ୟୁଟ୍ୟୁବ୍‌ରେ ପିଲାଙ୍କ ତଥ୍ୟ ରଖିବା ଅଭିଯୋଗ; ଗୁଗଲକୁ ୧୭୦ ମିଲିୟନ ଡଲାର ଜରିମାନା

ନୂଆଦିଲ୍ଲୀ,୫ା୯: ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଗୁଗଲକୁ ୧୭୦ ମିଲିୟନ ଡଲାର ଜରିମାନା ଦେବା ଲାଗି ଆମେରିକା ଫେଡେରାଲ ଟ୍ରେଡ୍‌ କମିଶନ(ଏଫ୍‌ଟିସି) ନିର୍ଦ୍ଦେଶ ଦେଇଛନ୍ତି। ଗୁଗଲର ସହଯୋଗୀ ଭିଡ଼ିଓ ସେୟାରିଂ କମ୍ପାନୀ ୟୁଟ୍ୟୁବ୍‌ ବେଆଇନ ଭାବେ ପିଲାମାନଙ୍କ ଡାଟାକୁ ଏକତ୍ରିତ କରୁଥିବାର ଅଭିଯୋଗ ହୋଇଥିଲା। ଏହି ଡାଟାକୁ ୟୁଟ୍ୟୁବ୍‌ ପରେ ଅନ୍ୟ ତୃତୀୟ ପକ୍ଷ କମ୍ପାନୀଗୁଡ଼ିକୁ ବିକ୍ରି କରାଯାଉଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି। ପିଲାମାନଙ୍କ ଡାଟା ସଂଗ୍ରହ ବେଳେ ୟୁଟ୍ୟୁବ୍‌ ମାତାପିତାଙ୍କ ସହମତି ନେଇ ନଥିଲା। ଗୁଗଲ ଏଫ୍‌ଟିସି ଏବଂ ନ୍ୟୁୟର୍କ ଷ୍ଟେଟ୍‌ ଆଟର୍ନିଙ୍କ ନିକଟରେ ନିଜର ଭୁଲ୍‌ ସ୍ବୀକାର କରି ଜରିମାନା ଦେବାକୁ ରାଜି ହୋଇଛି। ଏଫ୍‌ଟିସି ଅଧ୍ୟକ୍ଷ ଜୋ ସିମନ୍ସ କହିଛନ୍ତି ଯେ, ୟୁଟ୍ୟୁବ୍‌କୁ ପିଲାମାନେ ଅଧିକ ପସନ୍ଦ କରନ୍ତି। ଏଭଳି ସ୍ଥିତିରେ ପିଲାମାନଙ୍କ ତଥ୍ୟ ଅନ୍ୟ କୌଣସି ତୃତୀୟ ପକ୍ଷକୁ ଦେବା ଆମେରିକା ଆଇନର ବିରୁଦ୍ଧାଚରଣ କରୁଛି। ପିଲାମାନଙ୍କ ଗୋପନୀୟତା ଭଙ୍ଗ ମାମଲାରେ ଆମେରିକା ଉପଭୋକ୍ତା ସୁରକ୍ଷା ନିୟାମକ ଫେଡେରାଲ ଟ୍ରେଡ କମିଶନ ଦ୍ୱାରା ଅଦ୍ୟାବଧି ସର୍ବବୃହତ ଜରିମାନା ଆଦାୟ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri