ହରିରାଜପୁର ମେଳଣ ୧୪ରୁ: ଆତସବାଜି ପ୍ରଦର୍ଶନ ପାଇଁ ହେବ ୪୦ ବାଣ ପାଲି

ଜଟଣୀ, ୯।୩(ଡି.ଏନ.ଏ.): ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ପାଇଁ ଏହାର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜଟଣୀ ନିକଟବର୍ତ୍ତୀ ହରିରାଜପୁରସ୍ଥିତ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଏହି ମେଳଣର ଜମାଣ ଉତ୍ସବ ଆସନ୍ତା ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୮୦ ଏକର ବିଶିଷ୍ଟ ମେଳଣ ପଡିଆରେ ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳଣରେ ଲକ୍ଷାଧିକ ଜନସମାଗମ ହେବ। ଚଳିତବର୍ଷ ବିପଦ ସୃଷ୍ଟିକାରୀ ବାଣ ଉପରେ କଟକଣା କରାଯାଇ କେବଳ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ଉପରେ ଏଥର ଗୁରୁତ୍ୱ ଦିଆଯାଇଛି। ପୂର୍ବବର୍ଷ ଭଳି ଚଳିତବର୍ଷ ଜମାଣ ଉତ୍ସବରେ ଏକ କୋଟିରୁ ଅଧିକ ଟଙ୍କାର ଆତସବାଜି ପ୍ରଦର୍ଶନ ହେବ ବୋଲି ମେଳଣ କମିଟିର ସଂଯୋଜକ ପ୍ରସନ୍ନ ମହାରଥୀ ରବିବାର କହିଛନ୍ତି। ଏଥିପାଇଁ ୪୦ଟି ବାଣ ପାଲି ପ୍ରସ୍ତୁତ କରାଯାଉଥିବା ସେ ସୂଚନା ଦେଇଥିଲେ। ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଟ୍ରାଫିକ କଟକଣା, ଆଲୋକୀକରଣ, ରାସ୍ତା ପ୍ରଶସ୍ତୀକରଣ, ସୁରକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେବାକୁ ମେଳଣ କମିଟିର କର୍ମକର୍ତ୍ତାଙ୍କ ପକ୍ଷରୁ କୁହାଯାଇଛି। ଏହାଛଡ଼ା ୪ଦିନ ଧରି ଅନୁଷ୍ଠିତ ମେଳଣରେ ସ୍ବଚ୍ଛତା ବଜାୟ ରଖିବା ଓ ପଲିଥିନ୍‌ ବ୍ୟବହାର ନ କରିବାକୁ କମିଟି ପକ୍ଷରୁ ସଚେତନ କରାଯାଉଥିବା ସେ କହିଛନ୍ତି। ଏହାଛଡ଼ା ଅଧିକ ସଂଖ୍ୟାରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟକେନ୍ଦ୍ର, ପାନୀୟ ଜଳ, ପୋଲିସ ମୁତୟନ ଉପରେ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସଂଯୋଜକ ପ୍ରସନ୍ନ କହିଥିଲେ। ଏ ନେଇ ପ୍ରଶାସନକୁ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ପରଭେଶ ବର୍ମାଙ୍କ ବଡ଼ ଘୋଷଣା: ପାଣି ଟାଙ୍କି ସଫା କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀରେ ଜଳ ସଙ୍କଟ ସମସ୍ୟାରେ ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଜଳ ମନ୍ତ୍ରୀ ପ୍ରବେଶ ବର୍ମା ଶୁକ୍ରବାର ଘୋଷଣା କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri