ହୋଟେଲ ଖୋଲିବାକୁ ଅନୁମତି ମାଗିଲା ଏଚ୍‌ଆର୍‌ଏଓ

ଭୁବନେଶ୍ୱର,୨୬ା୫ (ବ୍ୟୁରୋ): ଗତ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ଦ ହୋଇ ପଡ଼ିଥିବା ହୋଟେଲ ଶିଳ୍ପକୁ ପୁନର୍ବାର ଖୋଲିବା ପାଇଁ ଦାବି ହୋଇଛି। ସୋମବାରଠାରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିବାବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ, ରିସର୍ଟ ଆଦି ଖୋଲିବାକୁ ଅନୁମତି ମାଗିଛି ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟର ଆସୋସିଏଶନ ଅଫ୍‌ ଓଡ଼ିଶା (ଏଚ୍‌ଆର୍‌ଏଓ)। ବିଶେଷକରି ଭୁବନେଶ୍ୱର ପାଇଁ ଦାବି କରିଛି ଆସୋସିଏଶନ। ଏନେଇ ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଓ ପର୍ଯ୍ୟଟନ ସଚିବ ବିଶାଲ ଦେବଙ୍କୁ ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ.କେ. ମହାନ୍ତି ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି।
ସୂଚନା ଅନୁଯାୟୀ, ଦୁଇ ମାସ ପରେ ସୋମବାର ଭୁବନେଶ୍ୱର ବିମାନ ବନ୍ଦରରେ ଏକାଧିକ ଯାତ୍ରୀବାହୀ ଘରୋଇ ବିମାନ ଅବତରଣ କରିଛି। ଅଧିକାଂଶ ଯାତ୍ରୀ ହୋଟେଲ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ଭୁବନେଶ୍ୱରର ପ୍ରମୁଖ ହୋଟେଲଗୁଡ଼ିକୁ ଯୋଗାଯୋଗ କରିଥିଲେ। ସେହିପରି ଅନ୍ୟ କେତେଜଣ ଯାତ୍ରୀ ରୁବ୍‌ ବୁକ୍‌ କରିବାକୁ ଚାହିଁଥିଲେ। ହେଲେ ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ହୋଟେଲଗୁଡ଼ିକ ସମସ୍ତ ଯାତ୍ରୀଙ୍କୁ ରହଣି ପାଇଁ ମନା କରିଥିବା ଏଚ୍‌ଆର୍‌ଏଓ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଏକାଧିକ ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବ। ସେମାନଙ୍କ ପାଇଁ ସହରର ହୋଟେଲଗୁଡ଼ିକୁ କ୍ୱାରାଣ୍ଟାଇନ୍‌ ସେଣ୍ଟରଭାବେ ବ୍ୟବହାର କରାଯାଇପାରିବ। ସେହିଭଳି କେନ୍ଦ୍ର ବେସମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିୟମାବଳୀ ଅନୁଯାୟୀ ଅନ୍ତର୍ଜାତୀୟ ବିମାନ ତଥା ଦେଶ ବାହାରୁ ଆସିବାକୁ ଥିବା ଯାତ୍ରୀମାନେ ହୋଟେଲରେ ବାଧ୍ୟତାମୂଳକ ଦେୟଯୁକ୍ତ ବା ପେଡ୍‌ କ୍ୱାରାଣ୍ଟାଇନରେ ରହିବେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ହୋଟେଲରେ ରହଣି ପାଇଁ ଅନୁମତି ଦେବାକୁ ଆସୋସିଏଶନ ଦାବି କରିଛି। ଜୁନ୍‌ ମାସ ପର୍ଯ୍ୟନ୍ତ ହୋଟେଲଗୁଡ଼ିକର ସମସ୍ତ ବୁକିଂ ବାତିଲ ହୋଇଥିବାରୁ ଏହାର ସିଧାସଳଖ ପ୍ରଭାବ କର୍ମଚାରୀଙ୍କ ଉପରେ ପଡ଼ିଛି। ହୋଟେଲ ମେଣ୍ଟେନାନ୍ସ, ବିଦ୍ୟୁତ ଦେୟ, ବ୍ୟାଙ୍କ ଋଣ, ଇଏମ୍‌ଆଇ ଆଦି ଦେବାସହ କର୍ମଚାରୀଙ୍କ ମାସିକ ବେତନ ଦେବା ହୋଟେଲ ମାଲିକଙ୍କ ପାଇଁ ସମ୍ଭବ ହେଉନି। ଏଭଳିସ୍ଥଳେ କ୍ୱାରାଣ୍ଟାଇନ୍‌ ସେଣ୍ଟର ମାଧ୍ୟମରେ ଆଶିଂକଭାବେ ହୋଟେଲ ଶିଳ୍ପକୁ କାର୍ଯ୍ୟକ୍ଷମ କରିବା ଦ୍ୱାରା ବହୁ କର୍ମନିଯୁକ୍ତି ସୁରକ୍ଷିତ କରାଯାଇପାରିବ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ ଘରୁ ବାହାରିବା ମନା

ଭୁବନେଶ୍ୱର,୪ା୫ (ବ୍ୟୁରୋ):ରାଜଧାନୀକୁ ରେଡ୍‌ଜୋନରେ ଘୋଷିତ କରାଯିବା ପରେ ପ୍ରଶାସନ ପକ୍ଷରୁ କିଛିଟା କଟକଣା କରାଯାଉଛି। ଦିନରେ ପରିବା ବେପାରୀଙ୍କଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା...

୧୭ ଜିଲାରେ ଆରମ୍ଭ ହେବ ଡିଏଲ୍‌ ଟେଷ୍ଟ୍‌

ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନା ସଂକ୍ରମଣ ହାର କମିଥିବାରୁ ରାଜ୍ୟ ସରକାର ୧୭ ଜିଲାରେ ଲକ୍‌ଡାଉନ୍‌ କଟକଣା କୋହଳ କରିଛନ୍ତି। ତେଣୁ ଏହିସବୁ ଜିଲାରେ ଥିବା ଆର୍‌ଟିଓ ପକ୍ଷରୁ...

ପଞ୍ଚାୟତ ନିର୍ବାଚନ ହିଂସାରେ ଶେଷ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ହିଂସାରୁ ଆରମ୍ଭ ହେଲା। ହିଂସାରେ ସରିଲା। ପ୍ରଥମରୁ ଶେଷ ପର୍ଯ୍ୟାୟ ଯାଏ ବୁଥ୍‌ ଜବରଦଖଲ, ଗୋଷ୍ଠୀ ସଂଘର୍ଷ, ବୋମାମାଡ଼, ହତ୍ୟାକାଣ୍ଡ, ଖବରଦାତା, ପୋଲିସ, ବିଡିଓଙ୍କୁ...

ଚଳିତ ଦଶନ୍ଧିରେ ବନ ପ୍ରକଳ୍ପରୁ ମିଳିବନି ଫାସି କାଠ

ପୁରୀ ଅଫିସ,୨୦।୬: ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ ଲାଗି ପ୍ରତିବର୍ଷ ପ୍ରାୟ ୯ଶହ ଗଛର କାଠ ଦରକାର ହେଉଛି। ଭଲ କାଠ ପାଇଁ...

ଖୁସି ଖବର: ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ହେବା ସଂଖ୍ୟା ଅଧିକ ହେଲା

ନୂଆଦିଲ୍ଲୀ, ୧୦।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ବୁଧବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୧୪୬ରେ ପହଞ୍ଚିଥିବାବେଳେ...

ଶ୍ରମିକ ନେତାଙ୍କୁ ଘରେ ପଶି ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୮।୭(ବ୍ୟୁରୋ): ଜଣେ ଶ୍ରମିକ ନେତାଙ୍କ ଘରେ ପଶି ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ସୋମବାର ଅଭିଯୋଗ ହୋଇଛି। ପାରାଦୀପ ଡକ୍‌ ଆଣ୍ଡ କନଷ୍ଟ୍ରକ୍‌ସନ୍‌ ୟୁନିୟନର ସମ୍ପାଦକ...

ବିଜେଡି ଗଣମାଧ୍ୟମ ଟିମ୍‌ ଗଠିତ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ବିଜୁ ଜନତା ଦଳର ଗଣମାଧ୍ୟମ ଟିମ୍‌ର ପୁନର୍ଗଠନ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଟିମ୍‌ରେ ୬...

ସୁରକ୍ଷା ପାଇଁ ଡିଜିପିଙ୍କ ଦ୍ୱାରସ୍ଥ ହେଲେ ପରବିନ୍ଦର

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ପଞ୍ଜାବୀ ଯୁବକ ପରବିନ୍ଦର ପାଲ୍‌ ସିଂଙ୍କୁ ପୋଲିସ ସମ୍ମୁଖରେ ସଂଘବଦ୍ଧ ଆକ୍ରମଣ ଓ ତାଙ୍କ ପଗଡ଼ିକୁ ଗୋଇଠାମାଡ଼ ଘଟଣାରେ ପୋଲିସର ପଦକ୍ଷେପକୁ ନେଇ ନାନା...

Advertisement
Archives

Model This Week