Posted inଖେଳ

୧୭ର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ: ଭୁବନେଶ୍ୱର ସମେତ ୫ ସହର ଅନୁଧ୍ୟାନ

ମୁମ୍ବାଇ, ୧୨।୯(ପି.ଟି.)- ୨୦୨୦ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ବିଶ୍ୱରେ ଫୁଟବଲ ପରିଚାଳନାର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ଭୁବନେଶ୍ୱର ସମେତ ମୋଟ ୫ଟି ସହରକୁ ଅନୁଧ୍ୟାନ କରାଯାଇଛି। ଟୁର୍ନାମେଣ୍ଟ ଆୟୋଜନ ଦୌଡ଼ରେ ଥିବା ଅନ୍ୟ ସହର ଗୁଡ଼ିକ ହେଲା କୋଲକାତା, ଅହମ୍ମାଦାବାଦ, ଗୋଆ ଓ ନଭି ମୁମ୍ବାଇ। ୨୦୨୦ରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଭାରତରେ ଆୟୋଜନ ହେବ ବୋଲି ଗତ ମାର୍ଚ୍ଚରେ ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋ ଘୋଷଣା କରିଥିଲେ।
ବର୍ତ୍ତମାନ ସୁଦ୍ଧା ଆମେ ୫ଟି ସହରର ଭିତ୍ତିଭୂମିକୁ ଅନୁଧ୍ୟାନ କରିଛୁ। ଅନ୍ୟ କେତେକ ସହର ମଧ୍ୟ ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଟୁର୍ନାମେଣ୍ଟ ନିର୍ଦ୍ଦେଶକ ରୋମା ଖାନ୍ନା ପ୍ରକାଶ କରିଛନ୍ତି। ”ଗତ ମାସରେ ଆମେ ଭୁବନେଶ୍ୱରର ଭିତ୍ତିଭୂମି ଅନୁଧ୍ୟାନ କରି ବିଶ୍ୱକପ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁମତି ପ୍ରଦାନ କରିଛୁ। ଆଉ ତିନୋଟି ଭେନ୍ୟୁକୁ ଆମେ ଆସନ୍ତା ମାସରେ ବାଛିବୁ। ଆସନ୍ତା କିଛିମାସ ମଧ୍ୟରେ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ ଚିତ୍ର ସ୍ପଷ୍ଟ ହୋଇଯିବ“ ବୋଲି ରୋମା କହିଛନ୍ତି। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ସ୍ଥାନୀୟ ଆୟୋଜକ କମିଟି ଟୁର୍ନାମେଣ୍ଟ ଆୟୋଜନ ପାଇଁ ଘରୋଇ ସହର ଗୁଡ଼ିକୁ ପ୍ରାରମ୍ଭିକ ଚୟନ କରିବାପରେ ଫିଫା ତାହାକୁ ଅନୁଧ୍ୟାନ କରିବ ବୋଲି ସେ କହିଛନ୍ତି। ” ଆମେ ଏପର୍ଯ୍ୟନ୍ତ ଭେନ୍ୟୁ ପାଇଁ ସହର ଗୁଡ଼ିକ ସମ୍ପର୍କରେ ସ୍ପଷ୍ଟ ହୋଇ ପାରିନାହୁଁ। ଭୁବନେଶ୍ୱରରେ ଟୁର୍ନାମେଣ୍ଟ ଆୟୋଜନ ପାଇଁ କ’ଣ କରିବାକୁ ହେବ ସେ ସମ୍ପର୍କରେ ଆଲୋଚନା କରି ସାରିଛୁ। ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହୋଇପାରିଲେ ଆମେ ଭୁବନେଶ୍ୱରକୁ ଭେନ୍ୟୁଭାବେ ସ୍ପଷ୍ଟ କରିବୁ। ସେହିପରି ଆମେ ଏବେ ଅନ୍ୟ ସହର ଗୁଡ଼ିକୁ ଯାଇ ସେଠାକାର ଭିତ୍ତିଭୂମି ଦେଖିବୁ ଏବଂ ସନ୍ତୋଷ ଜନକ ମନେ ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁମତି ଦେବୁ। ଏହାପରେ ଆମେ ଫିଫାକୁ ସବୁକିଛି ଜଣାଇବୁ ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ଆୟୋଜନ ଦୌଡ଼ରେ ଥିବା ସହର ଗୁଡ଼ିକର ଭିତ୍ତିଭୂମିକୁ ଫିଫା ପକ୍ଷରୁ ଆଉଥରେ ଅନୁଧ୍ୟାନ କରାଯିବ। ଆୟୋଜକ ଦେଶଭାବେ ଭାରତ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଖେଳିବା ପାଇଁ ସିଧାସଳଖ ଏଣ୍ଟ୍ରି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri