୧ମଣ୍ଡପ, ୫ ଗେଷ୍ଟ ହାଉସ୍‌ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ବିଏମ୍‌ସି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାସହ କଟକଣା ଲାଗୁକରିଛି। । ହୋଲ୍ଡିଂ ଟ୍ୟାକ୍ସ ନ ଦେବା ସହ ବିନା ଟ୍ରେଡ୍‌ ଲାଇସେନ୍ସ ଏବଂ ଏସ୍‌ଓପିକୁ ମାନି ନ ଥିବା ୧ମଣ୍ଡପ, ୫ଗେଷ୍ଟ ହାଉସକୁ ବୁଧବାର ସିଲ୍‌ କରିଛି ବିଏମ୍‌ସି। ଅଶୋକନଗରରେ ଥିବା କେୟାର ଗେଷ୍ଟ ହାଉସ୍‌ ଓ ଦିଲ୍ଲୀପ ଗେଷ୍ଟ ହାଉସ୍‌, ଗାଡ଼କଣ ଓ ଟଙ୍କପାଣି ରୋଡ଼ରେ ଥିବା ଓୟୋ ଗେଷ୍ଟ ହାଉସ୍‌, ଜୟଦେବ ବିହାରରେ ଥିବା ଏସ୍‌ଆରଏସ୍‌ ଗେଷ୍ଟ ହାଉସ୍‌ ଏବଂ ବିଜେବି ନଗରରେ ଥିବା ଲକ୍ଷ୍ମୀ ନୃସିଂହ ମଣ୍ଡପକୁ ସିଲ୍‌ କରାଯାଇଛି। କରୋନା ପାଇଁ ବିଏମ୍‌ସି ଦ୍ୱାରା ଜାରି କରାଯାଇଥିବା ଏସ୍‌ଓପିକୁ ଉକ୍ତ ମଣ୍ଡପ ଓ ଗେଷ୍ଟ ହାଉସ୍‌ଗୁଡ଼ିକ ମାନୁ ନ ଥିବା ଅଭିଯୋଗ ହୋଇଥିଲା। ଲକ୍ଷ୍ମୀ ନୃସିଂହ ମଣ୍ଡପରେ ବିଭିନ୍ନ ସମୟରେ ଭୋଜିଭାତ କରାଯାଉଥିବା ବେଳେ ଅଗ୍ନିଶମ ପ୍ରମାଣପତ୍ର,ପାର୍କିଂ ସୁବିଧା, ବଜର୍‌ୟବସ୍ତୁ ପରିଚାଳନା ଓ ବିଲ୍ଡିଂ ପ୍ଲାନ୍‌ ମଞ୍ଜୁରୀ ନ ଥିବା ଅଭିଯୋଗ ହୋଇଥିଲା
ଏତଦ୍‌ବ୍ୟତୀତ ଭୁବନେଶ୍ୱରରେ ଥିବା ହୋଟେଲ, ଘରୋଇ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ମଲ୍‌, ହାଟ, ମନ୍ଦିର, କଲ୍ୟାଣମଣ୍ଡପ, ପାର୍କ, ଫୁଡ୍‌ ଷ୍ଟଲ୍‌, ରେଷ୍ଟୁରାଣ୍ଟ, ଡ୍ୟାନ୍ସ ବାର୍‌ ଓ କର୍ପୋରେଟ୍‌ ସେକ୍ଟର ପାଇଁ ଏସ୍‌ଓପି ଜାରି କରାଯାଇଛି। ବାହାରୁ ଆସୁଥିବା ସମସ୍ତ ନାଗରିକଙ୍କ ତଥ୍ୟ ବିଏମ୍‌ସିକୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବହୁ ଘରୋଇ ଗେଷ୍ଟ ହାଉସ୍‌ ତଥ୍ୟ ଲୁଚାଉଥିବା ସାମ୍ନାକୁ ଆସିଛି। ବିଏମ୍‌ସି ଦ୍ୱିତୀୟ ଆଡିଶନାଲ କମିଶନର ଅବନୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଏମ୍‌ସି ଉଚ୍ଛେଦକାରୀ ଦଳ ସିଲ୍‌ ପ୍ରକ୍ରିୟା ଜାରି ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri