ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ କଙ୍କ୍ରିଟ ଖସିଲା

ଲାଠୋର, ୨୫ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ କଙ୍କ୍ରିଟ ଟୁକୁଡା ଖସି ପଡିଛି। ଶନିବାର ସକାଳ ୭ଟାରେ କର୍ମଚାରୀମାନେ ହସପିଟାଲ ଖୋଲିବା ପରେ ଏହା ଦେଖିବାକୁ ପାଇଥିଲେ। ଫାର୍ମାଶିଷ୍ଟ ଏବଂ କର୍ମଚାରୀମାନେ ଯେଉଁ ଗୃହରେ ବସି ଔଷଧ ବିତରଣ କରନ୍ତି ସେହି ଗୃହର ଛାତ ଖସି ପଡିଛି। ହସ୍‌ପିଟାଲ କାର୍ଯ୍ୟ ଚାଲିବା ସମୟ ପୂର୍ବରୁ ଘଟଣାଟି ଘଟିଥିବାରୁ କର୍ମଚାରୀମାନେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ୧୯୭୫ ମସିହାରୁ ସ୍ଥାପିତ ଉକ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର ଗୃହ ପୁରୁଣା ହୋଇଯାଇଛି। ଏହାକୁ ତାକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରା ନ ଯାଇ କେବଳ ମରାମତିରେ କାମ ଚାଲିଛି। ନିକଟ ଅତୀତରେ ଉକ୍ତ ଗୃହ ମରାମତି କରାଯାଇଥିଲେ ହେଁ କାମ ନିମ୍ନମାନର ହୋଇଥିବା ଯୋଗୁଁ ଛାତରୁ କଙ୍କ୍ରିଟ ଖସିଥିବା କୁହାଯାଉଛି। ଏନେଇ ଲାଠୋର ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ରାଜ୍ୟଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ଆମେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛୁ। ତେବେ ଯଥାଶୀଘ୍ର ଏହାର ତଦନ୍ତ କରି ନୁତନ ଗୃହ ନିର୍ମାଣ ପାଇଁ ସାଧାରଣରେ ଦାବୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ଆଜିର ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ଆନନ୍ଦ ମନରେ ପିଲାମାନେ…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ…

ସୁଧୀରଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର….

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

ଆଜିଠୁ ମାଟ୍ରିକ ପରୀକ୍ଷା, ସ୍ଥିତି ପରଖିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୯ା୨(ଦିଲ୍ଲୀପ ସାମଲ): ଗୁରୁବାରଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ମାତୃଭାଷାରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର । ସକାଳ ୯…

ନାନା ସମସ୍ୟା ଦେଇ ଗତି କରୁଛି ବଳରାମପୁର ଗାଁ, ଅଭିଯୋଗ କରି ଗ୍ରାମବାସୀ…

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ବଳରାମପୁର ଗ୍ରାମ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ରାସ୍ତାଘାଟଠାରୁ ଆରମ୍ଭ କରି ବହୁ କ୍ଷେତ୍ରରେ ଅବହେଳିତ ହୋଇରହିଛି।…

କରଡ଼ା ଘାଟିରେ ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ୫୦ ଫୁଟ ଗାତକୁ ଖସିଲା ଟ୍ରକ

ରାଇକିଆ,୧୯।୨(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ବ୍ଳକର କରଡ଼ା ଘାଟିଠାରେ ନିୟନ୍ତ୍ରଣ ହରାଇ ଏକ ମହୁଲ ବୋଝେଇ ଟ୍ରକ ଘାଟିର ୫୦ ଫୁଟ ଘାଟି ତଳକୁ ଖସିଯାଇଛି।…

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର: ମାର୍ଚ୍ଚ ୩୧ ଡେଡ୍‌ଲାଇନ

ନୂଆଦିଲ୍ଲୀ,୧୯ା୨ (ପିଟି/ଏଜେନ୍ସି):୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ଉକ୍ତ ଡେଡ୍‌ଲାଇନ୍‌ ପାଖେଇ ଆସିଲାଣି। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri