୧୩୮ କୋଟିର ଜିଏସ୍‌ଟି ଠକେଇ: ୪ ଗିରଫ

କଟକ ଅଫିସ/ରାଉରକେଲା ଅଫିସ୍‌, ୨୬।୧୦: ନା କିଣା ହୋଇଛି ସାମଗ୍ରୀ, ନା ବିକ୍ରୟ ହୋଇଛି। ମାତ୍ର କାଗଜପତ୍ରରେ ଦର୍ଶାଯାଇଛି ବହୁ କୋଟି ଟଙ୍କାର କାରବାର। ଏହିଭଳି ଜାଲିଆତି ମାଧ୍ୟମରେ ୧୩୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି। ଏଥିରେ ସମ୍ପୃକ୍ତ ରହିଛି ଏକ ଆନ୍ତଃରାଜ୍ୟ ର଼୍ୟାକେଟ୍‌। ଏନେଇ ଶୁକ୍ରବାର ସକାଳେ ଜିଏସ୍‌ଟି କମିଶନରଙ୍କ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ରାଉରକେଲା ଓ ଯାଜପୁରରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଠକେଇର କାର୍ପଟଦାର ରାଉରକେଲା ସିଭିଲ ଟାଉନଶିପ୍‌ର ଅତୁଲ ବଂଶଲ(ଯାଜପୁରର ବିରଜା ଷ୍ଟିଲ ଲିଜ୍‌ ହୋଲ୍ଡର), ରାଉରକେଲା ଡେଲି ମାର୍କେଟ୍‌ର ଦୀନଦୟାଲ ଅଗ୍ରୱାଲ(ବିରଜା ଷ୍ଟିଲର ଅଂଶୀଦାର), ରାଉରକେଲା ଅନନ୍ତଭୁଜ କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ ମାଲିକ ଆଦିତ୍ୟ କୁମାର ନାୟକ ଓ ଯାଜପୁର ବିରଜା ଷ୍ଟିଲ ଅଂଶୀଦାର ରାମଚନ୍ଦ୍ର ମଲ୍ଲିକ। ଅଭିଯୁକ୍ତମାନଙ୍କୁ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବା ପରେ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଯାଜପୁର ଜେଲକୁ ପଠାଯାଇଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ମୁଖ୍ୟ ମାନଭଞ୍ଜନ ଆଚାର୍ଯ୍ୟ କହିଛନ୍ତି। ଅଭିଯୁକ୍ତମାନେ ୬୦୩ କୋଟି ଟଙ୍କାର ଲୁହା କିଣି ସେସବୁକୁ ୭୪୩କୋଟି ଟଙ୍କାରେ ବିକ୍ରୟ କରିଥିବା ଦର୍ଶାଇଛନ୍ତି। ରାଜ୍ୟ ସରକାରଙ୍କ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଏହି ବ୍ୟବସାୟକୁ ନେଇ ସନ୍ଦେହ ପ୍ରକଟ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ୧୩୮ କୋଟି ଟଙ୍କାର ଜିଏସ୍‌ଟି ଠକେଇ ସମ୍ପର୍କରେ ଜଣାପଡ଼ିଥିଲା ବୋଲି କହିଛନ୍ତି ଜିଏସ୍‌ଟି କମିଶନର ସୁଶୀଲ କୁମାର ଲୋହାନି। ଶୁକ୍ରବାର ବକ୍ସିବଜାରସ୍ଥିତ ଜିଏସ୍‌ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଲୋହାନି ଏହି ଠକେଇ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଅତୁଲ କେତେଜଣ ଗୃହିଣୀ, ଟାକ୍ସି ଚାଳକ, ପାନ ଦୋକାନୀ, ଦିନମଜୁରିଆ, ପାଣି ମିସ୍ତ୍ରି ଓ ବେକାର ଯୁବକଙ୍କୁ ରୋଜଗାର ଦେବା ନାଁରେ ସେମାନଙ୍କଠାରୁ ଆଧାରକାର୍ଡ଼, ପ୍ୟାନକାର୍ଡ଼, ଫଟୋ ଆଦି ସଂଗ୍ରହ କରିଥିଲେ। ଏହାପରେ ସେ ଉକ୍ତ ଡକ୍ୟୁମେଣ୍ଟସ୍‌କୁ ୨୦ଟି ଜାଲ କମ୍ପାନୀ ନାମରେ ଜିଏସ୍‌ଟି ପଞ୍ଜୀକରଣ କରିଥିଲେ। ଏହି କମ୍ପାନୀ ସବୁ ଲୁହା ବ୍ୟବସାୟ କରୁଥିବା ଏବଂ ରାଜ୍ୟ ବାହାରେ ବିକ୍ରି କରିଥିବା ଜିଏସ୍‌ଟି କାଗଜପତ୍ରରେ ଦର୍ଶାଇଥିଲେ। ମାତ୍ର ପ୍ରକୃତରେ କୌଣସି ସାମଗ୍ରୀ କ୍ରୟ କିମ୍ବା ବିକ୍ରୟ ହୋଇ ନ ଥିବାବେଳେ ବାହାର ରାଜ୍ୟର ବ୍ୟବସାୟୀମାନେ ଏହି ଜାଲ ୨୦ କମ୍ପାନୀର ବିଲ୍‌ ଜରିଆରେ ଇନ୍‌ପୁଟ୍‌ ଟ୍ୟାକ୍ସ ଦର୍ଶାଇଥିଲେ।
ଅନ୍ୟପକ୍ଷରେ ଓଡ଼ିଶାର ଏହି କମ୍ପାନୀମାନେ ବାହାର ବ୍ୟବସାୟୀଙ୍କଠାରୁ ସଲାସୁତରାରେ ଜିଏସ୍‌ଟି ଅର୍ଥ ହାତେଇଥିଲେ ମଧ୍ୟ ସରକାରଙ୍କୁ ଟିକସ ଦେଇ ନ ଥିଲେ। ଏହି ବ୍ୟବସାୟକୁ ଯଥାର୍ଥ ଦର୍ଶାଇବା ଲାଗି ଅଭିଯୁକ୍ତମାନେ ବିଭିନ୍ନ ବ୍ୟାଙ୍କରେ ଏହି ୨୦ କମ୍ପାନୀ ନାମରେ ଥିବା ଜମାଖାତାରେ କୋଟି କୋଟି ଟଙ୍କାର କାରବାର କରିଥିଲେ। ତେବେ ଗିରଫ ଅଭିଯୁକ୍ତ ଓ ଏଥିରେ ସମ୍ପୃକ୍ତ ବାହାର ରାଜ୍ୟର ବ୍ୟବସାୟୀଙ୍କଠାରୁ ଟିକସ ଅର୍ଥ ସହ ଜରିମାନା ଆଦାୟ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କମିଶନର କୁମାର ଲୋହାନି ସୂଚନା ଦେଇଛନ୍ତି। ଏହି ଠକେଇରେ ସମ୍ପୃକ୍ତ ଥିବା ବାହାର ରାଜ୍ୟର ବ୍ୟକ୍ତିମାନଙ୍କୁ ଗିରଫ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଉଥିବା ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ରରୁ ବିରଳ ସାର୍କ ଶିକାର

