ସ୍ବେଚ୍ଛାସେବୀ, ଗଁ। ର ଲୋକ୍‌ ମିଶି ତିଆର କଲେ ରାସ୍‌ତା: ଅଭିଶାପ ପାଲଟିଛେ ଗଁବାସୀକର ଜୀବନ୍‌

ରେଙ୍ଗାଲି, ୨୭।୮ (ଡି.ଏନ୍‌.ଏ.):
ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଖିଣ୍ଡା ପଁଚେତ୍‌ ଅଧୀନ ବୁଧିଆପାଲି ଗଁାର ସ୍କୁଲକେ ସଂଯୋଗ କରୁଥିବାର ରାସ୍‌ତାକେ ମାତୃଭୂମୀ ସ୍ବେଚ୍ଛାସେବୀ ସଂଗଠନ ତିଆର କରିଛେ। ରେଙ୍ଗାଲି ବ୍ଲକ ତଲାବିରା ୨ ଆର ୩ କୁଇଲା ଖଣି କୁଡ଼ବାର ଲାଗି ଏନ୍‌ଏଲ୍‌ସି କମ୍ପାନୀ ଖିଣ୍ଡା ପଁଚେତ୍‌ ଅଧୀନ ଖିଣ୍ଡା, ତଲାବିରା, ମାତୁଲୁ କ୍ୟାମ୍ପ, ବୁଧିଆପାଲି ଲେଖେଁ କେତେ ଗଁାର ଜମି ନିଜର ହାତ୍‌କେ ନେଇଛେ। ଇ ସବୁ ଗଁାବାସୀ ବିସ୍ଥାପିତ ବି ହେବାର ଅଛେ। ଯେନ୍‌ଥିରଲାଗି ଇ ସବୁ ଗଁାମାନକେ ପଁଚେତ୍‌ରୁ କି କେହେନ୍‌ସି ସରକାରୀ ପଁାଠିରୁ ଟଁକା ଖରଚ୍‌ କରାଯାଇ ନାଇଁ ପାରବାର। ଏନ୍‌ତାଥି ଗଁାବାସୀକର ଜୀବନ୍‌ ଗୁଟେପରକାର ଅଭିଶାପ ପାଲଟିଯାଇଛେ। ଇଆଡ଼େ ଏନ୍‌ଏଲ୍‌ସି କମ୍ପାନୀ ତରଫୁ ପରଭାବିତ ଅଂଚଲରେ ରାସ୍‌ତାଘାଟ, ସ୍କୁଲ ମରାମତି ଲେଖେଁ ବିକାଶ ମୂଲକ କାମ୍‌ ନାଇଁ ହେବାର ଲାଗି ଲୋକ୍‌ ନାନା ସମସିଆର ସାମନା କରୁଛନ୍‌। ବୁଧିଆପାଲି ଗଁାର ସ୍କୁଲ ରାସ୍‌ତାଟା ବହୁତ ଖରାପ ଥିଲାବେଲେ ରାସ୍‌ତାରେ ଥିବାର ଗୁଟେ ଛୁଟିଆ ପୁଲିଆ ବି ଭାଂଗି ଯାଇଥିଲା। ଇ ରାସ୍‌ତା ଆର ପୁଲିଆର ମରାମତି ବାବ୍‌ଦେ ଗଁାବାସୀ ଖିଣ୍ଡା ସରପଁଚ୍‌ ନୀଳାବତୀ ଓରାମକୁଁ ବାରବାର ଅନୁରୋଧ କରିଥିଲେ। ହେଲେ ଜିଲା ପରଶାସନ ତରଫୁ ପଁଚେତ୍‌ ପଁାଠି ଖରଚ୍‌ ନାଇଁ କରବାକେ କୁହାଯାଇଛେ। ସେଥିରଲାଗି ସେ ଚାହେଁଲେ ବି କିଛି ନାଇଁ କରିପାରବାର ବଲି କହିଥିଲେ। ଯେନ୍‌ଥିରଲାଗି ସୋମବାର ତଲାବିରା ମାତୃଭୂମୀ ସ୍ବେଚ୍ଛାସେବୀ ସଂଗଠନ ନିଜର ଖରଚ୍‌ରେ ଇ ରାସ୍‌ତାର ମରାମତି କରିଛେ। ଇ ରାସ୍‌ତା ମରାମତି ଲାଗି ସଂଗଠନର କରମ୍‌କରତା ଆର ଗଁାବାସୀ ସହଯୋଗ କରିଥିଲେ। ପରଶାସନ ତରଫୁ ଏନ୍‌ଏଲ୍‌ସି ପରଭାବିତ ଅଂଚଲରେ ମଉଲିକ ସୁବିଧା ଲାଗି ଯଦି ଅନୁମତି ନାଇଁ ଦିଆଯିବା ତ ପଁଚେତ୍‌ ଆର ରେଙ୍ଗାଲି ବ୍ଲକ ଅଫିସ ଘେରାଉ କରାଯିବା ବଲି ମାତୃଭୂମୀ ସଂଗଠନର ସଭାପତି ହେମନ୍ତ କୁମାର ପାଣ୍ଡେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri