ୟେସ୍‌ ବ୍ୟାଙ୍କ ଉପରେ ଲାଗିଲା ଆର୍‌ବିଆଇ କଟକଣା

ନୂଆଦିଲ୍ଲୀ,୬-୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛି। ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡି ଥିବା ଯୋଗୁ କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ପନ୍ଥା ଗ୍ରହଣ କରିଛି। ବ୍ୟାଙ୍କ ବୋର୍ଡକୁ ଆର୍‌ବିଆଇ ବରଖାସ୍ତ କରିଛି। ଏହା ସହ ଏସ୍‌ବିଆଇର ପୂର୍ବତନ ସିଏଫ୍‌ଓ ପ୍ରଶାନ୍ତ କୁମାରଙ୍କୁ ୟେସ୍‌ ବ୍ୟାଙ୍କର ଆଡମିନିଷ୍ଟ୍ରେଟର ନିଯୁକ୍ତ କରାଯାଇଛି। ବ୍ୟାଙ୍କରୁ ଉଠାଣ ଉପରେ ଏପ୍ରିଲ ୩ ଯାଏ କଟକଣା ଲାଗିଛି। ମୋରାଟୋରିୟମ ସମୟ ମଧ୍ୟରେ ଗ୍ରାହକଙ୍କ ପାଇଁ ଉଠାଣ ସୀମା ୫୦ ହଜାର ଟଙ୍କା କରାଯାଇଛି। ମେଡିକାଲ ଏମର୍ଜେନ୍ସି ଏବଂ ବିବାହ କ୍ଷେତ୍ରରେ ଏହାକୁ କୋହଳ କରାଯାଇଛି। ଏକ୍ଷେତ୍ରରେ ଲୋକମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିପାରିବେ। ଜମାକାରୀଙ୍କ ସ୍ବାର୍ଥ ଉପରେ କୌଣସି ପ୍ରତିକୂଳ ପ୍ରଭାବ ନାହିଁ। ଏଣୁ ଏ ନେଇ କୌଣସି ପ୍ରକାରର ଭୟଭୀତ ନ ହେବାକୁ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କୁ କହିଛି।
୬ ମାସ ପୂର୍ବରୁ ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ୍‌ ବ୍ୟାଙ୍କ (ପିଏମ୍‌ସି)ରେ ବଡ ଧରଣର ଠକେଇ ସାମ୍ନାକୁ ଆସିବା ପରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସେଠାରେ ଉଠାଣ ସୀମା ଉପରେ କଟକଣା ଜାରି ହୋଇଥିଲା। ୟେସ୍‌ ବ୍ୟାଙ୍କ ପ୍ରଦାନ କରିଥିବା ଋଣ ଏନ୍‌ପିଏ ହେବା ଯୋଗୁ ଏହା ଗତ କିଛି ବର୍ଷ ହେବ ବିଭିନ୍ନ ସମସ୍ୟା ସାମ୍ନା କରୁଛି। ଏହି ବ୍ୟାଙ୍କକୁ ସମସ୍ୟାରୁ ବାହାର କରିବା ଲାଗି ଏସ୍‌ବିଆଇ ସମେତ ଅନ୍ୟ କିଛି ସଂସ୍ଥାକୁ ସରକାର ଅନୁମତି ଦେଇଥିଲେ। ଅପରପକ୍ଷରେ ୟେସ ବ୍ୟାଙ୍କକୁ ଏସ୍‌ବିଆଇ ନେତୃତ୍ୱାଧିନ କନର୍ସୋଟିୟମ ଅଧିଗ୍ରହଣ କରିବା ନେଇ ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏ ନେଇ ଶୀଘ୍ର ଘୋଷଣା ହେବ ବୋଲି ଶୁଣାଯାଉଛି।
ମୁମ୍ବାଇରେ ମୁଖ୍ୟ କାର୍ଯ୍ୟାଳୟ ଥିବା ୟେସ୍‌ ବ୍ୟାଙ୍କ ୨୦୧୮ ଅଗଷ୍ଟ ପରଠାରୁ ସମସ୍ୟାରେ ବୁଡି ରହିଛି। ବ୍ୟାଙ୍କର ପରିଚାଳନା ଏବଂ ଋଣ ସମସ୍ୟା ଯୋଗୁ ରିଜର୍ଭ ବ୍ୟାଙ୍କ ସେହି ସମୟରେ ତତ୍କାଳୀନ ମୁଖ୍ୟ ଥିବା ରାଣା କପୁରଙ୍କୁ ୨୦୧୯ରେ ପଦ ଛାଡିବାକୁ କହିଥିଲା। ତାଙ୍କ ପରେ ବ୍ୟାଙ୍କର ନେତୃତ୍ୱ ନେଇଥିବା ରବନୀତ ଗିଲ୍‌ ଏନ୍‌ପିଏ ସମସ୍ୟା ଏବଂ ବ୍ୟାଙ୍କର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ୨୦୧୯ ମାର୍ଚ୍ଚ ତ୍ରୈମାସରେ ବ୍ୟାଙ୍କକୁ ପ୍ରଥମ ଥର ଲାଗି ବୃହତ୍ତ ପରିମାଣର କ୍ଷତି ସହିବାକୁ ପଡିଥିଲା। ପ୍ରାଥମିକ ପର୍ଯ୍ୟାୟରେ ବ୍ୟାଙ୍କ ୨ ବିଲିୟନ ଡଲାରର ପୁଞ୍ଜି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲା। ଏହି ପ୍ରସ୍ତାବ ଉପରେ ମଧ୍ୟ ବିଭିନ୍ନ ବିଚାର ବିମର୍ଶ ହୋଇଥିଲା। ମାତ୍ର କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା। ୟେସ ବ୍ୟାଙ୍କ ଦେଶର ଘରୋଇ ବ୍ୟାଙ୍କଗୁଡିକ ମଧ୍ୟରେ ୪ର୍ଥ ବଡ ବ୍ୟାଙ୍କ। ୨୮ ରାଜ୍ୟ ଏବଂ ୯ କେନ୍ଦ୍ର ଶାସିତ ଅଞ୍ଚଳରେ ଏହାର ଶାଖା ରହିଛି। ସାରା ଦେଶରେ ୧୦୦୦ରୁ ଅଧିକ ଶାଖା ଏବଂ ୧୮୦୦ ଏଟିଏମ୍‌ ଦ୍ୱାରା ସେବା ଯୋଗାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?