ସ୍ବାବଲମ୍ବୀ ହେବାର ରାସ୍ତା ଦେଖାଉଛନ୍ତି ପ୍ରଭାତ: ଓଡ଼ିଆ ଡାଟା ସାଇଣ୍ଟିଷ୍ଟ

କଟକ ଅଫିସ,୩ା୧: କିଛିମାସ ତଳେ ଆମେରିକାର ହ୍ୟୁଷ୍ଟନ ସିଟିରେ ଆୟୋଜିତ ହାଓଡ଼ି ମୋଦି କାର୍ଯ୍ୟକ୍ରମରେ ଡାଟା(ତଥ୍ୟ)କୁ ନବ ଭାରତର ‘ସୁନା’ ଓ ‘ତୈଳ’ ସହ ତୁଳନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପରିପ୍ରେକ୍ଷୀରେ ଶିଳ୍ପ ବିପ୍ଳବ ସ୍ତରରେ ଭାରତ ବିଶ୍ୱରେ ଅଗ୍ରଣୀ ଭୂମିକା ନେବାର ଦକ୍ଷତା ରଖିଛି ବୋଲି ମୋଦି କହିଥିଲେ। ସମ୍ପ୍ରତି ଯୁଗରେ ଡାଟାର ମହତ୍ତ୍ୱ ବଢିବାରେ ଲାଗିଛି। ଏବେ ଡାଟା ସାଇନ୍ସ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ସହ ବିଶ୍ୱସ୍ତରରେ ପରିଚୟ ପାଇଛନ୍ତି ଜଣେ ଓଡ଼ିଆ ଯୁବକ। ସେ ହେଲେ କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ କଣ୍ଟିଶାଳ ଗ୍ରାମର ପ୍ରଭାତ ରଞ୍ଜନ ଜେନା। ଡାଟା ସାଇଣ୍ଟିଷ୍ଟ ପ୍ରଭାତଙ୍କଠାରୁ ଶିକ୍ଷା ହାସଲ କରି ଓଡ଼ିଶାର ଶତାଧିକ ଯୁବତୀଯୁବକ ଏବେ ଅନ୍ତର୍ଜାତୀୟସ୍ତରର କମ୍ପାନୀରେ କାର୍ଯ୍ୟ କରୁଛନ୍ତି। କୌଣସି କମ୍ପାନୀରେ ଚାକିରି କରିବାକୁ ଅପେକ୍ଷା କରନାହିଁ। ବରଂ ଯୋଗ୍ୟତା ଅନୁସାରେ ନିଜକୁ ସ୍ବାବଲମ୍ବୀ କର ବୋଲି ପ୍ରଭାତ କହିଛନ୍ତି।ନିପଟ ମଫସଲ ଗଁା କଣ୍ଟିଶାଳ। କାଦୁଅ ପଚପଚ କଚା ସଡ଼କ ଦେଇ ସ୍କୁଲ ଯିବାକୁ ପଡୁଥିଲା। ୧୦ମ ଶ୍ରେଣୀ ପାଠ ପଢିବା ପର୍ଯ୍ୟନ୍ତ ଟିଭି କ’ଣ ଆମେ ଦେଖି ନ ଥିଲୁ। ତଥାପି ଇଚ୍ଛା ଥିଲା ଗାଁପିଲା ଓ ଓଡ଼ିଆ ପିଲାଙ୍କ ପାଇଁ କିଛି ଭଲ କାମ କରିବି। ପରବର୍ତ୍ତୀ ସମୟରେ ଏହି ଲକ୍ଷ୍ୟ ନେଇ ସେ ଉଚ୍ଚଶିକ୍ଷା ଲାଭ କରି ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ତେବେ ଦୃଢ ଇଚ୍ଛାଶକ୍ତି ସହିତ ଜ୍ଞାନକୌଶଳର ସଦୁପଯୋଗ ଫଳରେ ସଫଳତା ମିଳିଛି ବୋଲି କହିଛନ୍ତି ଡାଟା ସାଇଣ୍ଟିଷ୍ଟ ପ୍ରଭାତ। ସେ ବେଙ୍ଗାଲୁରୁର ଏକ ପ୍ରତିଷ୍ଠିତ କମ୍ପାନୀରେ କାର୍ଯ୍ୟ କରନ୍ତି। ଚାକିରି ବ୍ୟତୀତ ବଳକା ସମୟରୁ ସେ ଡାଟା ସାଇନ୍ସ ଶିକ୍ଷା ଦିଅନ୍ତି। ‘ଡାଟା ଗ୍ୟାନ’ ନାମରେ ତାଙ୍କର ଏକ ଅନୁଷ୍ଠାନ ରହିଛି। ଯେଉଁଠାରେ ବିଶ୍ୱର ଅନେକ ରାଷ୍ଟ୍ରରୁ ମେଧାବୀ ବିଦ୍ୟାର୍ଥୀ ଆସି ଡାଟା ସାଇନ୍ସ ଉପରେ ଶିକ୍ଷା ନେଇଥାନ୍ତି ବୋଲି ସେ କହିଛନ୍ତି।
ବିପିନ ବିହାରୀ ଜେନା ଓ ବାସନ୍ତୀ ମଞ୍ଜରୀ ଜେନାଙ୍କ ସାନପୁଅ ପ୍ରଭାତ। ସେ ଆଇଟିଆର୍‌ କଲେଜରୁ କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମରେ ଇଞ୍ଜିନିୟରିଂ ପାଠପଢା ସାରିବା ପରେ ବେଙ୍ଗାଲୁରୁର ଏକ କମ୍ପାନୀରେ କାର୍ଯ୍ୟ ଆରମ୍ଭ କରିଥିଲେ। କେବଳ ଚାକିରି ଜୀବନରୁ ଅର୍ଥ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ପ୍ରଭାତଙ୍କର ଲକ୍ଷ୍ୟ ନ ଥିଲା। ନିଜର ପରିଶ୍ରମ ବଳରେ କମ୍ପାନୀର ଯେତେ ଉଚ୍ଚପଦବୀକୁ ଯାଇଥିଲେ ସମାଜ ପାଇଁ କାର୍ଯ୍ୟ କରିବାର ଇଚ୍ଛା ସେତେ ବଢ଼ିଥିଲା। ଆଜିକାଲି କୌଣସି ଘରୋଇ କମ୍ପାନୀ, ସରକାର କିମ୍ବା କୌଣସି ରାଜନୈତିକ ଦଳ, ସମସ୍ତେ ଡାଟା ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି। ଏପରି କି କମ୍ପାନୀ କୌଣସି ସ୍କିମ୍‌ ଆରମ୍ଭ କରିବା ପୂର୍ବରୁ କିମ୍ବା ସରକାର କୌଣସି ବୈଠକ ଡାକିବା ପୂର୍ବରୁ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକଙ୍କ ମତ କ’ଣ ରହୁଛି ସେ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି। ଏଭଳି ତଥ୍ୟ ଯୋଗାଇବା କାର୍ଯ୍ୟ କରନ୍ତି ପ୍ରଭାତଙ୍କ ଭଳି ଡାଟା ବୈଜ୍ଞାନିକମାନେ। ଏପରିି ଏକ ନିଆରା ଶିକ୍ଷା ହାସଲ କରିବା ଓଡ଼ିଆ ବିଦ୍ୟାର୍ଥୀଙ୍କ ପାଇଁ କଷ୍ଟ ଥିଲେ ମଧ୍ୟ ଏଥିରେ ପାରଙ୍ଗମ ହୋଇ ସାରିଲେଣି ପ୍ରଭାତ। ପ୍ରତିଦିନ ଅପରାହ୍ନ ୨ଟାରେ ପ୍ରଭାତଙ୍କ ଅଫିସ। ଏଣୁ ସକାଳୁ ବିଭିନ୍ନ ରାଜ୍ୟର ବିଦ୍ୟାର୍ଥୀଙ୍କୁ ସେ ଡାଟା ସାଇନ୍ସ ଶିକ୍ଷା ଦେଉଛନ୍ତି। ୫୦୦ରୁ ଅଧିକ ଓଡ଼ିଆ ବିଦ୍ୟାର୍ଥୀ ତାଙ୍କ ନିକଟରେ ଶିକ୍ଷା ହାସଲ କରି ଅନେକ ଅନ୍ତର୍ଜାତୀୟ ସ୍ତରର କମ୍ପାନୀରେ ଏବେ କାର୍ଯ୍ୟ କରୁଛନ୍ତି। ଏବେ ଆଇଆଇଟି ଖଡଗପୁର ସମେତ ଭାରତର କିଛି ପ୍ରମୁଖ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଭାତଙ୍କୁ ଯୋଗାଯୋଗ କରାଯାଇଛି। ଏହି ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ପ୍ରଭାତଙ୍କ ନିକଟକୁ ଇଣ୍ଟର୍ନଶିପ କରିବାକୁ ଆସିବେ। ଲଣ୍ଡନ, ମାଲେସିଆ, ଦୁବାଇ, ଜାପାନର ବିଦ୍ୟାର୍ଥୀ ମଧ୍ୟ ପ୍ରଭାତଙ୍କ ଛାତ୍ର ଅଟନ୍ତି। ତେବେ ଆଗାମୀ ଦିନରେ ଓଡ଼ିଶାରେ ନିଜର ସଂସ୍ଥାକୁ ସବୁଦିନ ପାଇଁ କାର୍ଯ୍ୟକ୍ଷମ କରିବେ ବୋଲି ପ୍ରଭାତ କହିଛନ୍ତି। ବିଶ୍ୱରେ ଯେତେ ନାଁ କମାଇଲେ ବି ନିଜ ଗାଁ ଲୋକଙ୍କ ପାଇଁ କାମ ନ କଲେ ଖୁସି ପରିପୂର୍ଣ୍ଣ ହୁଏନି ବୋଲି ପ୍ରଭାତ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?