ହଗ୍‌ ଡେ: ମାନସିକ ଚାପ ହ୍ରାସ କରେ ଆଲିଙ୍ଗନ…

ଭାଲେଣ୍ଟାଇନ୍‌ ଓ୍ବିକ୍‌ରେ ଫେବୃୟାରୀ ୧୨ରେ ପାଳିତ ହେବ ହଗ୍‌ ଡେ ବା ଆଲିଙ୍ଗନ ଦିବସ। ଆଲିଙ୍ଗନ କେବଳ ପ୍ରେମୀଯୋଡ଼ାଙ୍କ ଭଲ ପାଇବା ତଥା ଆବେଗକୁ ପରିପ୍ରକାଶ କରେ ନାହିଁ। ଏହାଦ୍ୱାରା ଶରୀରର ବହୁ ଉପକାର ହୋଇଥାଏ। ଏହାଦ୍ୱାରା ମାନସିକ ଚାପ ହ୍ରାସ ପାଇବା ସହିତ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। ତେଣୁ ଏହାକୁ ଚିକିତ୍ସା ବିଜ୍ଞାନରେ ଆଲିଙ୍ଗନ ଥେରାପି କୁହାଯାଇଥାଏ। ଆଲିଙ୍ଗନ ସମୟରେ ଶରୀରରୁ ଅକ୍ସିଟୋସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ। ଏହାଦ୍ୱାରା ମା-ପିଲା, ସ୍ତ୍ରୀ-ସ୍ବାମୀ, ଭଉଣୀ ଭାଇ ତଥା ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ହୋଇଥାଏ ସୁଦୃଢ। ଆଲିଙ୍ଗନ ସମୟରେ ଶରୀର ଓ ମନରେ ଖୁସିର ଲହରୀ ଖେଳିଯାଇଥାଏ। ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ହେଲେ ମସାଜ୍‌ କରିବାକୁ ପରାମର୍ଶ ଦିଆଯାଇଥାଏ । ଏହାଦ୍ୱାରା ଆରାମ ଲାଗିଥାଏ । ସେହିପରି ମାନସିକସ୍ତରରେ ଯନ୍ତ୍ରଣା ଭୋଗୁଥିଲେ ଏକ ସ୍ନେହପୂର୍ଣ୍ଣ ଆଲିଙ୍ଗନ ମସାଜ୍‌ ପରି କାମ କରେ । ଦାମ୍ପତ୍ୟ ଜୀବନରେ ଆଲିଙ୍ଗନର ବିଶେଷ ମହତ୍ତ୍ୱ ରହିଛି । ନିବିଡ଼ ଆଲିଙ୍ଗନ ଦାମ୍ପତ୍ୟ ସମ୍ପର୍କର ସମସ୍ତ ଦ୍ୱିଧାବୋଧକୁ ନିମିଷକେ ଦୂର କରିଦେଇଥାଏ। ତେଣୁ ଆଲିଙ୍ଗନ ଦିବସରେ ମନଖୋଲି ନିଜର ସାଥୀଙ୍କୁ କରନ୍ତୁ ଆଲିଙ୍ଗନ।


Enter your email to get our daily news in your inbox.

All Right Reserved By Dharitri.Com

୬୦ ବର୍ଷରେ ମଜୁରିଆରୁ ମଡେଲ

କୋଝିକୋଡ, ୧୬ା୨: ବେଳେବେଳେ ଭାଗ୍ୟ ବଦଳିବାକୁ ବେଶୀ ସମୟ ଲାଗି ନ ଥାଏ। ଛୋଟ ଛୋଟ କାମରେ ମଧ୍ୟ ଜଣେ ଖୁବ୍‌ଶୀଘ୍ର ପରିଚିତି ହାସଲ କରିନେଇଥାନ୍ତି...

ଏମିତି ଭାଷା, ଯାହାକୁ ସମଗ୍ର ବିଶ୍ୱରେ କେବଳ ଏକା କହିପାରନ୍ତି ଏହି ବୃଦ୍ଧା

ସାରା ବିଶ୍ୱରେ ୬,୯୦୦ରୁ ଅଧିକ କଥିତ ଭାଷା ରହିଛି। ଏହି ଭାଷାଗୁଡ଼ିକ ମଧ୍ୟରୁ ଅନେକ ହଜାର ହଜାର ବର୍ଷର ପୁରୁଣା। ଏଥିମଧ୍ୟରୁ କେତେକ ଭାଷା ଅସ୍ତିତ୍ୱ...

କରୋନା ଭୟ: ବିମାନରେ ଯାତ୍ରୀ ଛିଙ୍କିବାରୁ ଝରକା ଦେଇ ଓହ୍ଲାଇଲେ ପାଇଲଟ

କରୋନା ଭାଇରସ୍‌ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯଦି କେହି ଛିଙ୍କୁଛନ୍ତି ତେବେ...

ମୟୂରଭଞ୍ଜର ଯକ୍ଷ୍ମା ଚାମ୍ପିୟନ ବିନୟ

ଦିନେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ, ଏବେ ଯକ୍ଷ୍ମା ରୋଗୀଙ୍କ ପାଇଁ ପାଲଟିଯାଇଛନ୍ତି ଦେବଦୂତ। ଚିତ୍ର ମାଧ୍ୟମରେ ସେ ସଚେତନତାର ବାର୍ତ୍ତା ଦେବା ସହ...

୩ ବର୍ଷର ଶିଶୁକୁ ଛାଡି ପ୍ରେମିକ ସହ ବୁଲିବାକୁ ଗଲେ ମା’, ଆଉ ତା’ପରେ…

ମା’ ନିଜର ୩ ବର୍ଷର ଶିଶୁକୁ ଏକାକୀ ଘରେ ଛାଡି ପ୍ରେମିକ ସହ ବୁଲିବାକୁ ଚାଲିଗଲେ। ଏକ ସପ୍ତାହରୁ ଊର୍ଦ୍ଧ୍ୱ ଅର୍ଥାତ୍‌ ୮ ଦିନ ପରେ...

୧୦୦ କୋଟି ହୀରା-ମୋତି ଅଳଙ୍କାରରେ ଝଲସିଲେ ରାଧାକୃଷ୍ଣ

ଗ୍ବାଲିଅର,୧୨।୮- ସାରା ଦେଶରେ ଜନମାଷ୍ଟମୀ ପର୍ବ ପାଳନ କରାଯାଉଛି। ତେବେ ମହାମାରୀ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ଏକ ନିଷେଧାଦେଶ...

ଏହା କିପରି ସ୍ବାଧିନତା: ୪ ବର୍ଷ ହେବ ଗୁମ୍ଫାରେ ରହୁଛନ୍ତି ୮ ପରିବାର

ବିଳାସପୁର,୧୫।୮: ଦେଶ ପାଳନ କରିଛି ୭୪ ତମ ସ୍ବାଧିନତା ଦିବସ। ହେଲେ ଆଜି ବି କେତେକ ସ୍ଥାନରେ ପରାଧିନତାର ଝଲକ ଦେଖିବାକୁ ମିଳୁଛି। ମଣ୍ଡି ଓ...

ଯେଉଁଠି ୮୦ ବର୍ଷୀୟା ବୃଦ୍ଧା ଦେଖାଯାନ୍ତି ତରୁଣୀ

ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କ ଇଚ୍ଛା। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ମାତ୍ର ବୟସ ବଢ଼ିବା ସହିତ ଯୌବନ ଓ ସୌନ୍ଦର୍ଯ୍ୟ କ୍ରମେ...

Advertisement
Archives

Model This Week