ସ୍ବାସ୍ଥ୍ୟ ବିଭାଗ ଅଧୀନରେ ହେବ ଜନ୍ମ ମୃତ୍ୟୁର ଇ-ପଞ୍ଜୀକରଣ

ଭୁବନେଶ୍ୱର, ୨୭ା୧୦(ବ୍ୟୁରୋ): ଏଣିକି ଜନ୍ମ ମୃତ୍ୟୁର ଇ-ପଞ୍ଜୀକରଣ କାର୍ଯ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହାତକୁ ଆସିବ। ପୂର୍ବରୁ ଏହା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିକଟରେ ଥିଲା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ୫-ଟି ସମୀକ୍ଷା ଅବସରରେ ଏହି ନିଷ୍ପତ୍ତି ହୋଇଛି। ବିଭାଗୀୟ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ମିଳିଥିବା ସୂଚନାନୁସାରେ, ଇ-ପଞ୍ଜୀକରଣ ଲାଗି ବିସ୍ତୃତ ଯୋଜାନା ପ୍ରସ୍ତୁତ ସହିତ ଇ-ମ୍ୟୁନିସିପାଲିଟି ସଫ୍ଟୱେର ଦେବାକୁ ଟିସିଏସ୍‌କୁ ଦାୟିତ୍ୱ ଦିଆଯାଇଛି। ଏହି ପଞ୍ଜୀକରଣ ନିମନ୍ତେ ୧୦୬ ଭିଏସ୍‌ କ୍ଲର୍କଙ୍କୁ ଖୁବ୍‌ଶୀଘ୍ର ନିଯୁକ୍ତି ଦିଆଯିବ। ସେହିଭଳି ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାର ଗୁଣବତ୍ତା ସଂକ୍ରାନ୍ତରେ ଅନୁଧ୍ୟାନ ନିମନ୍ତେ ଏକ ନୂତନ ଏସ୍‌ଓପି ପ୍ରସ୍ତୁତ ହୋଇଛି। ଏଥିରେ ଅଧିକ ୮୪ଟି ୧୦୮ ଆମ୍ବୁଲାନ୍ସ ଚଳାଇବାର ବ୍ୟବସ୍ଥା କରାଯାଉଛି। ମୃତ ବ୍ୟକ୍ତିଙ୍କ ପରିବହନ ନିମନ୍ତେ ମହାପ୍ରୟାଣ ଯୋଜନାରେ କିଛିଟା ପରିବର୍ତ୍ତନ ଅଣାଯାଇ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ଏହା ଉପରେ ମିଶନ ଶକ୍ତି କମିଶନରଙ୍କ ମତାମତ ମିଳିଥିବାବେଳେ ସାଧାରଣ ପ୍ରଶାସନ ବିଭାଗକୁ ପଠାଯାଇଥିବା ବୈଠକରୁ ଜଣାପଡ଼ିଛି।
କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ସିଟି ହସ୍ପିଟାଲ କଟକ ଏବଂ ସିଟି ହସ୍ପିଟାଲ ବ୍ରହ୍ମପୁରରେ ଥିବା ସମସ୍ତ ଯନ୍ତ୍ରପାତିର ଯାଞ୍ଚ ସହିତ କଲ୍‌ ସେଣ୍ଟର ବ୍ୟବସ୍ଥା ହୋଇଛି। ଅନ୍ୟ ସମସ୍ତ ସରକାରୀ ଡାକ୍ତରଖାନାଗୁଡ଼ିକର ଯାଞ୍ଚ ଓ କଲ୍‌ ସେଣ୍ଟର ବ୍ୟବସ୍ଥା ଚଳିତବର୍ଷ ଶେଷସୁଦ୍ଧା ସମ୍ପୂର୍ଣ୍ଣ ହେବ। ବଡ଼ବଡ଼ ସରକାରୀ ଡାକ୍ତରଖାନାରେ ମିଳୁଥିବା ଚିକିତ୍ସା ସେବା ଓ ସୁବିଧା ସୁଯୋଗରେ ଉନ୍ନତି ଆଣିବା ପାଇଁ ବିଭାଗ ତରଫରୁ ଗଠିତ ଏକ ଟିମ୍‌ ମାଡ୍ରାସ ମେଡିକାଲ କଲେଜ, ସିଏମ୍‌ସି ଭେଲୋର, ନାରାୟଣ ହୃଦୟାଳୟ ବେଙ୍ଗାଲୁରୁ ଯାଇ ସେଠାରେ ଚିକିତ୍ସା ସେବା ସହ ପରୀକ୍ଷାଗାର, ସଫା ସୁତୁରା, ଖାଦ୍ୟ ଯୋଗାଣ ଏବଂ ଅନ୍ୟାନ୍ୟ ସେବା ସମ୍ପର୍କରେ ଅନୁଧ୍ୟାନ କରି ଫେରିଛନ୍ତି। ନିର୍ମଳ, ନିଦାନର ରିପୋର୍ଟ ସଂଗ୍ରହ, ପ୍ରଶାସନିକ ବ୍ୟବସ୍ଥାର ପୁନର୍ଗଠନ, କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟ ଗ୍ରାଜୁଏଟ୍‌ ପ୍ରତିଷ୍ଠାନ କରିବା ପାଇଁ ଆଲୋଚନା ହୋଇଛି। ସମସ୍ତ ରକ୍ତଭଣ୍ଡାରରେ ରକ୍ତର ଉପଲବ୍ଧି ସଂକ୍ରାନ୍ତରେ ସୂଚନା ଏବଂ ଏହାକୁ ଦୁର୍ନୀତିମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ନେଇ ସମ୍ପୃକ୍ତ ରକ୍ତଭଣ୍ଡାରଗୁଡିକରେ ବ୍ଲଡବ୍ୟାଙ୍କ୍‌ ଅଧିକାରୀଙ୍କ ମୋବାଇଲ୍‌ ନମ୍ବର ଏବଂ ଉପଲବ୍ଧ ଥିବା ରକ୍ତର ସୂଚନା ପ୍ରଦର୍ଶିତ ହେଉଛି। ଡାକ୍ତରଖାନା ହେଲ୍ପ ଡେସ୍କକୁ ସ୍ବାସ୍ଥ୍ୟ ମିତ୍ର/ଏସ୍‌ଏଚ୍‌ଜି ଗ୍ରୁପଙ୍କ ଦ୍ୱାରା ପରିଚାଳନା କରିବା ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ମିଶନ ଶକ୍ତି ନିର୍ଦ୍ଦେଶକଙ୍କୁ ପଠାଯାଇଛି। ଆଇପିଏସ୍‌ ମାନ ଅନୁଯାୟୀ ପାରା ମେଡିକ୍‌ ନିଯୁକ୍ତି, ଡାକ୍ତରଙ୍କ ଉପସ୍ଥାନ, ଜିଲାପାଳଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ଦିନରେ ସ୍ବାସ୍ଥ୍ୟସେବା ସମୀକ୍ଷା ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୧୦୪ କଲ୍‌ସେଣ୍ଟର ମାଧ୍ୟମରେ ୧୮,୪୪୮ଟି ଫୋନ୍‌ କଲ୍‌ ବିଭାଗ ତରଫରୁ କରାଯାଇଥିବାବେଳେ ୭୧୨୪ଟିରୁ ସଫଳତା ମିଳିଥିବା ବୈଠକରୁ ଜଣାପଡ଼ିଛି। ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ମେଡିକାଲ ନିଗମ ଏମ୍‌ଡି ୟାମିନୀ ଷଡ଼ଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ୍‌ ତାପସ କୁମାର, ସ୍ବତନ୍ତ୍ର ସଚିବ, ନିର୍ଦ୍ଦେଶକଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri