ହାତରୁ ବନ୍ଧୁକ ଛଡ଼ାଇଲା ପ୍ରେମ

ବନ୍ତଳା, ୨୧।୧୧ – ଏକଦା ଲାଲ୍‌ଗଡ଼ରେ ଥିଲା ସେମାନଙ୍କ ରାଜୁତି। ଦୁର୍ନୀତି ବିରୋଧରେ ଉଠାଇଥିଲେ ବନ୍ଧୁକ। ମାଓବାଦୀ ସଙ୍ଗଠନ ବିଷୟରେ ମତାଉଥିଲେ ଲୋକଙ୍କୁ। ହେଲେ ହିଂସା ଯେ ସମସ୍ୟା ସମାଧାନର ବାଟ ନୁହେଁ, ତାହା ଅନୁଭବ ହେଲା ଯେତେବେଳେ ସେମାନଙ୍କ ଭିତରେ ଗଢ଼ି ଉଠିଲା ପ୍ରେମ। ଏହାପରେ ବନ୍ଧୁକ ଛାଡ଼ି ଦୁହେଁ ଫେରିଆସିଥିଲେ ମୁଖ୍ୟସ୍ରୋତକୁ। ମାଓବାଦୀ ଇଲାକାରୁ ଆରମ୍ଭ ହୋଇଥିବା ଏପରି ଏକ ପ୍ରେମ କାହାଣୀ ବିବାହରେ ନେଇଛି ପୂର୍ଣ୍ଣାଙ୍ଗ ରୂପ। ସାତଜନ୍ମ ପାଇଁ ବଞ୍ଚତ୍ବା ମରିବାର ଶପଥ ନେଇଛନ୍ତି ଦୁହେଁ। ଏପରି ଏକ ନିଆରା ବିବାହର ସାକ୍ଷୀ ରହିଛନ୍ତି ପୋଲିସ ସମେତ ହଜାର ହଜାର ଜନସାଧାରଣ। ଅଞ୍ଚଳର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କଠାରୁ ଆଶୀର୍ବାଦ ନେଇ ନୂଆ ଜୀବନ ଆରମ୍ଭ କରିଛନ୍ତି ଆତ୍ମସମର୍ପଣ କରିଥିବା ମାଓବାଦୀ କ୍ୟାଡର ଛୁଟୁ ଗଞ୍ଜୁ ଏବଂ ଜଲି ଦେହୁରୀ।
ସାତକୋଶିଆ ଅଭୟାରଣ୍ୟରେ ଏସଡିଏସ ମାଓବାଦୀ ସଙ୍ଗଠନକୁ ବଢ଼ାଇବା ପାଇଁ ଝାଡ଼ଖଣ୍ଡ ରାଞ୍ଚତ୍ ଅଞ୍ଚଳର ଛୁଟୁ (୨୬)ଙ୍କ କାନ୍ଧରେ ଦିଆଯାଇଥିଲା ଦାୟିତ୍ୱ। ସେକ୍ସନ କମାଣ୍ଡର ଭାବେ ସେ ଶିବିର ପରିଚାଳନା କରୁଥିଲେ। ଗଁା ଗଁାରେ ବୈଠକ କରିବା, ସରକାରୀ କାର୍ଯ୍ୟରେ ହେଉଥିବା ଦୁର୍ନୀତି ବିରୋଧରେ ସ୍ବର ଉଠାଇବା ଭଳି କାର୍ଯ୍ୟ ଜାରି ରଖିଥିଲେ ଛୁଟୁ। ଏକଦା ଟିକରପଡ଼ା ପଞ୍ଚାୟତ ମଝିପଡ଼ା ଗ୍ରାମରେ ମାଓବାଦୀମାନେ ଗ୍ରାମବାସୀଙ୍କୁ ନେଇ ବୈଠକ କରୁଥିବାବେଳେ ସେଠାରେ ଉପସ୍ଥିତ ଜଲିଙ୍କ ସହ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ମାଓବାଦୀଙ୍କ କଥାରେ ପ୍ରଲୋଭିତ ହୋଇ ୨୦୧୮ରେ ଜଲି ଘର ଛାଡ଼ି ପଳାଇ ଆସି ସଙ୍ଗଠନରେ ଯୋଗଦେଇଥିଲେ। ଜଙ୍ଗଲରେ ଘୂରିବୁଲିବା ସମୟରେ ଦୁହିଁଙ୍କ ପ୍ରେମ ଆହୁରି ମଜଭୁତ୍‌ ହୋଇଥିଲା।

ହେଲେ କ୍ୟାଡରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରେମକୁ ନେଇ ସଙ୍ଗଠନରେ ଆରମ୍ଭ ହୋଇଥିଲା ବିରୋଧାଭାସ। ଏଥିରେ ଅସନ୍ତୁଷ୍ଟ ଥିବା ଜଲି କ୍ୟାମ୍ପରେ ଯୋଗଦେବାର ମାସେ ଭିତରେ ସଙ୍ଗଠନ ଛାଡ଼ିବାକୁ ମନସ୍ଥ କଲେ। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲକ୍ଷ୍ୟରେ ପ୍ରେମୀଯୁଗଳ ରେଢ଼ାଖୋଲ ଜଙ୍ଗଲରୁ ପଳାଇ ଆସି ତତ୍କାଳୀନ ଏସ୍‌ପି ଏବଂ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ। ଉଭୟଙ୍କୁ ପ୍ରଥମେ ଛେଳିଆପଡା ରିଜର୍ଭ ପୋଲିସ କ୍ୟାମ୍ପରେ ରଖାଗଲା। ସରକାରୀ ନିୟମ ମୁତାବକ ସହାୟତା ମଧ୍ୟ ପ୍ରଦାନ କରାଗଲା। ଏହାପରେ ଜଲି ରିଜର୍ଭ ପୋଲିସ କ୍ୟାମ୍ପରୁ ଘରକୁ ଫେରି ଆସିଥିଲେ। ଛୁଟୁ ରିଜର୍ଭ କ୍ୟାମ୍ପରେ ରହୁଥିଲେ। ହେଲେ ମାଓବାଦୀ ସଙ୍ଗଠନ ହିଂସା ଘଟାଇବା ଆଶଙ୍କାରେ ଉଭୟେ ଭୟଭୀତ ଅବସ୍ଥାରେ ଦିନ କାଟୁଥିଲେ। ଏପରି ସ୍ଥିତିରେ ଦୁହିଁଙ୍କ ପ୍ରେମକୁ ସାକାର କରିବାକୁ ଅଣ୍ଟା ଭିଡ଼ିଥିଲା ପୋଲିସ। ବୁଧବାର ମଝିପଡା ଗ୍ରାମ ମହାନଦୀ ଗଣ୍ଡ ନିକଟ ଚମ୍ପେଶ୍ୱର ଶିବମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ତେବେ ସେମାନଙ୍କ ସୁରକ୍ଷା ପାଲଟିଥିଲା ଚ୍ୟାଲେଞ୍ଜ। କୌଣସି ପ୍ରକାର ବିଶୃଙ୍ଖଳା ପରିସ୍ଥିତି ଏଡ଼ାଇବାକୁ ପୋଲିସ ପକ୍ଷରୁ ୩ଦିନ ଧରି ଟିକରପଡା ପଞ୍ଚାୟତର ଚତୁଃପାର୍ଶ୍ୱରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଗ୍ରାମର ପ୍ରବେଶ ପଥକୁ ସିଲ୍‌ କରାଯାଇଥିଲା। ସର୍ବସମ୍ମତିକ୍ରମେ ମଝିପଡା ଗ୍ରାମ ସଭାପତି ସୁବଳ ପଧାନ ବରପିତା ଦାୟିତ୍ୱ ତୁଲାଇଥିଲେ। ଟିକରପଡା, କରଡ଼ାପଡା, କୁଶଖଳି, ହାତୀବାରି, ବେହେରା ସାହି, କଟରଙ୍ଗ, ପୁରୁଣାକୋଟ, ମଝିପଡ଼ା ଗ୍ରାମର ୨୦୦୦ରୁ ଊର୍ଦ୍ଧ୍ୱ କନ୍ୟାଯାତ୍ରୀ ଏହି ମାଙ୍ଗଳିକ ଉତ୍ସବରେ ସାମିଲ ହୋଇଥିଲେ। ବିବାହର ସମସ୍ତ ଖର୍ଚ୍ଚ ଜିଲା ପୋଲିସ ବହନ କରିଥିଲା। ମନ୍ଦିର କମିଟି ସଭାପତି ଫକୀର ଯାନି, ପ୍ରତାପ ଦେହୁରୀ, ବିରାଜ ଯାନୀ, ସାଇବାଣୀ ପଧାନ, ଚନ୍ଦନ ଦେହୁରୀ, ସରୋଜ ଯାନୀ, ପବିତ୍ର ପଲେଇ, ରାଜକିଶୋର ସାହୁଙ୍କ ସମେତ ଗୁରୁଜନଙ୍କଠାରୁ ନବଦମ୍ପତି ଆଶୀର୍ବାଦ ଗ୍ରହଣ କରି ନୂଆ ଜୀବନ ଆରମ୍ଭ କରିଛନ୍ତି।
ଏ ସମ୍ପର୍କରେ ଛୁଟୁ କୁହନ୍ତି, ଜଲିଙ୍କୁ ସ୍ତ୍ରୀ ଭାବେ ପାଇ ସେ ବହୁତ ଖୁସି। ମାତ୍ର ୧୫ବର୍ଷ ବୟସରେ ସେ ମାଓବାଦୀ ସଙ୍ଗଠନରେ ଯୋଗ ଦେଇଥିଲେ। ଦୀର୍ଘ ୧୦ବର୍ଷ ସେ ମାଓବାଦୀ କ୍ୟାମ୍ପରେ କାମ କରିଛନ୍ତି। ଅସନ୍ତୋଷ ବ୍ୟକ୍ତ କରି ସେ ସଙ୍ଗଠନ ଛାଡ଼ିଥିଲେ। ଏବେ ସମାଜରେ ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନଯାପନ କରିବେ। ବିବାହ ପରେ ବି ଭୟ ଲାଗୁଛି। ତେଣୁ ଆମ ଦୁଇଜଣକୁ ସୁରକ୍ଷା ଦିଆଯାଉ ବୋଲି ସେ ନିବେଦନ କରିଛନ୍ତି। ଏ ବିଷୟରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ କୁହନ୍ତି, ଏହା ଖୁସିର ବିଷୟ। ମାଓବାଦୀ ସଙ୍ଗଠନରେ ମିଶି ସେମାନେ ନିଜର କ୍ଷତି କରିବା ସହ ସମାଜର କ୍ଷତି କରୁଥିଲେ। ବିବାହ ବନ୍ଧନରେ ଆବଦ୍ଧ ହୋଇ ଉଭୟେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ମାଓବାଦୀଙ୍କ ଅତ୍ୟାଚାରରେ କ୍ୟାଡରମାନେ ଅତିଷ୍ଠ ହୋଇପଡ଼ିଲେଣି। ଛୁଟୁ ଏବଂ ଜଲିଙ୍କଠାରୁ ପ୍ରେରଣା ପାଇ ଅନ୍ୟମାନେ ମଧ୍ୟ ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଆଶା ରଖିଛୁ ବୋଲି ଡିଆଇଜି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?