ପୁରୀ ଅଫିସ,୧୮ା୪: ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମାଛ ଚାଲାଣକାରୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶକୁ...

ୟେସ୍‌ ବ୍ୟାଙ୍କ ପ୍ରସଙ୍ଗରୁ ମୁକୁଳିବା ପାଇଁ କରୋନା ବାହାନା: ଭାଜପା

ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ଏବେ...

କରୋନା କଟକଣା: କଳକାରଖାନା କର୍ମଚାରୀଙ୍କ ଲାଗି ଜାରିହେଲା ଗାଇଡ୍‌ଲାଇନ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ଲାଗି କଳକାରଖାନା କର୍ମଚାରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ଲାଗି ସାବୁନ ଓ ହ୍ବାଣ୍ଡଓ୍ବାଶ୍‌ ବ୍ୟବସ୍ଥା ଲାଗି...

ରାତିସାରା ଟ୍ରଲିରେ ପଡି ରହିଲା ମୃତଦେହ

ସୋନପୁର/ବିନିକା,୨୩।୨(ନି.ପ୍ର./ଡି.ଏନ୍‌.ଏ) ମହା ଶିବରାତ୍ରି ପାଇଁ ସୁବର୍ଣ୍ଣପୁର ଜିଲା ଉତ୍ସବ ମୁଖର ଥିବା ବେଳେ ରାତିରେ ସୁବର୍ଣ୍ଣପୁର ଜିଲା ବିନିକା ସହରର ବିନିକାପଡାରେ ଏକ ଦୁଃଖଦ ଘଟଣା...

ବିଏସ୍‌ସିଏଲ୍‌ ଦ୍ୱାରା ଦୁଇଦିନିଆ ‘ସିଟି ଲାବ ସେଣ୍ଟର’: ୯ କଲେଜର ୨୦ ମଡେଲ ପ୍ରଦର୍ଶିତ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବଜାୟ ରଖିବା ସହ ବିକାଶର ନୂଆ ଢାଞ୍ଚା ପାଇଁ ନକ୍ସା ଦେଖାଇଛନ୍ତି ଛାତ୍ରୀଛାତ୍ର। ଭୁବନେଶ୍ୱରର ୯ଟି କଲେଜ ଯଥା କଲେଜ ଅଫ୍‌...

ସମୂହ ପ୍ରାର୍ଥନା ନ କରିବାକୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୨୧ା୩ ରେଶମ ନଗରୀ ବ୍ରହ୍ମପୁରରେ ଶୁକ୍ରବାରଠାରୁ ଚର୍ଚ୍ଚ ଓ ମସଜିଦରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ଥିବାରୁ...

ଆଧାର ବାଧ୍ୟତାମୂଳକ ନ କରିବାକୁ ଦାବି

କଟକ ଅଫିସ୍‌,୨୭।୪: ଲକ୍‌ଡାଉନ୍‌ ପରେ ପ୍ରବାସୀ ଶ୍ରମିକମାନେ ବହୁ ଅସୁବିଧାରେ ରହିଛନ୍ତି। ରହୁଥିବା ସ୍ଥାନରେ ସମସ୍ୟା ଦେଖାଦେବାରୁ ସେମାନେ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ଓଡ଼ିଶା ସରକାର...

ଆଜି ପ୍ରଦର୍ଶିତ ହେବ ଫନୀ ସମ୍ପର୍କିତ ବୃତ୍ତଚିତ୍ର

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଚଳିତ ବର୍ଷ ମେ ୩ରେ ଓଡ଼ିଶା ଉପକୂଳ ସାମୁଦ୍ରିକ ଝଡ ଫନୀ ଦ୍ୱାରା ଘୋର ପ୍ରଭାବିତ ହୋଇଥିଲା। ଏହାକୁ ମୁକାବିଲା କରିବା ପାଇଁ...

Coronavirus Update


Archives

Model This Week

Why Dharitri