ହୋମ୍‌ କ୍ୱାରାଣ୍ଟାଇନ୍‌ ସହ ମହାପ୍ରଭୁଙ୍କ ଅଣସରକୁ ତୁଳନା କଲେ ବାଗ୍‌ଚୀ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): ଯେଉଁମାନେ ବିଦେଶରୁ ଆସିଛନ୍ତି ସେମାନେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଏବେ ଅନେକ ବିଦେଶ ଫେରନ୍ତାଙ୍କ ଚିନ୍ତା ବଢ଼ଛି। ଭାରତରେ ବିଭିନ୍ନ ସହରରେ ଦେଖାଯାଇଛି ଯେ, କ୍ୱାରାଣ୍ଟାଇନରେ ଥିବା ସନ୍ଦିଗ୍ଧ ଫେରାର୍‌ ହୋଇଯାଉଛନ୍ତି। ତେଣୁ କ୍ୱାରାଣ୍ଟାଇନରେ କିପରି ଭଲରେ ରହିବେ ଓ ଏହା କାହିଁକି ଜରୁରୀ ସେ ଦିଗରେ ବୁଧବାର କରୋନା ଭୂତାଣୁ ସଂକ୍ରମଣ ସଚେତନ କିମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ତେବେ ହୋମ୍‌ କ୍ୱାରାଣ୍ଟାଇନକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ସହ ତୁଳନା କରି ବାଗ୍‌ଚୀ ନିଆରା ଢଙ୍ଗରେ ଉପସ୍ଥାପନ କରିଛନ୍ତି। ହୋମ୍‌ କ୍ୱାରାଣ୍ଟାଇନ୍‌ କିଛି ନୂଆ କଥା ନୁହେଁ। ଏହି ସଙ୍ଗରୋଧ ପଦ୍ଧତିକୁ ନେଇ କିଛି ଡରିବାର ନାହିଁ। ପ୍ରତି ବର୍ଷ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନିଜେ କାଳିଆ ଠାକୁର ରୁହନ୍ତି। କରୋନା ସଚେତନତା ପାଇଁ ଶ୍ରୀଜୀଉଙ୍କ ସ୍ନାନଯାତ୍ରାର ମାହାତ୍ମ୍ୟକୁ ବଖାଣିଥିଲେ ବାଗ୍‌ଚୀ। ସ୍ନାନ ପୂର୍ଣ୍ଣିମା ପରେ ପ୍ରଭୁ ଜଗନ୍ନାଥ ୧୪ ଦିନ ପର୍ଯ୍ୟନ୍ତ ଯେପରି ଅଣସରରେ ରହନ୍ତି, ଠିକ୍‌ ସେମିତି ବିଦେଶ ଫେରନ୍ତା ଲୋକ ସଙ୍ଗରୋଧ ବା ଅଣସରରେ ରହିବା ଦରକାର। ହାଡଫୁଟି ଭଲ ପାଇଁ ମଧ୍ୟ ୧୪ଦିନ ଲାଗିଥାଏ। ସେମିତି କରୋନା ପାଇଁ ବି ଆମେ ନିଜକୁ ୧୪ ଦିନ ଅଣସରରେ ରଖିବାକୁ ବାଗଚୀ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାଲାପତି ବିଜୟ ହେବେ ମୁଖ୍ୟମନ୍ତ୍ରୀ…ଛାଡପତ୍ର ବିବାଦ ଭିତରେ ଆସିଲା ବଡ଼ ଖବର!

ମୁମ୍ୱାଇ: ତାମିଲ ସିନେମାର ସୁପରଷ୍ଟାର ଥାଲାପତି ବିଜୟ ବର୍ତ୍ତମାନ ବିବାଦରେ ଘେରି ରହିଛନ୍ତି। ତାଙ୍କର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ସବୁବେଳେ ଖବରର ଶିରୋନାମା ପାଲଟିଛି। ପ୍ରଥମେ,…

ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ନିଆଁବାଣ ପ୍ରଭାତ ବିଶ୍ୱାଳ, ଏକପାଖିଆ ନିଷ୍ପତ୍ତି କହି…

ଭୁବନେଶ୍ୱର,୨୮ା୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ସେ କହିଛନ୍ତି, ଯିଏ ଦଳ ପାଇଁ…

କିଶୋରୀ ମେଳାରେ ପୋଷଣ ଅଭିବୃଦ୍ଧିକୁ ଗୁରୁତ୍ୱ

ଦାରିଙ୍ଗବାଡ଼ି,୨୮ା୨(ଅରୁଣ ସାହୁ): ଦିନକୁ ଦିନ ଖାଦ୍ୟ ଗ୍ରହଣରେ ପରିବର୍ତ୍ତନ ଯୋଗୁ ଶିଶୁଙ୍କ ସମେତ କିଶୋରୀମାନେ ଅନେକ ସମୟରେ ଅପପୁଷ୍ଟିର ଶିକାର ହୋଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି।…

ଏହି ଅଭିନେତ୍ରୀଙ୍କ ଯୋଗୁ ଭାଙ୍ଗିଗଲା ଥଲାପତି ବିଜୟଙ୍କ ଘର: ବଢୁଛି ଚର୍ଚ୍ଚା

ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାର ପରିସରକୁ ଆସିଛି। ତାଙ୍କ ସ୍ତ୍ରୀ ସଙ୍ଗୀତା ସୋର୍ନାଲିଙ୍ଗମ ଅଭିନେତାଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଚେଙ୍ଗାଲପଟୁ…

ଗର୍ଭବତୀଙ୍କୁ ମିଳିବ ୫୦୦୦ ଟଙ୍କା: ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୮।୨: ପ୍ରତ୍ୟେକ ମାତାପିତା ନିଜ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚିନ୍ତିତ। ମାତାପିତାମାନେ ସେମାନଙ୍କ ପିଲାମାନଙ୍କ ଶିକ୍ଷାଠାରୁ ଆରମ୍ଭ କରି ସେମାନଙ୍କ ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ସବୁକିଛି ବିଷୟରେ…

ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା: ନବୀନଙ୍କୁ କୃତଜ୍ଞତା ଜଣାଇ ସବୁ ଦଳ ଠାରୁ ସମର୍ଥନ ଆଶା…

ଭୁବନେଶ୍ୱର, ୨୮।୨: ରାଜ୍ୟ ସଭା ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟପାୟକ ଡା. ଦତ୍ତେଶ୍ବର ହୋତାଙ୍କ ନାମ ଘୋଷଣା କରିଛନ୍ତି। ଏ ନେଇ ନବୀନଙ୍କୁ କୃତଜ୍ଞତା…

ଆମେରିକା କଲା ଏମିତି କାମ, ଆହୁରି ଭୟାବହ ହେବ ଇସ୍ରାଏଲ-ଆମେରିକା ଯୁଦ୍ଧ!

ଓ୍ବାଶିଂଟନ,୨୮।୨: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଇରାନରେ ଏକକାଳୀନ ୩୦ଟି ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଛି।…

Iran Israel War: ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କୁ ଆଲର୍ଟ, ଦୂତାବାସ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ,୨୮।୨: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି। ଇରାନର ରାଜଧାନୀ ତେହେରାନ ସମେତ ଅନେକ ସ୍ଥାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri