Advertisement

ହିନ୍ଦୋଳରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

ହିନ୍ଦୋଳ, ୨୩।୮(ଡି.ଏନ.ଏ): ଢ଼େଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରlସୋଳ ଥାନା କାରନ୍ଦା କେଳା ଟାଙ୍ଗର ସାହିରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଜଣଙ୍କ ହେଲେ ୫୫ ବର୍ଷୀୟ ମଙ୍ଗରାଜ ସାହୁ। ସୂଚନାଯୋଗ୍ୟ, ମଙ୍ଗରାଜଙ୍କ ୨ଜଣ ସ୍ତ୍ରୀ ରହିଥିବା ବେଳେ ପ୍ରଥମ ସ୍ତ୍ରୀ ୧୦ବର୍ଷ ହେଲା ତାଙ୍କଠାରୁ ଅଲଗା ରହି ଆସୁଛନ୍ତି। ଦ୍ୱିତୀୟ ସ୍ତ୍ରୀଙ୍କ ପାଖରେ ମଙ୍ଗରାଜ ରୁହନ୍ତି। ତେବେ ଗୁରୁବାର ଅପରାହ୍ନରେ ମଙ୍ଗରାଜ ଘରେ ଶୋଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଉଠି ନ ଥିଲେ। ଏହାପରେ ଗଁ।ଲୋକେ ତୁରନ୍ତ ତାଙ୍କୁ ହିନ୍ଦୋଳ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ବାପା ମଙ୍ଗରାଜଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପ୍ରଥମ ସ୍ତ୍ରୀଙ୍କ ପୁଅ ହେମନ୍ତ ସାହୁ ଶୁକ୍ରବାର ରାସୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ଋଣ ଭାର ଯୋଗୁଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯାଉଥିବା ବେଳେ ଛାତ୍ରୀଛାତ୍ରଙ୍କୁ ଧକ୍କାଦେଲା ବସ୍‌

ବାସୁଦେବପୁର,୧୭ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତା କଣ୍ଟିଆନାଳୀ ଘୋଷରାଠାରେ ବୁଧବାର ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ୨ ସ୍କୁଲ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି। ସେମାନେ...

୮,୧୬୦ ହେକ୍ଟରରେ ଫସଲ ହାନି

ଢେଙ୍କାନାଳ ଅଫିସ, ୩୦।୧୨: ଢେଙ୍କାନାଳ ଜିଲାରେ ଚଳିତବର୍ଷ ପ୍ରାକୃତିକ ବିପତ୍ତିରେ ୮,୧୬୦ ହେକ୍ଟର ଜମିରେ ଫସଲହାନି ହୋଇଛି। ତନ୍ମଧ୍ୟରୁ ବର୍ଷାଭାବ ବା ମରୁଡ଼ିରେ ୭ ହଜାର ୨୫୪...

୯୩୩ କୋଟି ଟଙ୍କା ଜମା କରି ଖଣି ଚଳାଅ

ଭୁବନେଶ୍ୱର, ୩୧-୧(ବ୍ୟୁରୋ):ବନ୍ଦ ରହିଥିବା ଖଣି କାର୍ଯ୍ୟ ଆରମ୍ଭ କରିବାକୁ ସାରଦା ମାଇନ୍ସ ପ୍ରାଇଭେଟ ଲିମିଟେଡ (ଏସଏମ୍‌ପିଏଲ)କୁ ଗୁରୁବାର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ତେବେ ଆସନ୍ତା ଫେବୃୟାରୀ...

ପୋତି ଦିଆଯାଉଛି ନଦୀ ଅବବାହିକା: ସଙ୍କୁଚିତ ହେଉଛି ଗଙ୍ଗୁଆ, ଝରିଆ ନଦୀ

ପୁରୁଣା ଭୁବନେଶ୍ୱର/ଜଟଣୀ, ୧୨।୧୦ (ଡି.ଏନ.ଏ.): ରାଜଧାନୀରେ ଜନସଂଖ୍ୟା ବଢୁଛି। ସେହି ଅନୁପାତରେ ଆବଶ୍ୟକ ସଂଖ୍ୟକ ଗୃହ ନିର୍ମାଣ ହେଉଛି। ବିଲଡରମାନେ ଗୃହ ପାଇଁ ସରକାରୀ କର୍ମଚାରୀଙ୍କୁ...

ପ୍ରାଥମିକ ସ୍କୁଲ ଖୋଲିବା ନେଇ ଗାଇଡ୍‌ଲାଇନ

ଭୁବନେଶ୍ୱର, ୨୪ା୨(ବ୍ୟୁରୋ): ରାଜ୍ୟରେ ଗତ ୧୪ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିଥିବାବେଳେ ଆସନ୍ତା ୨୮ ତାରିଖରୁ ପିଲାମାନେ ସ୍କୁଲ ଯିବେ। ଦୀର୍ଘ ଦୁଇବର୍ଷ ଧରି ପିଲାମାନେ...

କୋଭିଡ୍‌ ଫଣ୍ଡକୁ ଅଧ୍ୟକ୍ଷା ଦେଲେ ୩୦ ହଜାର

ଦିଗପହଣ୍ଡି,୩୧ା୩(ଡି.ଏନ.ଏ.)- ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଅଧ୍ୟକ୍ଷା ପ୍ରଣତି ପାତ୍ର ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ରିଲିଫ ପାଣ୍ଠିକୁ ୩୦ ହଜାର ଟଙ୍କା ଦାନ କରିଛନ୍ତି। ଅନ୍‌ଲାଇନ୍‌ରେ ସେ ଏହି...

କଟକ ସହରରୁ ୬୫ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨।୧୧-କଟକ ସହରରୁ ଆଜି ମୋଟ୍‌ ୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୩୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୨...

୧୦୦ ପରିବାର ପାଣିଘେରରେ

ଆରଡ଼ି,୧୭।୮(ଡି.ଏନ.ଏ.): ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକର ଓଳଗ, ଆରଡି, ନାନ୍ଦପୁର, ସୁନ୍ଦରପୁର ଆଦି ପଞ୍ଚାୟତରେ ଥିବା ୧୦ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ସୋମବାର...

Advertisement
Archives

Model This Week