ୟୁନାଇଟେଡ୍‌ ବ୍ୟାଙ୍କରୁ ଚୋରି ଉଦ୍ୟମ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ଶିଳ୍ପାଞ୍ଚଳରେ ଥିବା ୟୁନାଇଟେଡ ବ୍ୟାଙ୍କରୁ ରବିବାର ରାତିରେ ଏକ ବଡ ଧରଣର ଚୋରି ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ମୁହଁରେ କଳା କପଡ଼ା ବାନ୍ଧି ବ୍ୟାଙ୍କର ଝରକା ତାଡ଼ିି ବ୍ରାଞ୍ଚ ମ୍ୟାନେଜରଙ୍କ ରୁମ୍‌ରେ ପଶିଥିଲେ। ସେଠାରେ କେତେକ ଫାଇଲପତ୍ର ଫିଙ୍ଗାଫିଙ୍ଗି କରି ଫେରାର ହୋଇଯାଇଥିଲେ। ତେବେ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ନା ଲୁଟ୍‌ ଉଦ୍ୟମରେ ବିଫଳ ହେବାରୁ ସେହି ସବୁ ଫାଇଲପତ୍ର ଫିଙ୍ଗାଫିଙ୍ଗି କରିଛନ୍ତି ତାହା ଜଣାପଡ଼ିନାହିଁ। ଏ ନେଇ ବ୍ୟାଙ୍କ ଶାଖା ପରିଚାଳକ ମଧୁସ୍ମିତା ରଣାଙ୍କ ଅଭିଯୋଗ କ୍ରମେ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିଗତ ଦିନରେ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଅନେକ ବ୍ୟାଙ୍କରୁ ଲୁଟ ହୋଇଥିବା ବେଳେ ଖୋଦ୍‌ ରାଜଧାନୀରେ ଏକ ବ୍ୟାଙ୍କରୁ ଲୁଟ ଉଦ୍ୟମ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି।
ସୂଚନା ମୁତାବକ, ଉକ୍ତ ୟୁନାଇଟେଡ ବ୍ୟାଙ୍କରେ ସୋମବାର ପୂର୍ବାହ୍ନରେ କର୍ମଚାରୀ ପହଞ୍ଚତ୍ ମ୍ୟାନେଜରଙ୍କ ରୁମ୍‌ର ଝରକା ତଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। ସେମାନେ ଏ ନେଇ ଶାଖା ପରିଚାଳକଙ୍କୁ ଜଣାଇଥିଲେ। ଶାଖା ପରିଚାଳକ ପହଞ୍ଚତ୍ ଅନୁଧ୍ୟାନ କରିବା ପରେ ଥାନାରେ ଏତଲା ଦେଇଥିଲେ। ପୋଲିସ ପହଞ୍ଚତ୍ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ବିଳମ୍ବିତ ରାତିରେ ୨ଜଣ ଯୁବକ ମୁହଁରେ କପଡ଼ା ବାନ୍ଧି ବ୍ୟାଙ୍କ ଭିତରକୁ ପଶିବାର ଦୃଶ୍ୟ ଏଥିରେ କଏଦ ହୋଇଥିଲା। ମ୍ୟାନେଜରଙ୍କ ରୁମ୍‌ ଝରକା ତାଡ଼ିି ଭିତରକୁ ପଶିବା ସହ ଲକର ଓ ଗୁରୁତ୍ୱପୂର୍ଣ୍ଣ ଚାବି ସମେତ ବିଭିନ୍ନ କାଗଜପତ୍ର ଖୋଜାଖୋଜି କରିଥିଲେ। କିଛି ସମୟ ପରେ ସେମାନେ ଚାଲିଯାଲିଥିଲେ। ଏ ନେଇ ଥାନା ଅଧିକାରୀ ଯତୀନ୍ଦ୍ର ନାଥ ସେଠୀ କହିଛନ୍ତି, ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛୁ। ଅନ୍ଧାର ଯୋଗୁ ଦୁର୍ବୃତ୍ତଙ୍କ ମୁହଁ ଚିହ୍ନିବାରେ ସମସ୍ୟା ରହିଛି। ବ୍ୟାଙ୍କ ପରିଚାଳକଙ୍କୁ ସମସ୍ତ କାଗଜପତ୍ର ଠିକ ରହିଛି ନା କିଛି ଚୋରି ହୋଇଛି ଯାଞ୍ଚ କରିବା ପାଇଁ କୁହାଯାଇଥିଲା। ଯାଞ୍ଚ ପରେ କୌଣସି କାଗଜପତ୍ର ଚୋରି ହୋଇ ନ ଥିବା ପରିଚାଳକ ସ୍ପଷ୍ଟ କରିଛନ୍ତି। ଏହାସତ୍ତ୍ୱେ ସେହି ଦୁର୍ବୃତ୍ତମାନଙ୍କୁ ଧରିବା ନିମନ୍ତେ ପୋଲିସ ଉଦ୍ୟମ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

କୋରାପୁଟ ଷ୍ଟେଶନରେ ପହଞ୍ଚିଲା ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌: ଭବ୍ୟ ସ୍ବାଗତ କଲେ ବିଧାୟକ, ଜନସାଧାରଣ

କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଏହି ୫ଟି ରାଶିକୁ ଲାଗିପାରେ ବଡ଼ ଆର୍ଥିକ ଝଟ୍‌କା, ରହିବାକୁ ହେବ ସାବଧାନ!

ଜ୍ୟୋତିଷୀୟ ସଂଯୋଗ ଏବଂ ଗ୍ରହମାନଙ୍କ ଚଳନ ଯୋଗୁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ଗ୍ରହ ସ୍ଥିତି ଯୋଗୁ…

ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା…

ବର୍ଷାରେ ଧୋଇଗଲା ନିର୍ମାଣାଧିନ ରିଂ ରୋଡ: ସ୍ଥାୟିତ୍ୱ ନେଇ ଉଠିଲାଣି ପ୍ରଶ୍ନ

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶରେ ରିଂ ରୋଡ ନିର୍ମାଣ ଚାଲିଛି । ବରଗଡ଼ ସାଇ ମନ୍ଦିରରୁ ରୁହୁଣିଆଁ ପର୍ଯ୍ୟନ୍ତ ହେବାକୁ ଥିବା…

ପାକିସ୍ତାନ ଇଙ୍ଗିତରେ ନାଚୁଛି ବାଂଲାଦେଶ: ଭାରତୀୟ ରାଷ୍ଟ୍ରଦୂତଙ୍କ ଆଗରେ କଲା ଏମିତି କାମ

ଶ୍ରୀନଗର,୭।୭:ଜମ୍ମୁ ଓ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ସତ୍ତ୍ୱେ ଅନେକ କ୍ଷେତ୍ରରେ କଶ୍ମୀରକୁ ଭାରତଠାରୁ ପୃଥକ ଭାବରେ ଦର୍ଶାଯାଇଛି। ବାଂଲାଦେଶରେ ଏପରି ଏକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri