Posted inଫୁରସତ

୧୦ ବର୍ଷ ପରେ ପୃଥିବୀ ପ୍ରତି ମାଡ଼ିଆସୁଛି ଭୟଙ୍କର ବିପଦ: ଆଣ୍ଟାର୍କଟିକାରେ ଦେଖିବାକୁ ମିଳିଛି ଏହି ସଂକେତ

ଗ୍ଲୋବାଲ ଓ୍ବାର୍ମିଂ ବଢ଼ିଚାଲିଥିବାରୁ ଏହା ପୃଥିବୀ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରୁଛି। ୧୦ ବର୍ଷ ମଧ୍ୟରେ ପୃଥିବୀ ପ୍ରତି ଏକ ଭୟଙ୍କର ବିପଦ ଅର୍ଥାତ ଜଳପ୍ରଳୟ ହେବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ପ୍ରତିବର୍ଷ ପ୍ରାୟ ୧.୩୦ ଫୁଟ ଉଚ୍ଚର ବରଫ ଦ୍ରୁତବେଗରେ ତରଳିବାରେ ଲାଗିଛି। ଆଜିପର୍ଯ୍ୟନ୍ତ ୫ ଫୁଟ ଉଚ୍ଚର ବରଫ ତରଳି ସାରିଲାଣି। ୨୦୩୦ ପର୍ଯ୍ୟନ୍ତ ଏକ ଭୟଙ୍କର ବିପଦ ପୃଥିବୀ ଆଡ଼କୁ ମାଡ଼ିଆସୁଛି ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି।


୧୧ ହଜାର ବୈଜ୍ଞାନିକ ଦେଇଛନ୍ତି ଏହି ଚେତାବନୀ:
ଆଣ୍ଟାର୍କଟିକାରେ ମହଜୁଦ୍‌ ଥିବା ସବୁଠୁ ପୁରୁଣା ଏବଂ ସ୍ଥିର ବରଫଖଣ୍ଡ ଖୁବ୍‌ ତୀବ୍ର ଗତିରେ ତରଳିବାରେ ଲାଗିଛି। ଏହି ଭୟାବହ ବିପଦ ୧୩୦ ଦେଶରେ ଦେଖିବାକୁ ମିଳିବ। ପ୍ରାୟ ୧୧ ହଜାର ବୈଜ୍ଞାନିକ ଏହି ଚେତାବନୀ ଦେଇଛନ୍ତି। ବୈଜ୍ଞାନିକଙ୍କ ଅନୁଯାୟୀ, ଆଣ୍ଟାର୍କଟିକାରେ ମହଜୁଦ୍‌ ଥିବା ବରଫ ଖଣ୍ଡକୁ ‘ଦ ଲାଷ୍ଟ ଆଇସ୍‌ ଏରିଆ’ କୁହାଯାଏ। ଏହି ବରଫ ଦ୍ୱିଗୁଣିତ ଗତିରେ ତରଳୁଅଛି। ୨୦୧୬ରେ ୪୧ ଲକ୍ଷ ୪୩ ହଜାର ୯୮୦ ବର୍ଗ କିମି ପର୍ଯ୍ୟନ୍ତ ବହିଥିଲା। ଯାହା ଏବେ ୯.୯୯ ଲକ୍ଷ ବର୍ଗ କିମି ବାକି ଅଛି। ୨୦୩୦ ସୁଦ୍ଧା ଏହି ବରଫ ପୃଥିବୀ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ୟୁନିଭରସିଟି ଅଫ୍‌ ଟରୋଣ୍ଟୋ ବୈଜ୍ଞାନିକ କ୍ୟାଣ୍ଟ ମୁର୍‌ଙ୍କ ଅନୁସାରେ, ୧୯୭୦ମସିହା ପରଠାରୁ ଆଜିପର୍ଯ୍ୟନ୍ତ ଆଣ୍ଟାର୍କଟିକାରେ ପ୍ରାୟ ୫ ଫୁଟ ଉଚ୍ଚର ବରଫ ତରଳୁଛି। ପ୍ରତିବର୍ଷ ୧.୩୦ ଫୁଟ ଉଚ୍ଚ ବରଫ ତରଳୁଛି। ଏଥିଯୋଗୁ ସମୁଦ୍ର ଜଳସ୍ତର ବଢ଼ିବାରେ ଲାଗିଛି। ଆଣ୍ଟାର୍କଟିକାର ବରଫ ତରଳିବାରୁ ଗ୍ରୀନ୍‌ଲାଣ୍ଡ୍‌ ଏବଂ କାନାଡା ଆଖପାଖ ଅଞ୍ଚଳରେ ଋତୁ ପରିବର୍ତ୍ତନ ହେଉଛି। ଏଠାରେ ବି ଗରମ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବ। କିଛି ଦେଶ ମଧ୍ୟ ଜଳମଗ୍ନ ହୋଇଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷ ପୂର୍ବେ ଅଲଗା ହୋଇଥିଲେ ୨ ଭଉଣୀ: ସେଲ୍‌ଫି ପାଇଁ ହେଲେ ଏକାଠି

ଆଜିର ଅତ୍ୟାଧୁନିକ ଯୁଗରେ ସେଲ୍‌ଫି କ୍ରେଜ୍‌ ସବୁଆଡ଼େ ଦେଖିବାକୁ ମିଳୁଛି। ସେଲ୍‌ଫି ନେବା ଆଳରେ ଅନେକଙ୍କ ଜୀବନ ଚାଲିଯାଉଥିବା ନଜିର ରହିଛି। ତେଣୁ କେହି କେହି...

ଦୁଇମାସର ହାତୀ ଛୁଆ କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

କେନିଆରେ ଦୁଇ ମାସର ଏକ ହାତୀ ଛୁଆ ଏମିତି କିଛି କରିଛି, ଯାହା ଦେଖିଲେ ଆପଣ ହସ ରୋକି ପାରିବେନି। ଛୁଆଟି ନିଜର ବଡ଼ଭାଇ ନିକଟକୁ...

ଯେଉଁଠି ସଦସ୍ୟଙ୍କ ମୃତ୍ୟୁରେ ଘର ଛାଡିଦିଅନ୍ତି ପରିବାର ଲୋକେ

ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କ ସ୍ମୃତିକୁ ସାଉଣ୍ଟିବାକୁ ଲୋକେ ଅନେକ ଉପାୟ ଆପଣାଇଥାନ୍ତି। କିନ୍ତୁ ଆମ ଦେଶରେ ଏଭଳି କିଛି ଜନଜାତି ଅଛନ୍ତି, ଯେଉଁମାନେ...

ମଣିଷ ମନର କଥା ଏବେ ସହଜରେ ଜାଣିହେବ: ରହିବନି କିଛି ଲୁଚାଛପା…

ଓ୍ବାଶିଂଟନ, ୨୯।୮: ଏଣିକି ମଣିଷର ମସ୍ତିଷ୍କ ପଢ଼ିହେବ। ମଣିଷ ଯାହା ଚିନ୍ତା କରୁଛି ତାହା ଏବେ ସହଜରେ ଜାଣି ହେବ। ଏଲନ୍‌ ମସ୍କ୍‌ଙ୍କ କମ୍ପାନୀ ନ୍ୟୁରୋଲିଙ୍କ୍‌...

ୟୁଟ୍ୟୁବର ଦେଇଥିଲେ ମଦ ପିଇବା ପାଇଁ ଲାଇଭ୍‌ ଚ୍ୟାଲେଞ୍ଜ, ୧.୫ ଲିଟର ପିଇବା ପରେ ଘଟିଲା ଏମିତି…

ଆପଣ ଏକ କାହାଣୀ ନିଶ୍ଚିତ ଶୁଣିଥିବେ ଯେ, ଅଧିକ ଉତ୍ସାହିତ ହେଲେ ନିଜର କ୍ଷତି ଘଟିଥାଏ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଋଷିଆରେ। ଜଣେ...

ବୟସ ୧୦, ମାସିକ ରୋଜଗାର ୧ କୋଟି

ପିଲାଦିନ ହେଉଛି ଖେଳକୁଦ, ମଜାମସ୍ତି କରିବାର ସମୟ। ହେଲେ ବେଳେବେଳେ କିଛି ପିଲା ଏଇ ବୟସରେ ଏମିତି କିଛି କାମ କରନ୍ତି, ଯାହାକୁ ବଡମାନେ କରିବା...

ଜୁଲାଇର ଭାଗ୍ୟଫଳ: ଏସବୁ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ମିଳିବ ମାନସମ୍ମାନ-ପଦୋନ୍ନତି

ନୂଆଦିଲ୍ଲୀ, ୨।୭: ବର୍ଷର ସପ୍ତମ ମାସ ହେଉଛି ଜୁଲାଇ। ଚଳିତ ମାସ କେତେକଙ୍କ ପାଇଁ ଶୁଭଫଳ ନେଇ ଆସିଥିବାବେଳେ ଅନ୍ୟ କେତେକଙ୍କ ଲାଗି ଅଶୁଭଫଳ ନେଇ...

ନିଆରା ରେଷ୍ଟୁରାଣ୍ଟ: ମନ ଇଚ୍ଛା ଖାଆନ୍ତୁ, ବିଲ୍‌ ଦେବାକୁ ହେଲେ..

ଦେଶରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠାରେ ଆପଣ ଏକ ସାଧାରଣ ରେଷ୍ଟୁରାଣ୍ଟ ପରି ମେନୁରୁ ଖାଦ୍ୟ ଅର୍ଡର କରି ବିଭିନ୍ନ ପ୍ରକାରର ଖାଦ୍ୟ ଉପଭୋଗ...

Advertisement
Archives

Model This Week