତ୍ତମାନର ମାନ୍ଦାବସ୍ଥା ୨୦ ମାସ ହେବ ବଜାରରେ ରହିଛି। ଏପ୍ରିଲ-ଜୁନ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୫%କୁ ଖସି ଆସିବା ପ୍ରସଙ୍ଗକୁ ନେଇ ମିଶ୍ର ଏଭଳି ପ୍ରତିକ୍ରିୟା ରଖିଛନ୍ତି।
ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ହାର ୭୦ରୁ ୧୧୦ ବେସିସ୍‌ ପଏଣ୍ଟ ଖସିବ ବୋଲି ବିଶ୍ୱର ପ୍ରମୁଖ ଏଜେନ୍ସିଗୁଡିକ ପୂର୍ବାନୁମାନରେ କହିଛନ୍ତି। ରିଜର୍ଭ ବ୍ୟାଙ୍କ ଜିଡ଼ିପି ଅଭିବୃଦ୍ଧିକୁ ୬.୧%କୁ କମ୍‌ କରିଛି। ଏହା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଟି(ଆଇଏମ୍‌ଏଫ୍‌) ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟ ଭାରତର ଅଭିବୃଦ୍ଧି ଆକଳନ କମ୍‌ କରିଛନ୍ତି। ମାନ୍ଦାବସ୍ଥା ଲାଗି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଅସୁବିଧା ୪୦% ଦାୟୀ ବୋଲି ଏହି ଫାର୍ମ ରିପୋର୍ଟରେ ଉଲ୍ଲେଖ କରିଛି। ଚାହିଦା ହ୍ରାସ ୩୦% ଏବଂ ଅନ୍ୟାନ୍ୟ ପାଣ୍ଠି ଯୋଗାଣ ଜନିତ ଅସୁବିଧା ଯୋଗୁ ଉପୁଜିଥିବା ଏହା ମତ ରଖିଛି। ଏନ୍‌ବିଏଫ୍‌ସି ଋଣ ଅଭିବୃଦ୍ଧି ପୂର୍ବରୁ ୨୪% ରହିଥିଲା। ଏହା ବର୍ତ୍ତମାନ ୧୩%କୁ ଖସିଛି। ଋଣ ଚାହିଦା କମିବା ଏବଂ ନିୟାମକ ଚାପ ରିସ୍କ ବଢାଉଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସତର୍କ କରାଇଲେ ପୂର୍ବତନ ସିଇଏ;ଆଇସିୟୁକୁ ଯାଉଛି ଅର୍ଥ ବ୍ୟବସ୍ଥା

କେମ୍ବ୍ରିଜ,୧୫-୧୨: ଭାରତ ଏବେ ମାନ୍ଦାବସ୍ଥା ସହ ଜୁଝୁଥିବା ବେଳେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଅରବିନ୍ଦ ସୁବ୍ରମଣ୍ୟନ ସତର୍କ...

୩ରୁ ୨କାର୍ଯ୍ୟାଳୟକୁ ବନ୍ଦ କଲା ଟୁଇଟର ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ବିଶ୍ୱର ଆଇଟି କମ୍ପାନୀଗୁଡିକ ଦ୍ୱାରା ବଡ଼ ଧରଣର ଛଟେଇ କରାଯାଉଛି। ଭାରତ ଏଥିରୁ ବାଦ୍‌ ପଡ଼ିନାହିଁ। ଏହି କ୍ରମରେ ଟୁଇଟର ଇଣ୍ଡିଆ ଦେଶରେ ଥିବା...

ପିଏମ୍‌ କେୟାର୍ସ ପାଣ୍ଠିକୁ ଏମ୍‌ଜିଏମ୍‌ ମିନେରାଲ୍ସ ଦେଲା ୧ କୋଟି

ଭୁବନେଶ୍ୱର,୨୧।୪: ପିଏମ୍‌ କେୟାର୍ସ ପାଣ୍ଠିକୁ ଏମ୍‌ଜିଏମ୍‌ ମିନେରାଲ୍ସ ପକ୍ଷରୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି...

ଆଉ ମାତ୍ର ଦୁଇଦିନ ବାକି, ପୁଣି ବଦଳିଯିବ ଅନ୍‌ଲାଇନ୍‌ ପେମେଣ୍ଟର ପଦ୍ଧତି; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଶେଷ ହେବାକୁ ଯାଉଛି ସେପ୍ଟେମ୍ବର। ଅକ୍ଟୋବର ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ଦ୍ୱାରା ପେମେଣ୍ଟ...

ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ:ସୀତାରାମନ

ନୂଆଦିଲ୍ଲୀ,୧୩-୧୨: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଗୁରୁବାର...

ଚତୁର୍ଥ ତ୍ର୍ରୈମାସରେ ସକରାତ୍ମକ ରହିବ ଜିଡିପି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ପ୍ରଥମ ତ୍ରୈମାସରେ ଜିଡିପି ୨୩.୯% ଖସିଥିବା ବେଳେ ଦ୍ୱିତୀୟ ତ୍ରୈମାସରେ...

ସେନ୍‌ହାଇସର ପକ୍ଷରୁ ଦିଓ୍ବାଲି ଅଫର

ନୂଆଦିଲ୍ଲୀ,୨୭।୧୦: ବହୁରାଷ୍ଟ୍ରୀୟ ଅଡିଓ ଜିଆଣ୍ଟ ସେନ୍‌ହାଇସର ପକ୍ଷରୁ ଦିଓ୍ବାଲି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବର୍ଷର ସର୍ବବୃହତ୍‌ ସେଲ୍‌ ଦ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌...

ଚନ୍ଦା କୋଚ୍ଚର, ସ୍ବାମୀଙ୍କ ବିରୋଧରେ ଇଡି ଚାର୍ଜଶିଟ୍‌

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭିଡିଓକନ ଋଣ ମାମଲାରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କ ବିରୋଧରେ ପ୍ରବର୍ତ୍ତନ...

Advertisement
Archives

Model This Week