ୟୁକ୍ରେନରେ ଡାକ୍ତରୀ ଶିକ୍ଷାର ସୁଯୋଗ

ଭୁବନେଶ୍ୱର,୧୦-୬(ବ୍ୟୁରୋ): ଗ୍ଲୋବାଲ ଫୋକସ୍‌ ଏଜୁକେଶନ ଗ୍ରୁପ ପକ୍ଷରୁ ୟୁକ୍ରେନରେ ଏମ୍‌ବିବିଏସ୍‌ ଶିକ୍ଷା ଶୀର୍ଷକ ଏକ ସେମିନାର ସ୍ଥାନୀୟ ଏକ ହୋଟେଲରେ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ମେଡିକାଲ କଲେଜଗୁଡିକରେ ସିଟ୍‌ କମ୍‌ ରହିବା ଏବଂ ବ୍ୟୟବହୁଳ ମେଡିକାଲ ଶିକ୍ଷା ଯୋଗୁ ଏହା ଅଭିଭାବକଙ୍କ ଚିନ୍ତାର କାରଣ ହୋଇଥାଏ। ଏପରି ସ୍ଥିତିରେ ୟୁକ୍ରେନରେ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟି ସମେତ ଅନ୍ୟାନ୍ୟ ଜାତୀୟ ସ୍ତରର ମେଡିକାଲ ପ୍ରତିଷ୍ଠାନଗୁଡିକରେ ଡାକ୍ତରୀ ପଢିବାର ସୁଯୋଗ ଗ୍ଲୋବାଲ ଫୋକସ୍‌ ପକ୍ଷରୁ ପ୍ରଦାନ କରାଯାଉଛି। ସେମିନାରରେ ବର୍ତ୍ତମାନ ୟୁକ୍ରେନରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କୁ ନିମନ୍ତ୍ରିତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି। ୟୁକ୍ରେନରେ ଶିକ୍ଷା ଗ୍ରହଣ, ରହିବା, ଖାଦ୍ୟପେୟ ଏବଂ ସଂସ୍କୃତି ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ଅବଗତ କରାଇବା ଲାଗି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେମିନାର ଆୟୋଜନ କରାଯାଉଛି।
ଏଥିରେ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଗ୍ଲୋବାଲ ଫୋକସ୍‌ର କାଉନସେଲରମାନେ ରଖିଛନ୍ତି। ୟୁକ୍ରେନର ଏହି ପ୍ରତିଷ୍ଠାନଗୁଡିକ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ଦ୍ୱାରା ସ୍ବୀକୃତିପ୍ରାପ୍ତ। ଛାତ୍ରୀଛାତ୍ର ନିଟ୍‌ରେ ସଫଳ ହୋଇଥିଲେ ନାମ ଲେଖାର ସୁଯୋଗ ପାଇପାରିବେ। ବର୍ତ୍ତମାନ ସାରା ଦେଶରେ ୬ ହଜାରରୁ ଊର୍ଦ୍ଧ୍ୱ ଏବଂ ଓଡ଼ିଶାରୁ ୧୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଉକ୍ତ ସ୍ଥାନଗୁଡିକରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଏଥିରେ ଗ୍ଲୋବାଲ ଫୋକସ୍‌ର ଏମ୍‌ଡି ଅବଦୁଲ ଜାହିର କହିଛନ୍ତି ଯେ, ରାଜ୍ୟରେ ମାତ୍ର ୧୧୦୦ ମେଡିକାଲ ସିଟ୍‌ ରହିଥିବା ବେଳେ ୫୦,୦୦୦ ଛାତ୍ରୀଛାତ୍ର ମେଡିକାଲ ପଢିବା ଲାଗି ପ୍ରବେଶିକା ପରୀକ୍ଷା ଦେଉଛନ୍ତି। ଘରୋଇ ମେଡିକାଲ କଲେଜଗୁଡିକ ତୁଳନାରେ ୟୁକ୍ରେନରେ ଡାକ୍ତରୀ ପଢିବାର ଏକ ବିକଳ୍ପ ରହିଛି। ଚଳିତ ବର୍ଷ ଲାଗି ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଲାଗି ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଭାରତୀୟ ମୁଦ୍ରାକୁ ବଡ଼ ଝଟ୍‌କା! ଡଲାର ତୁଳନାରେ ୫୬ ପଇସା ହ୍ରାସ ପାଇଲା ଟଙ୍କା

ନୂଆଦିଲ୍ଲୀ,୯।୬:  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଘଟିବା ପରେ ଆମେରିକୀୟ ଡଲାର ଆହୁରି ପ୍ରଭାବଶାଳୀ ହୋଇଥିବାରୁ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri