୧,୦୭,୪୦୮ ଧର୍ତ୍ତବ୍ୟ ଅପରାଧ ପଞ୍ଜୀକୃତ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ହତ୍ୟା, ବଳାତ୍କାର ଓ ଯୌତୁକଜନିତ ଅପରାଧ ଚିନ୍ତାର କାରଣ ହୋଇଛି। ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଶ୍ୱେତପତ୍ର-୨୦୧୮ରୁ ଏହା ଜଣାପଡିଛି। ୨୦୧୮ରେ ୧୩୭୮ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ୨୫୦୨ ବଳାତ୍କାର ମାମଲା ପଞ୍ଜୀକୃତ ହୋଇଛି। ଏହି ସମୟରେ ୫୪ଟି ମାଓବାଦୀ ଘଟଣା ହୋଇଛି। ଏଥିରେ ୧୯ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୩୯ ଗିରଫ ହୋଇଛନ୍ତି। ୨୭ ଜଣ ଆତ୍ମସମର୍ପଣ କରିଛନ୍ତି। କେତେକ ଜିଲାରେ ବାମପନ୍ଥୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ୬ଟି ଜିଲାରେ ଆଦୌ ନ ଥିଲା। ତେବେ ମାଓବାଦୀ କାର୍ଯ୍ୟକଳାପ ରାଜ୍ୟରେ ନିୟନ୍ତ୍ରଣରେ ରହିଛି।
ଶ୍ୱେତପତ୍ରରେ ସରକାର କହିଛନ୍ତି ଯେ, ୨୦୧୮ରେ ରାଜ୍ୟରେ ୧,୦୭,୪୦୮ଟି ଧର୍ତ୍ତବ୍ୟ ମାମଲା ପଞ୍ଜୀକୃତ ହୋଇଥିବାବେଳେ ୬୯,୩୪୧ଟିରେ ଚାର୍ଜଶିଟ୍‌ ଦାଖଲ ହୋଇଛି। ଏହି ବର୍ଷ ୧୩୭୮ ହତ୍ୟା ମାମଲା ପଞ୍ଜୀକୃତ ହୋଇଥିବାବେଳେ ସେଥିରୁ ୬୪୫ଟିରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ସେହିପରି ରାଜ୍ୟରେ ୨୫୦୨ ବଳାତ୍କାର ମାମଲା ପଞ୍ଜୀକୃତ ହୋଇଥିବାବେଳେ ୨୪୫୯ ଠିକ୍‌ ଥିବା ଜଣାପଡିଛି। ସେଥିମଧ୍ୟରୁ ୧୫୨୬ରେ ଚାର୍ଜଶିିଟ୍‌ ଦାଖଲ ହୋଇଛି। ସେହିଭଳି ୫୦୧ଟି ଯୌତୁକଜନିତ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୨୨୩ଟିରେ ଚାର୍ଜଶିିଟ୍‌ ଦାଖଲ ହୋଇଛି। ଏହି ସମୟରେ ୩୭୧୩ ସିନ୍ଧି ଚୋରି ମାମଲା ରୁଜୁ ହୋଇଛି। ତନ୍ମଧ୍ୟରୁ କେବଳ ୧୧୦୮ଟିରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ୯୦୬୯ଟି ଚୋରି ମଧ୍ୟରୁ ୩୨୭୩ଟିରେ ଚାର୍ଜଶିଟ ଦାଖଲ ହୋଇଛି। ୨୭୯୪ଟି ଠକେଇ ମାମଲା ମଧ୍ୟରୁ ମାତ୍ର ୭୦୭ଟିରେ ଚାର୍ଜଶିଟ ଦାଖଲ ହୋଇଛି। ଏହି ସମୟରେ ୨୧୨୦ଟି ଦଙ୍ଗା ମାମଲା ପଞ୍ଜୀକୃତ କରାଯାଇଛି। ସେଥିମଧ୍ୟରୁ ୧୧୩୧ଟିରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ୨୦୧୮ରେ ୫୧ଟି ମହିଳା ଚାଲାଣ ଅପରାଧ ରୁଜୁ ହୋଇଥିବା ବେଳେ ମାତ୍ର ୨୩ଟିରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ସେହିପରି ପୁରୁଷ ଚାଲାଣ ମାମଲା ସଂଖ୍ୟା ୨୪ ଥିବା ବେଳେ ମାତ୍ର ୮ଟିରେ ଚାର୍ଜଶିଟ୍‌ ଦାଖଲ ହୋଇଛି। ଏହି ବର୍ଷ ୧୫ଟି ଅର୍ଥନୈତିକ ଅପରାଧ ମାମଲା ରୁଜୁ କରାଯାଇଛି। ୧୪୪୯ ବାଳ ଅପରାଧୀଙ୍କ ବିରୋଧରେ ୧୧୫୫ ମକଦ୍ଦମା ରୁଜୁ କରାଯାଇଛି। ତଫସିଲଭୁକ୍ତ ଜାତି (ଏସ୍‌ସି) ଓ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ଉପରେ ୨୩୨୦ଟି ମକଦ୍ଦମା ମଧ୍ୟରୁ ୬୦୯ଟିରେ ଚାର୍ଜଶିିଟ ଦାଖଲ ହୋଇଛି। ଏସ୍‌ସିଙ୍କ ଉପରେ ୧୭୭୫ରୁ ୪୨୮, ଏସଟିଙ୍କ ଉପରେ ୫୪୫ରୁ ୧୮୧ଟିରେ ଚାର୍ଜଶିିଟ ଦାଖଲ ହୋଇଛି। ୨୦୧୮ରେ ୧୧୨୬୨ଟି ମୋଟର ଦୁର୍ଘଟଣା ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୭୧୮୬ଟିରେ ଚାର୍ଜଶିିଟ୍‌ ଦାଖଲ ହୋଇଛି। ୨୦୧୮ରେ ୩୪ ଥର ହିନ୍ଦୁ-ମୁସଲମାନ ଏବଂ ୫ଥର ହିନ୍ଦୁ-ଖ୍ରୀଷ୍ଟିୟାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ୨୦୧୮ରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୩୩ଥର ଗୁଳିଚାଳନା କରାଯାଇଥିଲା। ସୋମବାର ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ହେବାର ଅଛି। ଏହା ପୂର୍ବରୁ ବିଭାଗ ପକ୍ଷରୁ ଶ୍ୱେତପତ୍ର ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଆଉ ୫୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ, ୧୦।୮-ସୋମବାର କଟକରୁ ପୁଣି ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୩ ଆକ୍ରାନ୍ତଙ୍କ ମଧ୍ୟରୁ କଣ୍ଟେନମେଣ୍ଟ ଜୋନରୁ ୧୯ ଜଣ ଚିହ୍ନଟ...

ବେକାରି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଭାଜପାର ଟାର୍ଗେଟ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ବେକାରି ଏବଂ ନିଯୁକ୍ତି ସୃଷ୍ଟି ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବେକାରିରେ ଓଡ଼ିଶା ଏକ ନମ୍ବର ବୋଲି ଶନିବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ...

ଚାପରେ ରାଜକୋଷ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): କୋଭିଡ୍‌-୧୯ ଯୋଗୁ ରାଜ୍ୟ ରାଜକୋଷ ଉପରେ ଆର୍ଥିକ ଚାପ ବଢ଼ିଚାଲିଛି। ଗତ କିଛିବର୍ଷ ହେବ ରାଜ୍ୟ ପାଇଁ କେନ୍ଦ୍ରୀୟ ଅନୁଦାନ ହ୍ରାସ ଏହି ସମସ୍ୟାକୁ...

ବିରୋଧୀଙ୍କ ଅଭିଯୋଗ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟ ନୈରାଶ୍ୟଜନକ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟର ଅପେକ୍ଷାକୃତ ପଛୁଆ ଅଞ୍ଚଳ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସ୍ବତନ୍ତ୍ର ପରିଷଦ ଗଠନ କରାଯାଇଛି। ହେଲେ ଏହାର କାର୍ଯ୍ୟ ଆଶାନୁରୂପ ନୁହେଁ ବୋଲି...

ଭଞ୍ଜନଗରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଭଞ୍ଜନଗର,୨୦।୮(ଡି.ଏନ.ଏ)-ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ । ଜିଲାପାଳଙ୍କ ନିକଟକୁ ମୋଟ...

ଶିବ ପ୍ରସାଦ ଜିଲା ଟପ୍ପର: ଆଇଏଏସ୍‌ ଅଫିସର ହେବାକୁ ରଖିଛନ୍ତି ଇଚ୍ଛା

ତାଳଚେର,୨୧ା୫(ନି.ପ୍ର.)- ତାଳଚେର ଶିଶୁମନ୍ଦିରର ଶିବ ପ୍ରସାଦ ପାଣି ଚଳିତ ମାଟ୍ରିକ ପରୀକ୍ଷାରେ ୯୬. ୩୩ ପ୍ରତିଶତ ଅର୍ଥାତ୍‌ ୫୭୮ ନମ୍ବର ରଖି ଅନୁଗୋଳ ଜିଲାରେ ଟପ୍ପର...

ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ ନେଇ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ନୀତି ଆୟୋଗ ଢାଞ୍ଚାରେ ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।...

ଆଉ ମାସେ ବଢ଼ିବ ସର୍ବକ୍ଷମା ଯୋଜନା: କଟକ-ଭୁବନେଶ୍ୱରରେ ସର୍ବାଧିକ ଆବେଦନ

ଭୁବନେଶ୍ୱର,୧।୩(ବ୍ୟୁରୋ): ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନ କିମ୍ବା ଅନୁମୋଦନ ନେଇ ନିୟମ ଉଲ୍ଲଂଘନ କରି ଗଢିଉଠିଥିବା ବେଆଇନ ଆବାସିକ କୋଠାଘର, ବ୍ୟବସାୟିକ ଗୃହ ଏବଂ ଅଟ୍ଟାଳିକାଗୁଡିକୁ...

Coronavirus Update

Archives

Model This Week

Why Dharitri