୧୨ ଆନ୍ତଃ ଜିଲା ଡକାୟତ ଗିରଫ

ଛତ୍ରପୁର/ଆସିକା/ବୁଗୁଡା,୩୦/୮(ଡି.ଏନ.ଏ.)- ବୁଗୁଡା ଓ ଆସିକା ଥାନା ପୋଲିସ ବୁଧବାର ରାତିରେ ୧୨ ଆନ୍ତଃଜିଲା ଡକାୟତଙ୍କୁ ଧରିବାରେ ସକ୍ଷମ ହୋଇଛି। ଏମାନେ ଗଞ୍ଜାମ, ବ୍ରହ୍ମପୁର, ଖୋର୍ଦ୍ଧା ଓ ନୟାଗଡ ପୋଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚୋରି ଡକାୟତି ଓ ଲୁଟ୍‌ ଆଦି ଘଟଣାରେ ସମ୍ପୃକ୍ତ ଥିଲେ। ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ମଚାରୀ, ବ୍ୟବସାୟୀଙ୍କୁ ଏମାନେ ଟାର୍ଗେଟ କରୁଥିଲେ ବୋଲି ଗୁରୁବାର ଛତ୍ରପୁରସ୍ଥିତ ଗଞ୍ଜାମ ପୋଲିସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ମାଉଜର କିଏ ଯୋଗାଇଥିଲା, ଅପରାଧ ମାମଲାରେ ଏମାନଙ୍କ ସହଯୋଗୀ ଆଉ କିଏ ଅଛନ୍ତି ସେ ସମ୍ପର୍କରେ ତଦନ୍ତ ଚାଲୁ ରହିଥିବା ଏସ୍‌ପି ରଏ ସୂଚନା ଦେଇଛନ୍ତି।
ଏସପି ଆହୁରି କହିଛନ୍ତି, ଅଭିଯୁକ୍ତମାନେ ୨ଟି ଗ୍ରୁପ୍‌ର ା ବୁଧବାର ରାତିରେ ଆସିକା-ବାଲିପଦର ରାସ୍ତାର ଡାସନାପଲ୍ଲୀ ରେଷ୍ଟସେଡ୍‌ଠାରେ କେତେଜଣ ଡକାୟତି ଯୋଜନା କରୁଥିଲେ। ସେ ସମୟରେ ପାଟ୍ରୋଲିଂ କରୁଥିବା ଆସିକା ଥାନା ପୋଲିସ ଚଢାଉ କରି ସେଠାରୁ ୬ ଡକାୟତଙ୍କୁ କାବୁ କରିଥିଲା। ସେମାନେ ହେଲେ ଆସିକା କଲେଜ ଛକସ୍ଥିତ ମହାରଣା କଲେନୀର ସନ୍ତୋଷ ନାହାକ, ଭେଟନଈର ସନ୍ତୋଷ ଜେନା, କୁମ୍ଭାର ସାହିର ସଞ୍ଜୟ ବେହେରା , ଭେଟନଈର ତାପସ ରଞ୍ଜନ ସେନାପତି ଓରଫ ରିକୁନ୍‌, ମାମୁଢିହ ଗାଁର ପିଙ୍କୁ ସାହୁ ଓ ଜରଡା ଥାନା ପାତ୍ରପୁର ଗାଁର ବୁଚିପାତ୍ର ଓରଫ ବି. ସନ୍ତୋଷ ରାଓ ା ସେହିପରି ବୁଧବାର ରାତିରେ ବୁଗୁଡା ପୋଲିସ ପାଟ୍ରୋଲିଂ କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ବୁଦ୍ଧଖୋଲ ହିଲ୍‌ ନିକଟ ହନୁମାନ ମଠ ପଛପଟେ ଡକାୟତି ଯୋଜନା କରୁଥିବା ୬ ଜଣଙ୍କୁ କାବୁ କରିଥିଲା ା ସେମାନେ ହେଲେ ଆସିକା ଥାନା ଭେଟନଇ ଗାଁର ଶଙ୍କର ଦାସ, ହରିହର ନଗରର କେ. ଦୀପକ ସେନାପତି, ନୂଆଗାଁର ପ୍ରହଲ୍ଲାଦ କୁମାର ସାହୁ ଓରଫ ଚଇନା, ଜଗନ୍ନାଥପ୍ରସାଦ ଥାନା ଚିକିଲି ଗାଁର ଶିବ ସେନାପତି, ଧରାକୋଟ ମୁସଲିମ ସାହିର ଜମିର ଖାନ୍‌ ଓ ଆସିକା ଥାନା ପାକଲାପଲ୍ଲୀର ସାଇ ଶଙ୍କର ପୋଲାଇ । ଏମାନଙ୍କଠାରୁ ୪ ଟି ପିସ୍ତଲ, ୧୨ ରାଉଣ୍ଡ ଗୁଳି, ଗୋଟିଏ ଖେଳଣା ବନ୍ଧୁକ, ୩ଟି ଖଣ୍ଡା, ୨ କାତି, ୩ ଛୁରୀ, ଗୋଟିଏ ପଞ୍ଚ, ୧୫ଟି ମାସ୍କ, ୧୦ ବୋତଲ ମଦ, ୧୨ଟି ବୋମା, ୫ ବାଇକ୍‌ ଓ ୫୮ ହଜାର ଟଙ୍କା ଜବତ ହୋଇଛି ା ଅନପୂର୍ଣ୍ଣା ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କଠାରୁ ୧ ଲକ୍ଷ ୧୫ ହଜାର ଲୁଟ, ଭେଟନଈ ମାଇକ୍ରୋ ଫାଇନାନ୍ସ ଏଜେଣ୍ଟଙ୍କୁ ପିସ୍ତଲ ଦେଖାଇ ୧ ଲକ୍ଷ ୪୫ ହଜାର ଟଙ୍କା ଲୁଟ, ଗାଙ୍ଗପୁର ଥାନା କେନ୍ଦୁପଦର ଠାରେ ବ୍ୟବସାୟୀଙ୍କ ଠାରୁ ୬୦ ହଜାର ଲୁଟ୍‌, ଆସିକା କଲେଜ ଛକ ଠାରେ ମିଠା ବ୍ୟବସାୟୀଙ୍କଠାରୁ ୮ ହଜାର ଟଙ୍କା ଲୁଟ୍‌ରେ ଗିରଫ ଅଭିଯୁକ୍ତମାନେ ସମ୍ପୃକ୍ତ ଥିବା ସୂଚନା ଦିଆଯାଇଛି ା ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସପି ପତିତପାବନ ଚୌଧୁରୀ, ଡିଆଇବି ଡିଏସପି ପି.କେ ଦଳାଇ, ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri