Posted inଜାତୀୟ

ହାଜତରେ ଦଳିତ ମହିଳାଙ୍କୁ ଗଣବଳାତ୍କାର

ଜୟପୁର,୧୭ା୭: ରାଜସ୍ଥାନର ଚୁରୁସ୍ଥିତ ଏକ ଥାନା ହାଜତରେ ଜଣେ ଦଳିତ ମହିଳାଙ୍କୁ ୯ ପୋଲିସ କର୍ମଚାରୀ ଅନେକ ଦିନ ଧରି ଗଣବଳାତ୍କାର କରିଛନ୍ତି। ମିଛ ଚୋରି ମାମଲାରେ ସମ୍ପୃକ୍ତ ମହିଳାଙ୍କ ଦିଅରଙ୍କୁ ଥାନାକୁ ନେଇ ପିଟି ପିଟି ମାରିଦିଆଯାଇଛି। ପୋଲିସ ପ୍ରମାଣ ଲିଭାଇବା ପାଇଁ ଦିଅରଙ୍କ ମୃତଦେହକୁ ପୋଡ଼ିଦେଇଛି ବୋଲି ମହିଳା ଜଣକ ଅଭିଯୋଗ ଆଣିଛନ୍ତି। ମାମଲା ରୁଜୁ ହେବା ପରେ ଏବେ ଏହି ଘଟଣା ସାମ୍ନାକୁ ଆସିଛି।
୩୫ ବର୍ଷୀୟା ଦଳିତ ମହିଳାଙ୍କ ଅଭିଯୋଗ ହେଲା ଏକ ୬ ମାସ ପୁରୁଣା ଚୋରି ମାମଲାରେ ପୋଲିସ ତାଙ୍କ ୨୨ ବର୍ଷୀୟ ଦିଅରଙ୍କୁ ଫସାଇ ଜୁନ୍‌ ୩୦ରେ ହାଜତକୁ ନେଇଥିଲା। ପୋଲିସ ତାଙ୍କୁ ଅକଥନୀୟ ନିର୍ଯାତନା ଦେବା ପରେ ହାଜତରେ ଜୁଲାଇ ୬ରେ ଦିଅରଙ୍କ ମୃତ୍ୟୁ ଘଟିଥିଲା। ଏହାର ଦିନକ ପରେ ପୋଲିସ ପ୍ରମାଣ ଲିଭାଇବା ପାଇଁ ତାଙ୍କ ମୃତଦେହକୁ ଜାଳି ଦେଇଥିଲା। କେବଳ ଏତିକି ନୁହେଁ, ଜୁଲାଇ ୩ ତାରିଖରେ ମହିଳାଙ୍କୁ ମଧ୍ୟ ସର୍ଦ୍ଦାରସହର ଥାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଅନେକ ଦିନ ଧରି ଏସ୍‌ଏଚ୍‌ଓ ରଣବୀର ସିଂ ଏବଂ ଅନ୍ୟ ୮ ପୋଲିସ କର୍ମଚାରୀ ଗଣବଳାତ୍କାର କରିଥିଲେ। ଏପରି କି ଦିଅରଙ୍କ ମୃତ୍ୟୁ ପରେ ବି ତାଙ୍କୁ ହାଜତରୁ ଛାଡ଼ି ନ ଥିଲେ। ପୀଡ଼ିତାଙ୍କୁ ଜୟପୁରସ୍ଥିତ ସଓ୍ବାଇ ମାନ୍‌ ସିଂ ହସ୍ପିଟାଲରେ ଗତ ୧୧ରେ ଭର୍ତ୍ତି କରାଯିବା ପରେ ସେ ନ୍ୟାୟ ଆଶାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପତ୍ର ଲେଖିଥିଲେ। ଏସ୍‌ଏଚ୍‌ଓ ରଣବୀରଙ୍କ ପରେ ରାମପ୍ରତାପ ଗୋଧରା, ହେମରାଜ, ବୀରେନ୍ଦ୍ର କୁମାର, କୈଳାସ, ଜନକେଶ, କ୍ରିଷ୍ଣା, ମହେଶ ଓ ସଚିନ ତାଙ୍କର ଇଜ୍ଜତ ଲୁଟିଥିଲେ। ଅଭିଯୁକ୍ତ ପୋଲିସ ଅଧିକାରୀମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ସେ ଏଥିରେ ଅନୁରୋଧ କରିଥିଲେ। ଏହା ପରେ ପରିବାର ଲୋକେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଶନିବାର ଏକ ଗଣବଳାତ୍କାର ମାମଲା ରୁଜୁ କରିଛି। ଗଣବଳାତ୍କାର ଅଭିଯୁକ୍ତ ଏସ୍‌ଏଚ୍‌ଓ, ଜଣେ ହେଡ୍‌ କନ୍‌ଷ୍ଟେବଳ ଓ ୬ କନ୍‌ଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟ ୨୬ ପୋଲିସ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି। ଚୁରୁ ଏସ୍‌ପି ରାଜେନ୍ଦ୍ର କୁମାର ଶର୍ମାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। କ୍ରାଇମ୍‌ବ୍ରାଞ୍ଚର ଅପରାଧ ତଦନ୍ତ ବିଭାଗ (ସିଆଇଡି)କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି। କିନ୍ତୁ ହାଜତ ମୃତ୍ୟୁ ନେଇ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଜଣାପଡ଼ିଛି। ଗଣବଳାତ୍କାର ମାମଲାରେ ଏଫ୍‌ଆଇଆର୍‌ ହେବା ପରେ ପୋଲିସ ତତ୍ପରତା ଦେଖାଇ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ରାଜସ୍ଥାନ ଆଇନମନ୍ତ୍ରୀ ଶାନ୍ତି ଧରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri